ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ଗୃପ୍ ରେ ଅଛନ୍ତି ଗୃପ୍ କ୍ୟାପଟେନ୍ ପ୍ରଶାନ୍ତ ନାର, ଅଜିତ କ୍ରିଷ୍ଣା, କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗୃପ୍ ର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ। ଏହି ଚାରିଜଣ ଭାରତୀୟ ବାୟୁସେନା […]
ସନ୍ତୋଷ ପାତ୍ର(କଳାହାଣ୍ଡି): ଲାଞ୍ଜିଗଡ- “ମିଛ କାମ, ସତ ବିଲ”,ପ୍ରତିଦିନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୁଢକୁଢ ମିଛକାମର ବିଲ୍ କରାଯାଇ ସରକାରୀବାବୁ ଓ ଠିକାଦାରଙ୍କମଧୁଚନ୍ଦ୍ରିକାର କଥାକିଛି ନୂଆନୁହେଁ ।ହେଲେ ଯେଉଁ ଠାରେ ଏପରି କାମରେ ଜନ ଅସନ୍ତୋଷ ବଢେ,ଏଇ ଅସାଧୁମେଣ୍ଟ ର ପପର୍ଦ୍ଦାଫାସ ହୁଏ। ଏପରି ଏକ ଘଟଣା ଲାଞ୍ଜିଗଡ ଦାନୀ ଡ଼ଙ୍ଗର ଷ୍ଟାଗାର ଷ୍ଟ୍ରେଞ୍ଚ କାମରେ ଦୁର୍ନିତି ଅଭିଯୋଗ ବାରମ୍ବାର ହୋଇଆସୁଥିଲେବି ପ୍ରସାଶନ ନିରବ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ […]
ବାସ୍ତବ ବ୍ୟୁରୋ: ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର […]
ବାସ୍ତବ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ସାମିଲ୍ ହେବା ପରେ […]
ବାସ୍ତବ ବ୍ୟୁରୋ : ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ୍ଏସି। ସେହିପରି ୫ଟି ଏନ୍ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି। ୨୦ଟି ଜିଲ୍ଲାରେ ୩୪ଟି ନୂତନ ଏନ୍ଏସି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା- ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱରର ବସ୍ତା ଓ ସିମୁଳିଆ, ବରଗଡ଼ର ପାଇକମାଳ ଓ […]
ବାସ୍ତବ ବ୍ୟୁରୋ: ବଦଳିବେ ଭୁବନେଶ୍ବର ମହାନଗର ନିଗମ(ବିଏମସି)ର କମିସନର । ସୂଚନାନୁଯାୟୀ, ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିସନର ଭାବେ ଦାୟିତ୍ବ ଗ୍ରହଣ କରିବେ । ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଛି। ତେବେ ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସୂଚନା ରହିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ […]
ବାସ୍ତବ ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି […]
ସଂଜୟ ଶତପଥୀ(କଟକ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ,କୁଦପାଟଣାସ୍ଥିତ ପ୍ରସିଦ୍ଧ ଗ୍ରହରାଜ ଶନିଦେବଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନ ଜଳଯାତ୍ରା, ଘଟ ଆନୟନ ଓ ମଣ୍ଡଳ କରଣ ଆଦି ସମାପନ ପରେ ସନ୍ଧ୍ୟାରେ ଘୋଡ଼ାନାଚ, ଗଣେଶ ଓ ଶନି ନୃତ୍ୟ ସମେତ ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲାବେଳେ ଦେବ ସେନାପତିଙ୍କର ଭଜନ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ବହୁ ଆକର୍ଷିତ […]
ବାସ୍ତବ ବ୍ୟୁରୋ: ଆସନ୍ତା ଜୁନ୍ ୨୦୨୪ ଯାଏଁ ବଢ଼ିଲା ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଏହି ନିଷ୍ପତ୍ତି ଅନୁମୋଦିତ ହୋଇଛି। ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ୱାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ […]
ସଂଜୟ ଶତପଥୀ(କଟକ): କଟକର ତୁଳସୀପୁର ସ୍ଥିତ ପୁରାତନ ତଥା ଖ୍ୟାତନାମା ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭିନିତ୍ ଭରଦ୍ୱାଜ (ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ “ଶିକ୍ଷକ ପୁରସ୍କାର ସମ୍ମାନ” ମହାସମାରୋହରେ କଟକ ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁବାସ ସିଂ, […]


