ବାସ୍ତବ ବ୍ୟୁରୋ : ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ (୨୮)ଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଲକ୍ଷ୍ମୌରେ ଆଜି ବସିଥିବା ଦଳୀୟ ବୈଠକରେ ମାୟାବତୀ ଏହି ଘୋଷଣା କରିଛନ୍ତି। ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ୨୦୧୯ରେ ମାୟାବତୀ ତାଙ୍କ […]

ବାସ୍ତବ ବ୍ୟୁରୋ: ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜୋରମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଉପସ୍ଥିତ ଥିଲେ। କେବଳ ବିଦାୟୀ ମୁଖ୍ୟମନ୍ତ୍ରୀ ନୁହଁନ୍ତି, MNF ଦଳର ସମସ୍ତ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ […]

ବାସ୍ତବ ବ୍ୟୁରୋ: ‘ରୋପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ପ୍ରକାଶ […]

ବାସ୍ତବ ବ୍ୟୁରୋ: ଆଜି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦର ଲାଲବାହାଦୂର ଶାସ୍ତ୍ରୀ  ଷ୍ଟାଡିୟମରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ରାଜ୍ୟପାଳ ରେବନ୍ତଙ୍କୁ ଶପଥ ପାଠ କରାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା, ଉପ […]

ବାସ୍ତବ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। […]

ବାସ୍ତବ ବ୍ୟୁରୋ: ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍। ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର ବେଗରେ ଗତି କରୁଛି। ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି। ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ […]

ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆ ରେ ଏକ ନିର୍ଦ୍ଧାରିତ ସ୍ଥାନରେ ବିନା ଦେୟରେ ଉତ୍କଳ ଗୌରବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ଙ୍କ ନାମାନୁସାରେ ଏକ ମଞ୍ଚ ଯାହାକି “ମଧୁମଞ୍ଚ” ର ଆୟୋଜନ କରାଯାଇଥାଏ। ଏହି ମଞ୍ଚରେ ଐତିହାସିକ ବାଲିଯାତ୍ରା ର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ମଧୁବାବୁ, ଓଡ଼ିଶାର ଅସ୍ମିତା ତଥା ଉତ୍କଳ ର ଭାଷା […]

ବାସ୍ତବବ୍ୟୁରୋ(କେନ୍ଦୁଝର) : ମୃତ୍ୟୁ କେତେବେଳେ ଆସେ କିଏବା କହିବ ।ମା’ତାରିଣୀଙ୍କ ଦର୍ଶନର ଅଭିଳାଷା ଆଶାର ହିଁ ରହିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡି ଗ୍ରାମ ନିକଟରେ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୮(ଆଠ)ଜୀବନ । ଖବର ଅନୁଯାଇ, ଗଞ୍ଜମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ୩ଟି ପରିବାର ମା’ ତାରିଣୀଙ୍କ ଦର୍ଶନ ପାଇଁ ଏକ ଟାଟା ୱିଙ୍ଗର ଗାଡିରେ ଆସୁଥିବା ବେଳେ ଜାତୀୟ […]

ବାସ୍ତବ ବ୍ୟୁରୋ: ପୁନଃବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ଼ ଦେଲା ନାକ୍ । ସୂଚନା ଥାଉକି ମେ ମାସରେ ଆସିଥିବା ନାକ୍ ଟିମ ଦେଇଥିଲା ଏ ଗ୍ରେଡ । ଏହାର ପୁନଃ ବିଚାର ପାଇଁ ଆବଦେନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏ ଗ୍ରେଡରୁ ଉଠି ନାକ୍ ଟିମ ଦେଇଛି ଏ+ ଗ୍ରେଡ । ୨୦୧୬ ମସିହାରେ ଉତ୍କଳ ହାତେଇଥିଲା ଏ+ […]

ବାସ୍ତବ ବ୍ୟୁରୋ: ଆହୁରି ୫ ବର୍ଷ ମାଗଣା ଚାଉଳ ଦେବାକୁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ। ଅର୍ଥାତ ୨୦୨୯ ଯାଏଁ ମାଗଣା ଚାଉଳ କେନ୍ଦ୍ର ଯୋଗାଇବେ। କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆହୁରି ୫ ବର୍ଷ ଯାଏଁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପ୍ରାୟ ୮୧ କୋଟି ହିତାଧିକାରୀ ଲାଭ ପାଇବେ। ଏଥିପାଇଁ […]

Pin It on Pinterest