ବାସ୍ତବ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ G-୨୦ ଶିଖର ସମ୍ମିଳନୀରେ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବରେ G-୨୦ରେ ଅନ୍ତର୍ଭୁକ୍ତ କରାଯାଇଛି । G-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ବାଗତ ଭାଷଣରେ କହିଛନ୍ତି ଯେ “ଆପଣଙ୍କ ସମସ୍ତଙ୍କ ସହମତିରେ ଏହି ସମ୍ମିଳନୀ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମୁଁ ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନଙ୍କୁ G-୨୦ ର […]

ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ସିଧା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।  ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର […]

ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଏବେ ପଶ୍ଚିମବଙ୍ଗର ବିଧାୟକମାନେ ୪୦ ହଜାର ଟଙ୍କା ମାସିକ ଅଧିକ ଦରମା ପାଇବେ । ହେଲେ ନିଜ ଦରମାର କୌଣସି ବୃଦ୍ଧି ହୋଇନଥିବା କଥା କହିଛନ୍ତି ମମତା ବାନାର୍ଜୀ । କାରଣ ଦୀର୍ଘବର୍ଷ ହେବ ମମତା ବାନାର୍ଜୀ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ପଦରେ ଥିଲେ […]

ବାସ୍ତବ ବ୍ୟୁରୋ: ଆସାମର ଏକ ପ୍ଲାଷ୍ଟିକ ଗୋଡାଉନରେ ନିଆଁ ଲାଗିଯାଇଛି। ଫଳରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଆଜି ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାମରୁପ ମେଟ୍ରୋ ଜିଲ୍ଲାରେ ଥିବା ଜୋରବାତ ପ୍ଲାଷ୍ଟିକ ଗୋଡାଉନରେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ପୁଲିସ କହିଛି […]

ବାସ୍ତବ ବ୍ୟୁରୋ: ୱାର୍ଲଡ ଅଫ୍ ଷ୍ଟାଟିଷ୍ଟିକ୍ସ ଏକ ରିପୋର୍ଟ ମୁତାବକ ଗ୍ଲୋବାଲ ଆର୍ଥିକ ସଂକଟ କାରଣରୁ ସାରା ବିଶ୍ୱରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କୋଭିଡ-୧୯ ମହମାରୀ ଓ ଋଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ପାଇଁ ଆର୍ଥିକ ଚ୍ୟାଲେଞ୍ଜ ବୃଦ୍ଧି ପାଇଛି । ଅନେକ ଦେଶ ଏବେ ଆର୍ଥିକ ସଂକଟ ଦେଇ ଗତି କରିବ ବୋଲି ଅନୁମାନ ମଧ୍ୟ କରାଯାଉଛି । ସେହି ଦେଶମାନଙ୍କ […]

ବାସ୍ତବ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ଚାଷୀଙ୍କ ଚିନ୍ତା । ମରୁଡି ପରିସ୍ଥିତି ନେଇ ଜରୁରୀକାଳୀନ ବୈଠକ ପରେ ଆଜି ମହାକାଳେଶ୍ୱରଙ୍କ ଶରଣରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ଚୌହାନ୍‌ କହିଛନ୍ତି, ଅଗଷ୍ଟ ମାସରେ ରାଜ୍ୟରେ ମରୁଡ଼ି ପରସ୍ଥିତି ଦେଖା ଦେଇଛି। ଫଲସ ପ୍ରତି ବିପଦ ଦେଖା ଦେଇଛି। ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ମୁଁ ମହାକାଳଙ୍କୁ ପ୍ରାର୍ଥନା କରିଛି। […]

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ରାକ୍ଷୀପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କିଛି ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ,୩୦ ତାରିଖରେ ରକ୍ଷା […]

ବାସ୍ତବ ବ୍ୟୁରୋ: ଆଗକୁ ନିର୍ବାଚନ ଥିବାରୁ ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ […]

ବାସ୍ତବ ବ୍ୟୁରୋ: ଆଜି ସକାଳେ ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମର ଛାତ ଉଡିଯାଇଛି। ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଉତ୍ତର ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। […]

ବାସ୍ତବ ବ୍ୟୁରୋ: ଚନ୍ଦ୍ରଯାନ -୩ ର ସଫଳତା ଅବସରରେ ବେଙ୍ଗଳୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି କି ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ। ତା ସହିତ ଯେଉଁଠି ଚନ୍ଦ୍ରଯାନ ୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ ୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖିଛନ୍ତି ମୋଦି। ଗତ ୨୩ରେ ଚନ୍ଦ୍ରଯାନ […]

Pin It on Pinterest