ବାସ୍ତବ ବ୍ୟୁରୋ: ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତି ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍ଚ୍ୟୁତ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି। ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ […]
୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ନରଓ୍ବେର ଲେଖକ ଓ ନାଟ୍ୟକାର ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମଠାରେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବଳ ଓ ଅବହେଳିତ ବର୍ଗଙ୍କ […]
ବାସ୍ତବ ବ୍ୟୁରୋ: ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କ୍ୱାଣ୍ଟମ ଡଟ୍ ଆବିଷ୍କାର ଏବଂ ସଂଶ୍ଳେଷଣ ପାଇଁ ଏହି ଗବେଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି […]
ବାସ୍ତବ ବ୍ୟୁରୋ: ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍ଜ ଏବଂ ଆନ୍ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ଇଲେକ୍ଟ୍ରୋନ୍ ଗତିଶୀଳତା ଅଧ୍ୟୟନ ପାଇଁ ଏହି ପୁରସ୍କାର ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ। ନୋବେଲ୍ ଘୋଷଣା କରୁଥିବା ଟିମ୍ କହିଛନ୍ତି, […]
ବାସ୍ତବ ବ୍ୟୁରୋ: କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା ୨୦୯ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ମେଟ୍ରୋ ସହରରେ କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ଦେଖିବାକୁ ଗଲେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩.୫୦ […]
ବାସ୍ତବ ବ୍ୟୁରୋ: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଥିଲା। ହେଲେ ଏହାକୁ ଆରବିଆଇ ବଢାଇ ଦେଇଛି। ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ […]
ବାସ୍ତବ ବ୍ୟୁରୋ: ବିଶ୍ବକର୍ମା ପୂଜା ଅବସରରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ସରକାର। ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା। ଏଥିପାଇଁ ୫ ବର୍ଷରେ ୧୩ ହଜାର […]
ବାସ୍ତବ ବ୍ୟୁରୋ: ୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସବୁଠୁ ନେତା ଓ ଜନତା ଜଣାଉଛନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି। ତାଙ୍କ […]
ବାସ୍ତବ ବ୍ୟୁରୋ: ଆଜି ଜି-୨୦ ଶିଖର ସମ୍ମିଳନୀକୁ ସାଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା ଭାର ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ମିଳନୀର ଶେଷ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତକାଲି ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ବ୍ୟାପକ ଆଲୋଚନା କରିଥିଲୁ। ଆଜି ଜି-୨୦ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ […]


