ତ୍ରିନାଥ ବାରିକ(ସାଖିଗୋପାଳ): ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପୁର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏବଂ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ ବ୍ଲକ ଛକ ଠାରେ ଶ୍ରୀ ବାଟ ମହାବୀରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହା ପରେ ଦୁଗଲ ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ହିଙ୍ଗୁଳା, ବୀର ଗୋବିନ୍ଦପୁର ଗ୍ରାମରେ ଅଧିଷ୍ଠାତ୍ରୀ […]
ପ୍ରମୋଦ ନାୟକ(ଭୁବନେଶ୍ବର): ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଆଣିଲା ଅଭିଯୋଗ। ବିଜେଡିର ଏକ ପ୍ରତିନିଧୀ ଦଳ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦଳ ଉଲ୍ଲେଖ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଙ୍କିଆ ଥାନା ଅଧିକାରୀଙ୍କ ଧମକଚମକ ଦେବା ସହିତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବି […]
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର): ବଦଳିବ ସରକାର, ଆସିବ କଂଗ୍ରେସ ଏହି ନାରାକୁ ପ୍ରଚାର କରି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ଯୁବ କଂଗ୍ରେସ ନେତା ହରିକୃଷ୍ଣ ରଥ।ଜଣେ ଅଭିଜ୍ଞ ରାଜନୀତିକ ପରିବାର ରୁ ଆସିଥିବା ହରେ କୃଷ୍ଣ, ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଗ୍ରେସ ବିଧାୟକ ପାର୍ଥି ଭାବେ ଚୟନ ହେବା ପରେ ନିଜର ପ୍ରଚାର ଅଭିଯାନ ଜିର କରିଛନ୍ତି। ବେଲଗୁଣ୍ଠ। ବ୍ଲକ ର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ […]
ନବୀନ ଦାଶ(ବରଗଡ): ଆଜି ଗୁରୁବାର ସନ୍ଧ୍ଯା ୫ଟା ସମୟରେ ସମ୍ବଲପୁର ବନମଣ୍ଡଲ ଆଞ୍ଚଳିକ ବନସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଓ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ବାବଧାନରେ ବରଗଡ ବନାଞ୍ଚଳ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ନିକଟସ୍ଥ ରେଂଗାଲିକେମ୍ପ ଠାରେ ଏକ ଖଇର କାଠ ବୋଝେଇ ଟ୍ରକ ନଂ ସିଜି ୪ ଏଲ୍ ବି ୮୭୦୬ ବନବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ଉକ୍ତ […]
କୋଲକାତା: ମମତାଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା।ସନ୍ଦେଶଖାଲୀ ମାମଲାରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଲିକତା ହାଇକୋର୍ଟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ସନ୍ଦେଶଖାଲୀରେ ବଟି ଆଦାୟ, ଜମି ହଡପ ଏବଂ ଯୌନ ନିର୍ଯାତନା ଅଭିଯୋଗ ସିବିଆଇ ଦ୍ୱାରା ଯାଞ୍ଚ କରାଯିବ। କୋର୍ଟ କହିଛନ୍ତି ଯେ, ଜାନୁୟାରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା […]
ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ଲାଗି ରଣପୁର ଆସନରୁ ଜନୈକ ଯୁବ ସମାଜସେବୀ ତଥା ବୃତ୍ତିରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ସୁଧୀର ଦାଶ ପ୍ରାର୍ଥୀ ହେବେ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ଯୁବ ପ୍ରତିଭାବାନ ସମାଜସେବୀ ଏବେକାର ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନୂଆ ଚେହେରା ହୋଇଥୂଲେ ମଧ୍ୟ ସ୍ଥାନୀୟ ଭୋଟରମାନଙ୍କର ଅତ୍ୟନ୍ତ ପ୍ରିୟ। ନିଜର ପ୍ରଗାଢ ବ୍ୟକ୍ତିତ୍ବ, ସ୍ବଚ୍ଛ ଭାବମୂର୍ତ୍ତି, ପାରଦର୍ଶିତା ଓ ସମାଜସେବା ହିଁ ଏହି ନୂତନ […]
ବରଗଡ:-(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ଇଂରାଜୀ ମିଡିୟମ ସ୍କୁଲର ୨୦୨୩/୨୪ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ବାଗଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶ କଂ ପ୍ରତିଛବି ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅତୁଲ୍ୟ ମହାନନ୍ଦ ଙ୍କ ପରିଚାଳନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ […]
ବରଗଡ:-୯/୪(ନବୀନ କୁମାର ଦାଶ):ଗତ ସାତ ଏପ୍ରିଲ ରବିବାର ଦିନ ତ୍ୟାଗରାଜ ଷ୍ଟାଡିଅମ ଠାରେ ଡାକ୍ତର ଲାଲ ସିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାରାଥନ ପ୍ରତିଯୋଗିତା ରେ ଓଡ଼ିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର କ୍ଷୀର ମୋହନ ଅଦାବର,ଯିଏକି ବର୍ତମାନ ଉତ୍ତର ପ୍ରଦେଶର ନୋଇଡାରେ ରହନ୍ତି।ସିଏ ଭିନ୍ନକ୍ଷମ ହୋଇ ମଧ୍ୟ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନ ରେ ମେଡାଲ ହାସଲ କରିଥିଲେ।ଏଥିରେ ବହୁତ ଦୂର […]
ପ୍ରମୋଦନାୟକ(ଭୁବନେଶ୍ବର):ସୃଙ୍ଖଳିତ ନିର୍ବାଚନକୁ ଦୃଷ୍ଟିରେରଖି ମୁଖ୍ଯ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ରାଜ୍ୟର ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି ୨୦୦୭ ମସିହା ବ୍ୟାଚର ଆଇପିଏସ। ଓଡ଼ିଶା ସରକାର ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି […]
ପ୍ରମୋଦ ନାୟକ(ଭୁବନେଶ୍ବର): ବନ୍ଦେ ଉତ୍କଳ ମହାସଂଘର ଅଧ୍ୟକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ଵରସ୍ଥିତ ହୋଟେଲ ସିଟି ରେସିଡ଼େନ୍ସି ଠାରେ କୋଣାର୍କ କଳା ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଅଛି । ମୁଖ୍ୟ ମନ୍ତ୍ରୀଙ୍କ କଳାକାର ସହାୟତା ପାଇଁ ଆବେଦନ କରୁଥିବା କଳାକାରମାନଙ୍କୁ ପ୍ରତି ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଅସହଯୋଗ କରାଯାଉଛି,ସେଥି ନେଇ ମହାସଂଘର ରାଜ୍ୟ କର୍ମକର୍ତ୍ତାମାନେ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଲିଖିତ ଭାବରେ ଜଣାଇବା […]


