ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନିଟ୍- ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ବିସ୍ତୃତ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ଏହା ସତ୍ୟର ବିଜୟ ବୋଲି କହିଛନ୍ତି।ସେ କହିଛନ୍ତି ଯେ ପରୀକ୍ଷା ତୃଟିମୁକ୍ତ ଏବଂ ସ୍ୱଚ୍ଛ ଭାବରେ କରିବାକୁ ସରକାର ପ୍ରତିବଦ୍ଧ। ଏ ବାବଦରେ କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ତାହାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବେ। ପରୀକ୍ଷାରେ ଅନିୟମିତତାକୁ ରୋକିବା ଏବଂ NTA […]

ବାସ୍ତବ ବ୍ୟୁରୋ:  କୁଡୁମୀ ନେତ୍ରୀ ମମତା ମହାନ୍ତ ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେଇଥିଲେ ଇସ୍ତଫା ଆଉ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, “ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା […]

ନୂଆଦିଲ୍ଲୀ: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ।ଏହି ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ […]

ନୂଆଦିଲ୍ଲୀ -ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବଡ ଆଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏହି ପରୀକ୍ଷା ପୁନଃ ଆୟୋଜିତ ହେବ ନାହିଁ, କାରଣ, ପରୀକ୍ଷାରେ ବଡ଼ ଅନିୟମିତତା ପ୍ରମାଣିତ ହୋଇପାରି ନାହିଁ । ପରୀକ୍ଷାରେ ନିୟମ ଉଲ୍ଲଂଘନ ଦର୍ଶାଇବା ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ ।ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଉଥରେ ପରୀକ୍ଷା କରାଇବା ଠିକ୍‌ ହେବ ନାହିଁ ଏବଂ ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର […]

୭ ରାଜ୍ୟର ୧୩ ବିଧାନସଭା ଆସନରେ ଭୋଟ ଗଣତି –୧୩ ଆସନରୁ ୫ ଆସନରେ ଆଗୁଆ ଚାଲିଛି କଂଗ୍ରେସ–ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗୁଆ Congress-ପଶ୍ଚିମବଙ୍ଗର ୪ଟି ଆସନରେ ଆଗୁଆ TMC–ମାତ୍ର ଗୋଟିଏ ଆସନରେ ଆଗୁଆ BJP-ପଞ୍ଜାବର ଗୋଟିଏ ଆସନରେ ଜିତିଲା ଆମ୍‌ ଆଦମୀ ପାର୍ଟି .

ବାସ୍ତବ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। […]

ନୂଆଦିଲ୍ଲୀ(ନି.ପ୍ର): ସରକାରୀ କର୍ମଚାରୀଙ୍କୁ ନେଇ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟକୁ କଡ଼ା ନିର୍ଦ୍ଦେଶ।କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଠିକ ସମୟରେ ସମୀକ୍ଷା କରିବାକୁ କେନ୍ଦ୍ର ସମସ୍ତ ମନ୍ତ୍ରଣାଳୟକୁ କହିଛନ୍ତି, ଯାହାଫଳରେ ଯେଉଁ କର୍ମଚାରୀମାନେ ଠିକ୍ ଭାବରେ କାମ କରୁନାହାଁନ୍ତି, ସେମାନଙ୍କୁ ସମୟ ପୂର୍ବରୁ ଅବସର ଦିଆଯିବ । ସମସ୍ତ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ପ୍ରଶାସନିକ ମନ୍ତ୍ରଣାଳୟ ଏବଂ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଛି, ସେମାନେ ଏ ବାବଦରେ […]

ବାସ୍ତବ ବ୍ୟୁରୋ: ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା ।ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ଗୃହକାର୍ଯ୍ୟ ଆରମ୍ଭରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ […]

ନୂଆଦିଲ୍ଲୀ୨୧/୦୬: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ । ଆଗାମୀ କେନ୍ଦ୍ର ବଜେଟ୍ ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ […]

ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର):ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ଆଜି ନୂଆମୋଡ଼ ଆସିଛି । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ […]

Pin It on Pinterest