ବାସ୍ତବ ବ୍ୟୁରୋ: ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କ୍ୱାଣ୍ଟମ ଡଟ୍ ଆବିଷ୍କାର ଏବଂ ସଂଶ୍ଳେଷଣ ପାଇଁ ଏହି ଗବେଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି […]

ବାସ୍ତବ ବ୍ୟୁରୋ: ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍‌ଜ ଏବଂ ଆନ୍‌ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ଇଲେକ୍ଟ୍ରୋନ୍‌ ଗତିଶୀଳତା ଅଧ୍ୟୟନ ପାଇଁ ଏହି ପୁରସ୍କାର ରୟାଲ ସୁଇଡିଶ ଏକାଡେମୀ ଅଫ୍‌ ସାଇନ୍‌ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍‌ ଦିଆଯିବ। ନୋବେଲ୍‌ ଘୋଷଣା କରୁଥିବା ଟିମ୍‌ କହିଛନ୍ତି, […]

କାମାକ୍ଷାନଗର -ଜସ୍ୱଶି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ସ୍ବଚ୍ଛତା କାର୍ଯକ୍ରମ ଅବସରରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ଥିବା ବିଭିନ୍ନ ଅନୁଷ୍ଠାନ ଯଥା – ଉପଖଣ୍ଡ ସାମ୍ବାଦିକ ସଂଘ, କଳ୍ପନା କ୍ଲବ, ସମାଜ ପାଠକ, ବିଚାର ମଞ୍ଚ, ଉପଖଣ୍ଡ ଚିକିତ୍ସାଳୟ ର ଚିକିତ୍ସକ ଏବଂ କର୍ମଚାରି ବୃନ୍ଦ ତଥା ଡ, ଆମ୍ବେଦକର ମୂଳ ନିବାସୀ ଦଳିତ […]

କଟକରେ ଅକ୍ଟୋବର ୧ତାରିଖ ବିଶ୍ୱ ପେନସନର ଦିବସ ମିଳିତ ଭାବେ ପାଳନ ଓ ସ୍ଵାସ୍ଥ୍ୟ,ବାସଗୃହ ଓ ସର୍ବନିମ୍ନ ପେନସନ ଆଦି ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି.… ସଂଜୟ ଶତପଥୀ(କଟକ):ପେନସନର ମାନେ ଏକ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ପେନସନ, ଚିକିତ୍ସା ବ୍ୟବସ୍ଥା, ମାଗଣାରେ ଯାତାୟତ ଆଦି ମୌଳିକ ସୁବିଧା ଗୁଡିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର […]

ସଂଜୟ ଶତପଥୀ(କଟକ): କଟକ ରେ ଶ୍ରୀମଦ୍ଭାଗବତ ପୁନରୁଦ୍ଧାର କମିଟି ପକ୍ଷରୁ ବାଲୁବଜାର-ବିନୋଦବିହାରି ପୁଜା ମଣ୍ଡପ ଠାରୁ ସନାତନ ଧର୍ମର ପ୍ରଚାର ଲାଗି ବହୁ ଶ୍ରଦ୍ଧାଳୁଙ୍କର ଏକ ସମାବେଶ ସହ ପବିତ୍ର ଶ୍ରୀମଦ୍ଭାଗବତ ପୁସ୍ତକ କୁ ମସ୍ତକରେ ବୋହି ଗଙ୍ଗା ମନ୍ଦିର, ଖଟବିନ ସାହି, ମା’କଟକ ଚଣ୍ଡୀ ମନ୍ଦିର, ଶେଖ୍ ବଜାର ଓ ମହମ୍ମଦିଆ ବଜାର ପରିକ୍ରମା କରି ଅବଶେଷରେ ଚାନ୍ଦିନୀଚୌକ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।ଏହି ପବିତ୍ର ଶୋଭାଯାତ୍ରାରେ […]

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି। ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। ବିଭିନ୍ନ ସ୍ଥାନରେ ଏହିଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ […]

ସଂଜୟ ଶତପଥୀ(କଟକ): ବରିଷ୍ଠ ନାଗରିକ ମଞ୍ଚ, ମହାନଦୀ ବିହାର, କଟକ ପକ୍ଷରୁ ଆଜି ସକାଳ ଘ୦୮/୩୦ ମିନିଟ୍ ରୁ ଏକ ବିଶାଳ ଶୋଭାଯାତ୍ରା ମହାନଦୀ ଭବନ ପରିସରରୁ ବାହାରି ନଗର ପରିକ୍ରମା କରି ଅବଶେଷରେ ପୁନର୍ବାର ମହାନଦୀ ବିହାର ପରିସରରେ ପହଞ୍ଚିବା ପରେ ମଞ୍ଚର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହି ସମ୍ମିଳନୀରେ ବରିଷ୍ଠ ନାଗରିକମାନେ କିପରି ସମ୍ମାନ ଓ ଶାନ୍ତି ରେ […]

ବାସ୍ତବ ବ୍ୟୁରୋ: କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା ୨୦୯ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ମେଟ୍ରୋ ସହରରେ କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ଦେଖିବାକୁ ଗଲେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩.୫୦ […]

ବାସ୍ତବ ବ୍ୟୁରୋ: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଥିଲା। ହେଲେ ଏହାକୁ ଆରବିଆଇ ବଢାଇ ଦେଇଛି। ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ […]

ବାସ୍ତବ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପୂର୍ବରୁ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ୩୦ ତାରିଖରୁ ଅକ୍ଟୋବର ୩ ତାରିଖ ସକାଳ ସାଢ଼େ ୮ଟା ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ […]

Pin It on Pinterest