ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ରାଜଧାନୀ ଭୁବନେଶ୍ୱରରୁ କଳାହାଣ୍ଡି ଜିଲାର ବହୁ ପ୍ରତିକ୍ଷିତ ଉତକେଲା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଫ୍ଲାଗ ଅଫ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହା ପୂର୍ବରୁ ସକାଳ ୯ଟା ୭ରେ ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ […]

ବାସ୍ତବ ବ୍ୟୁରୋ: ମନ୍ତ୍ରୀ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିଲା ବାଚସ୍ପତି ପଦ ପାଇଁ ଆସନ୍ତା ୨୧ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ୧୮ ତାରିଖରେ ବାଚସ୍ପତି ପାଇଁ ଅଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି। ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା। […]

ବାସ୍ତବ ବ୍ୟୁରୋ: ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୩ ତାରିଖରୁ ପାଗର ପରିବର୍ତ୍ତନ ହେବ। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ ରାଜ୍ୟରେ ୩ ତାରିଖରୁ […]

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ରାକ୍ଷୀପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କିଛି ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ,୩୦ ତାରିଖରେ ରକ୍ଷା […]

ବାସ୍ତବ ବ୍ୟୁରୋ: ଆଗକୁ ନିର୍ବାଚନ ଥିବାରୁ ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ […]

ବାସ୍ତବ ବ୍ୟୁରୋ: ଘୋଷଣା ହେଲା ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ୍ ପରୀକ୍ଷା ଦେବେ ଓଡିଶା ସିଭିଲ୍ ସର୍ଭିସ ଆଶାୟୀ । ଏନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ତେବେ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଓପିଏସସି ଜଣାଇଦେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତା […]

ନବୀନ ଦାଶ(ବରଗଡ଼):-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନରେ ଟୋପ-ଖଲିଆ ପାଲି କୁତୁରୀ ଟିକ୍ରା ଆନ୍ଧ୍ରପଡ଼ା ରେ ଥିବା ରେଡ୍ଡୀ ଏଜେନ୍ସି ରେ ୱେଲଡିଂ ମେସିନ ସଜାଡିବାକୁ ଯାଇ ଜଣେ ୨୭ବର୍ଷୀୟାନ ଯୁବକ ମୁନୁ କୁମାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରକାଶ ଥାଉ କି ରାଞ୍ଚି ପଲାମୁ ଗାଆଁ ରୁ ଦୀର୍ଘ ଦିନରୁ ମୁନୁ କୁମାର ଆସି ଅତାବିରା ଟେମ୍ପୁ ଷ୍ଟାଣ୍ଡ ନିକଟରେ ଏକ ଇଲେକ୍ଟ୍ରିକାଲ […]

ବାସ୍ତବ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡ.ଜୟନ୍ତ ମହାପାତ୍ର । କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର  କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍‌ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ବିଶ୍ୱଜିତ ଦାସଙ୍କ […]

ବାସ୍ତବ ବ୍ୟୁରୋ: କଳାହାଣ୍ଡି ଜିଲାର ଉତ୍‌କେଲାକୁ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହେବ ବିମାନ ଚଳାଚଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ସେହିପରି କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ମଧ୍ୟ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉପସ୍ଥିତ ରହି ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ସେହି ଦିନ ସକାଳ ୧୦ଟା ୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବ। ଉତ୍‌କେଲା ହେବ […]

ବାସ୍ତବ ବ୍ୟୁରୋ: ଆଜି ସକାଳେ ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମର ଛାତ ଉଡିଯାଇଛି। ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଉତ୍ତର ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। […]

Pin It on Pinterest