ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୧ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୫୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୬୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୪୭୫୯ଜଣ ସୁସ୍ଥ ହୋଇଛନ୍ତି […]

ବାସ୍ତବବ୍ୟୁରୋ(ମୟୁରଭଞ୍ଜ):ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ମହାନ କ୍ରାନ୍ତିକାରି ସ୍ବାଧୀନତା ସଂଗ୍ରାମୀ ଜନନାୟକ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ବାରିପଦା ନିକଟ ଅସ୍ତିଆ ଠାରେ ଥିବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ ଭାଷା ସହିତ ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ […]

ତ୍ରିନାଥ ବାରିକ(ପୁରୀ): ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ ଆଜି ପୂର୍ବାହ୍ନରେ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୪୬ ଏକର ୬୦୯ ଡିସିମିଲି ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରୁ ମାର୍କଣ୍ତେଶ୍ବର ସାହି ଅଞ୍ଚଳର ୭.୨୯୩ ଏକର, ମାଟିତୋଟା ଅଞ୍ଚଳର ୧୦.୯୭ ଏକର ଓ ସମଙ୍ଗ ଅଞ୍ଚଳର ୨୮.୩୪୬ […]

ଝାରସୁଗୁଡା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା ।ବହୁ ଦିନ ପ୍ରତିକ୍ଷାର ଅନ୍ତ ଘଟିଛି, ଘରଡିହ ପାଇବେ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ୨ ହଜାର ବିସ୍ଥାପିତ ପରିବାର | ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ […]

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀର ରାଜରାସ୍ତାରେ କନିଷ୍ଠ ଶିକ୍ଷକ । ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ହଠାତ ବିଧାନସଭା ଫାଟକ ନିକଟରେ ପହଞ୍ଚି ଜୋର ଜରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ କନିଷ୍ଠ ଶିକ୍ଷକସଂଘ । ଫାଟକରେ ମୁତୟନ ପୋଲିସ କର୍ମଚାରୀଙ୍କ ସହ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଆଶାୟୀ ଶିକ୍ଷକମାନେ। ଏହି ସମୟରେ କିଛି ଶିକ୍ଷକମାନଙ୍କୁ ଉଠାଇନେଇଥିଲା ପୋଲିସ । […]

ରାହାସ ପୂର୍ଣ୍ଣିମାରେ ହରଗୌରୀ ବେଶରେ ଦର୍ଶନ ଦେବେ ବାବା… ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୫/ ୧୧-ପବିତ୍ର ପଞ୍ଚକବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏସୋପି ଜାରି କରାଯାଇଛି। ସେହିପରି ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି ବାବାଙ୍କୁ ଦର୍ଶନ କରିବା ପାଇଁ ପରାମର୍ଶ […]

ଜୋତିର୍ବିତ ଡ଼.ନବକିଶୋର ମିଶ୍ର ବାସ୍ତବବ୍ୟୁରୋ:ନଭେମ୍ବର ୧୯ ରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ,ବୃଷ ରାଶିରେ ଚନ୍ଦ୍ରଗ୍ରହଣ ହେବ |ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ର କ୍ରିତିକା ନକ୍ଷତ୍ରରେ ରହିବେ, ଯାହାର ଶାସକ ଗ୍ରହ ରବି ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟ ଏବଂ ଚନ୍ଦ୍ରର ଦୁଇଟି ରହସ୍ୟମୟ ଗ୍ରହ ରାହୁ ଏବଂ କେଟୁ ଯେତେବେଳେ ସେମାନଙ୍କ ଅଧୀନରେ ଆସନ୍ତି ସେତେବେଳେ ଏକ ଚନ୍ଦ୍ରଗ୍ରହଣ ଘଟିଥାଏ | ଜୋତିର୍ବିତ […]

ତ୍ରିନାଥ ବାରିକ(ସତ୍ୟବାଦୀ) ପୁରୀ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି।୧୧ ବ୍ଲକ ରୁ ୯୯ ଜଣ ଛାତ୍ରଛାତ୍ରୀ ଓ ୭୭ ଜଣ ଗାଇଡ଼ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଚଣ୍ଡେଶ୍ୱର ମହାପାତ୍ର ,ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ […]

ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କେଶବାନନ୍ଦ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୧ ଆୟୋଜନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ରାଜକନିକା ଠାରେ, ଅନୁଷ୍ଠିତ ହୋଇଯାଇଛି | ଏହି ଶିଶୁ ମହୋତ୍ସବ ରେ, କନିକା ତହସିଲଦାର ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜକନିକା ବିଇଓ ସରୋଜ […]

ସନ୍ତୋଷ ପାତ୍ର (ନର୍ଲା):୧୪/୧୧- କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରେ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବୀନେଇ, ଆଜି ଏକ ସର୍ବସାଧାରଣ ସମାବେଶ ହୋଇଥିଲା | ଆଇନଜୀବୀ କୁବେର ସାହୁ ଙ୍କ ଅଧ୍ୟକ୍ଷତା ଏହି ବୈଠକ ଆବାହନ କରାଯାଇଥିବା ବେଳେ, ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ,ବ୍ଲକ ସଭାପତି ସମୀର […]

Pin It on Pinterest