ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଛି। ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କମ୍ପାନୀରେ ନିଆଁ ଲାଗି ଯାଇଥିଲା।ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ […]
ଦେଶ ଓ ବିଦେଶ
କୋଲକାତା: ମମତାଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା।ସନ୍ଦେଶଖାଲୀ ମାମଲାରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଲିକତା ହାଇକୋର୍ଟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ସନ୍ଦେଶଖାଲୀରେ ବଟି ଆଦାୟ, ଜମି ହଡପ ଏବଂ ଯୌନ ନିର୍ଯାତନା ଅଭିଯୋଗ ସିବିଆଇ ଦ୍ୱାରା ଯାଞ୍ଚ କରାଯିବ। କୋର୍ଟ କହିଛନ୍ତି ଯେ, ଜାନୁୟାରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା […]
ବରଗଡ:-୯/୪(ନବୀନ କୁମାର ଦାଶ):ଗତ ସାତ ଏପ୍ରିଲ ରବିବାର ଦିନ ତ୍ୟାଗରାଜ ଷ୍ଟାଡିଅମ ଠାରେ ଡାକ୍ତର ଲାଲ ସିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାରାଥନ ପ୍ରତିଯୋଗିତା ରେ ଓଡ଼ିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର କ୍ଷୀର ମୋହନ ଅଦାବର,ଯିଏକି ବର୍ତମାନ ଉତ୍ତର ପ୍ରଦେଶର ନୋଇଡାରେ ରହନ୍ତି।ସିଏ ଭିନ୍ନକ୍ଷମ ହୋଇ ମଧ୍ୟ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନ ରେ ମେଡାଲ ହାସଲ କରିଥିଲେ।ଏଥିରେ ବହୁତ ଦୂର […]
ବାସ୍ତବ ବ୍ୟୁରୋ: ଆଜି (ସୋମବାର) ସକାଳୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ। ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍କ୍ଷଣାତ ସେଥିରୁ ନିଆଁ […]
ନୂଆଦିଲ୍ଲୀ:ଦାୟିତ୍ବ ଗ୍ରହଣ କଲେ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଉଭୟେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ୟାନେଲ ବୈଠକରେ ଉଭୟଙ୍କୁ ନିର୍ବାଚନ […]
ବାସ୍ତବ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ତା’ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ସେ ପୁଣି ବାରଣାସୀରୁ ନିର୍ବାଚନ ଲଢ଼ିବା। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ, ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ଓ ରାଜନାଥ ସିଂହ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ। ଅନ୍ୟପଟେ, ଏହି ୧୯୫ ଜଣଙ୍କ […]
ବାସ୍ତବ ବ୍ୟୁରୋ: ଝାଡଖଣ୍ଡ ଜାମତାରାରେ ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଝାଡଖଣ୍ଡର କାଲାଝରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ମିଳିଥିବା ସୂଚନା […]
ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ଗୃପ୍ ରେ ଅଛନ୍ତି ଗୃପ୍ କ୍ୟାପଟେନ୍ ପ୍ରଶାନ୍ତ ନାର, ଅଜିତ କ୍ରିଷ୍ଣା, କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗୃପ୍ ର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ। ଏହି ଚାରିଜଣ ଭାରତୀୟ ବାୟୁସେନା […]
ବାସ୍ତବ ବ୍ୟୁରୋ: ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର […]
ବାସ୍ତବ ବ୍ୟୁରୋ: ଆସନ୍ତା ଜୁନ୍ ୨୦୨୪ ଯାଏଁ ବଢ଼ିଲା ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଏହି ନିଷ୍ପତ୍ତି ଅନୁମୋଦିତ ହୋଇଛି। ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ୱାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ […]


