ବାସ୍ତବ ବ୍ୟୁରୋ: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆଜିଠୁ ଆରମ୍ଭ ହୋଇଥିବା ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ରାଜ୍ୟ ପରିବହନ […]
ଆଦିତ୍ଯ ବେହେରା(ଭୁବନେଶ୍ୱର): ତା ୧୭.୧୦.୨୦୨୩ ରାଜ୍ୟରେ ବନ୍ଦ କରାଯାଇଥିବା ସମସ୍ତ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବିଳମ୍ବେ ଖୋଲିବା, ଯୋଜନାଭିତ୍ତିକ ନୁହେଁ ସ୍ଥାୟୀ ଭିତ୍ତିରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା. ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଆଜି ରାଜ୍ୟ ବିଧାନସଭା […]
ଆଦିତ୍ୟ ବେହେରା(ଭୁବନେଶ୍ବର):ଆଜି ଭୁବନେଶ୍ଵର ସ୍ଥିତ ଭାରତୀୟ ମଜଦୂର ସଂଘ ରାଜ୍ୟ କାର୍ଯ୍ୟାଳୟରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଓଡ଼ିଶା ର ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥାର ଠିକା ଶ୍ରମିକମାନଙ୍କ ପ୍ରତିନିଧି ଯୋଗଦେଇଥିଲେ। ଟାଟା ପାୱାର କମ୍ପାନୀ ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥା କୁ ଅଧିଗ୍ରହଣ ପରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶାର ବିଦ୍ୟୁତ ଠିକା […]
ସଂଜୟ ଶତପଥୀ(କଟକ):କଟକ ମହାନଗର ନିଗମ ର ସଫେଇ କାର୍ଯ୍ୟକ୍ରମ ର ନଗ୍ନ ଚିତ୍ର ଆଜି ୧୫ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆମେ ସଂଗ୍ରହ କରିଥୂଲୁ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁରର ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ। ମହାନଗର ନିଗମର କର୍ତ୍ତୃପକ୍ଷ ଆଗାମୀ ପାର୍ବଣ ଲାଗି ଦୁଇବେଳା ସଫେଇ କାର୍ଯ୍ୟକ୍ରମ ଚାଲୁଥିବାର ଡିଣ୍ଡିମ ପିଟି କଟକବାସୀ ଙ୍କୁ ଭୂଆଁ ବୁଲାଉଥିବା ବେଳେ ଏହି ଜନଗହଳି ପୁର୍ଣ୍ଣ […]
ସଂଜୟ ଶତପଥୀ(କଟକ): ବିଶ୍ଵ ଦୃଷ୍ଟି ଦିବସରେ,ମନୁଷ୍ୟ ଶରୀର ର ବିଶେଷ ଦରକାରୀ ଚକ୍ଷୁ ର ସଚେତନତା ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ କଟକ ର ଖାନନଗର ହାଇସ୍କୁଲ ର ଛାତ୍ରଛାତ୍ରୀ ଓ କଟକ ର ଶାନ୍ତି ଓ୍ବାକର୍ସ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରାଲି ଓ ସଚେତନତା ସଭା କାର୍ଯ୍ୟକ୍ରମ ର ଆୟୋଜନ, କଟକ ମଧୁପାଟଣାସ୍ଥିତ ସୁନାମଧନ୍ୟ ଚକ୍ଷୁ ଚିକିତ୍ସାଳୟ ଲିଙ୍କ୍ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପରିସରରେ […]
ବାସ୍ତବ ବ୍ୟୁରୋ: ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିବ ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି । ଏହି ବସ୍ ସେବା ଜରିଆରେ ପଂଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ […]
ବାସ୍ତବ ବ୍ୟୁରୋ: ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତି ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍ଚ୍ୟୁତ […]
ଆଦିତ୍ଯ ବେହେରା(ଭୁବନେଶ୍ବର):୦୯୵୧୦- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ପୁଣ୍ୟ ଜନ୍ମତିଥି ଅବସରରେ ବିଧାନସଭା ପରିସରରେ,ଆୟୋଜିତ ଜୟନ୍ତୀ ଉତ୍ସବରେ,ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ,ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ,ସଂସଦୀୟ ବ୍ୟାପାର,ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ,ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ,ଶ୍ରୀ ଅନନ୍ତ ନାରାୟଣ ଜେନା,ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ରହି, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ […]
ବାସ୍ତବ ବ୍ୟୁରୋ: ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି। ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ […]
୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ନରଓ୍ବେର ଲେଖକ ଓ ନାଟ୍ୟକାର ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମଠାରେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କ […]


