କଟକ(ସଂଜୟ ଶତପଥୀ): କଟକ ନଗର ଭାଜପା ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ନେତାଜୀଙ୍କ ଜନ୍ମସ୍ଥାନ, ଓଡ଼ିଆ ବଜାରରେ ପ୍ରତିମୂର୍ତ୍ତି ସଫା କରାଯାଇ ସେଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହ ସଂଯୋଜିକା ଶ୍ରୀମତୀ ପଦ୍ମଜା ଦେବତା ଯୋଗ ଦେଇଥିଲେ।ନଗର ସଂଯୋଜକ ଜିତେନ୍ଦ୍ର ହାତୀ, ସହ ସଂଯୋଜକ କାମାକ୍ଷା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ପରେ […]
ଭୁବନେଶ୍ବର(ନି.ପ୍ର): ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି। ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି। ସେମାନେ ଆକ୍ରମଣ […]
ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ହୋଇଥିଲେ ରାଜ୍ୟର ଅଧିକାଂଶ ମହିଳା ଭୁବନେଶ୍ବର ଶ୍ୱର(ନି.ପ୍ର): ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର […]
ବାସ୍ତବ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲେ। ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀମାନେ ଯାଇଥିଲେ। କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି […]
ବାସ୍ତବ ବ୍ୟୁରୋ: ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୮ ତାରିଖ ଠାରୁ ପାଗ ବଦଳିବ। ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ରଣର ବର୍ଷା ହେବ। ସେହିପରି ଆସନ୍ତାକାଲି ପାଇଁ ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଘଡଘଡି ପାଇଁ ଭଦ୍ରକ, […]
ଭୁବନେଶ୍ଵର(ନି.ପ୍ର):ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। ଏଥିପାଇଁ ନୂଆ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି। ଏବର୍ଷ ନୂଆଁଖାଇରେ ଚାଷୀଙ୍କୁ ମିଳିବ ଟଙ୍କା । ତେବେ କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଏ ଏକ ବଡ ଖୁସିଖବର । କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ […]
ଭୁବନେଶ୍ୱର(ନି.ପ୍ର)୧୨/୮: ଆଜି ନବୀନ ନିବାସ ରେ ପୁରୀ, ଓ ନବରଙ୍ଗପୁର ର ବ୍ଲକ ଓ ପଂଚାୟତ ପ୍ରତିନିଧି ତଥା ଭଦ୍ରକ ର ପୌର ପରିଷଦ ର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ସହ ଆଲୋଚନା କରିଥିଲେ । ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ […]
ଭୁବନେଶ୍ୱର(ନି.ପ୍ର)୧୨/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ, ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ କି, ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଆଳୁ ସମସ୍ୟା। ସରକାରଙ୍କ ଙ୍କ ପାଖରେ ଆଳୁ ସମସ୍ୟା ସମାଧାନ […]
ବାସ୍ତବ ବ୍ୟୁରୋ: ଆଜି (ସୋମବାର ) ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୪ ଘୋଷଣା କରାଯାଇଛି । ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏନଆଇଆରଏଫ ରାଙ୍କିଙ୍ଗର ଏହା ହେଉଛି ୯ମ ସଂସ୍କରଣ । ଆଇଆଇଟି ମାଡ୍ରାସ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସାମଗ୍ରିକ ଏନଆଇଆରଏଫ ମାନ୍ୟତାରେ ଶୀର୍ଷରେ ରହିଛି। ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ […]
ବାସ୍ତବ ବ୍ୟୁରୋ: ଆଗାମୀ ୩ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଡ଼ିଘଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆସନ୍ତାକାଲି ଅର୍ଥାତ ସୋମବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, […]


