ବାସ୍ତବ ବ୍ୟୁରୋ: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ତାଙ୍କୁ ପୁଲିସ ଗିରଫ କରିଛି। ସୂଚନାନୁଯାୟୀ, ଆଜି […]
ବାସ୍ତବ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ ରେ ନିଆଁ । ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ରହିଛି ଆଇସିୟୁ ଓ ଓଟି। ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟ୍ରେ ଜଣେ ପ୍ରସୂତିଙ୍କର ସେଠାରେ ଅପରେସନ୍ କରାଯାଉଥିଲା। ସେହି ଓଟିକୁ ଲାଗି ଅନ୍ୟ ଏକ ଓଟିରେ ମରାମତି କାର୍ଯ୍ୟ ଚାଲିଥିଲା। । ଠିକ୍ ସେହି ସମୟରେ ଏକ ଇକ୍ୟୁପ୍ମେଣ୍ଟରୁ ନିଆଁ ବାହାରିଥିଲା। ଯେଉଁ […]
ବାସ୍ତବ ବ୍ୟୁରୋ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସବିତା ପ୍ରଧାନଙ୍କୁ ଶୁକ୍ରବାର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ। ଉଲ୍ଲେଖ ଥାଉ କି ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ […]
ବାସ୍ତବ ବ୍ୟୁରୋ: ଫେବ୍ରୁଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ପରୀକ୍ଷା ଚାଲିବ । ଏହି ଅବଧି ମଧ୍ୟରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ କ୍ୟାଲେଣ୍ଡର ଜାରି କରାଯାଇ ଏହି ଘୋଷଣା ହୋଇଛି । ୨୦୨୪ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ […]
ବାସ୍ତବ ବ୍ୟୁରୋ: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ରାଜ୍ୟରେ ଅଗଷ୍ଟ ୧୮/୧୯ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆଗାମୀ ୧୨ଘଣ୍ଟା […]
ବାସ୍ତବ ବ୍ୟୁରୋ: ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ ହୋଇ ୫ ଶ୍ରମିକ ଗୁରୁତର । ଏହି ଅଘଟଣ ଯୋଗୁ ପଥର ତଳେ ଜଣେ ଶ୍ରମିକ ଚାପି ହୋଇ ଯାଇଥିବା ଜଣାଯାଇଛି। ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ଉପରେ ପଥର ଖଣ୍ଡମାନ ପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ହୋଇ ପଡ଼ିଥିଲେ। […]
ବାସ୍ତବ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ଭାରତରତ୍ନ […]
ବାସ୍ତବ ବ୍ୟୁରୋ: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ସେ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳୁ ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏହା […]
ପ୍ରମୋଦ ନାୟକ(ଭୁବନେଶ୍ୱର) : ଚଳଚିତ୍ର ନିର୍ମାତାମାନେ କଷ୍ଟ୍ୟୁମ୍ ହେଉ କିମ୍ବା ମେକ୍ଅପ୍, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ ବାସ୍ତବ ସ୍ଥାନ ହୋଇଥାଉ କି ନାହିଁ, ଦର୍ଶକ ଶୋ’, କାହାଣୀ ଓ ଚରିତ୍ର ସହିତ ଯୋଡ଼ି ହେବାକୁ ସକ୍ଷମ ହୋଇଥାନ୍ତି […]
ବାସ୍ତବ ବ୍ୟୁରୋ: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରକୁ ଯିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିବା ଅଭିଯୋଗ ହୋଇଛି । ଫଳରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଧାରଣାରେ ବସିଛନ୍ତି । ଅନ୍ୟ ଗୋଷ୍ଠୀ କ୍ୟାମ୍ପସ ଭିତରେ ରହିଛନ୍ତି । ଘଟଣାସ୍ଥଳରେ […]


