ବାସ୍ତବ ବ୍ୟୁରୋ:  ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆଜି ଆସିଛନ୍ତି। ଅପରାହ୍ନ ପ୍ରାୟ ୪.୫୦ରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯାଇ ସେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ହେଲିକପ୍ଟରରେ ବସିବା ପୂର୍ବରୁ ସେ ଏୟାରପୋର୍ଟର ଦଳୀୟ ନେତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଏଥି […]

ବାସ୍ତବ ବ୍ୟୁରୋ: ଆସନ୍ତା ୨୮ରେ ଦିନିକିଆ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି। ଜେ.ପି ନଡ୍ଡା ଦିନିକିଆ ଗ୍ରସ୍ତରେ ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାସହ ସେଠାରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ଏହାପରେ ଜେ.ପି ନଡ୍ଡା ନବରଙ୍ଗପୁର ଯିବେ। ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ।  ଅନ୍ୟପଟେ ସେହିଦିନ ନିଶ୍ଚିନକୋଇଲିରେ ନିର୍ବାଚନୀ ସଭା କରିବା […]

ବାସ୍ତବ ବ୍ୟୁରୋ: ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ ହୋଇଛି । ଅତି ସାଂଘାତିକ୍ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦାରେ ୪୩.୬ ଡିଗ୍ରୀ, ନୂଆପଡ଼ାରେ […]

ସଂଜୟ ଶତପଥୀ(କଟକ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି ସତ,ହେଲେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରିବେ ନାହିଁ । ORHDC ର ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ମୋକିମଙ୍କ ସ୍ୱତନ୍ତ୍ର ଲିଭ୍ ଆପଲିକେସନ କୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ତଳ କୋର୍ଟ […]

ମନୋଜ ମହାନ୍ତି(ଭୁବନେଶ୍ୱର): ‘ସଂସ୍କାର–ସମ୍ପାଦନ –ରୁପାନ୍ତରିତ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ […]

ବାସ୍ତବ ବ୍ୟୁରୋ: ଆସନ୍ତା ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି […]

ବାସ୍ତବ ବ୍ୟୁରୋ: ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର । ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ମାଆ, ମାଟି ଓ ମାତୃଭାଷାକୁ ନେଇ ଲଢ଼େଇ ଆରମ୍ଭ କରିଛି। ଏହି ଲଢ଼େଇର […]

ବାସ୍ତବ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ରେକର୍ଡ । ସେହିପରି ଝାରସୁଗୁଡାରେ ୪୩ ଦଶମିକ ୨, ସମ୍ବଲପୁରରେ ୪୨ ଦଶମିକ ୭, ରାଉରକେଲାରେ ୪୨ ଦଶମିକ ୬, ହୀରାକୁଦରେ ୪୨ ଦଶମିକ ୬, ଚାନ୍ଦବାଲିରେ ୪୧ ଦଶମିକ ୪, ରାଜଧାନୀ ଭୁବନେଶ୍ୱରରେ ୪୦ ଦଶମିକ ୫ ଡିଗ୍ରୀ ଓ ବାଲେଶ୍ୱରରେ ୪୦ ଦଶମିକ […]

ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅତିଷ୍ଠ ହୋଇ ପଡିଥୂବା ତଥା ରାସ୍ତା ରେ ଯାଉଥିବା ପଥିକମାନେ ଟୋପାଏ ପାଣି ଲାଗି ଡହଳବିକଳ ହେଉଥିବାବେଳେ, କଟକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୁ ଡ୍ରିମ୍ ଓ୍ବେଲଫେୟାର ଆସୋସିଏସନ୍ ପକ୍ଷରୁ ଏକ ଥଣ୍ଡା, ସୁସ୍ୱାଦୁ ପାନୀୟ ଜଳ ଦାନ କେନ୍ଦ୍ରର ଶୁଭାରମ୍ଭ କଟକର ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। […]

ବାସ୍ତବବ୍ୟୁରୋ: ସାନଖେମୁଣ୍ଡି/ଦିଗପହଣ୍ଡି ୧୬/୪ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ବୈଠକ ଦିଗପହଣ୍ଡି ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଥୀ ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସିପିଆଇର ଭିତ୍ତିଭୂମୀ ଥିବା ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟିର ନିର୍ବାଚନୀ କାର୍ଯକ୍ରମ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଆଗତ ସହ ଦୁଇ ଜୋନାଲ କମିଟିର ନିର୍ବାଚନୀ […]

Pin It on Pinterest