ଅଂଶୀଦାରଙ୍କ ମତ ଆଧାରେ ନୂଆ ରୂପରେ ଆଗକୁ ବଢ଼ିବ ଫକୀରମୋହନ ବିଶ୍ବବିଦ୍ୟାଳୟ…

ଉଦ୍‌ଯାପିତ ହେଲା ‘ରିଭିଜିଟ୍ ମିଶନ୍ ଏଫ୍‌.ଏମ୍‌.ୟୁ.-୨୦୨୬

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି):୩୧/୭- ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ‘ରିଭିଜିଟ୍ ମିଶନ୍ ଏଫ୍‌.ଏମ୍‌.ୟୁ.-୨୦୨୬’ ଅଂଶୀଦାର ପରାମର୍ଶ ବୈଠକ ଗୁରୁବାର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ବୈଠକରୁ ପ୍ରାପ୍ତ ମତାମତ ଓ ପ୍ରସ୍ତାବକୁ ଆଧାର କରି ବିଶ୍ୱବିଦ୍ୟାଳୟ ନିଜର ଭବିଷ୍ୟତ ବିକାଶ ପାଇଁ ଏକ ସୁଦୂରପ୍ରସାରୀ ଦିଗନିର୍ଦ୍ଦେଶ ଗ୍ରହଣ କରିଛି।

ଜାତୀୟ ଶିକ୍ଷାନୀତି–୨୦୨୦ ଏବଂ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ମାନଦଣ୍ଡ ସହ ସମନ୍ୱୟ ରଖି ଏହି ଦିଗନିର୍ଦ୍ଦେଶ ପ୍ରସ୍ତୁତ ହୋଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଅଧିବେଶନରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲା, କୁଳସଚିବ ଶ୍ରୀମତୀ କୁକୁମିନା ଦାସ ଓ ପରୀକ୍ଷା ନିୟନ୍ତ୍ରକ ଡଃ କମଳାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ତିନିଦିନରେ ଅନୁଷ୍ଠିତ ହୋଇଥିବା ନଅଟି ବିଷୟଭିତ୍ତିକ ଅଧିବେଶନର ସଂକ୍ଷିପ୍ତ ବିବରଣୀ ଉଦ୍‌ଯାପନୀରେ ଉପସ୍ଥାପିତ ହୋଇଥିଲା। ପ୍ରଫେସର ନିହାର ରଞ୍ଜନ ରାଉତ, ପ୍ରଫେସର ପଙ୍କଜ କୁମାର ପାଢ଼ୀ, ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର, ଡ଼କ୍ଟର ସସ୍ମିତା ରାଉତ, ପ୍ରଫେସର ପବିତ୍ର ମୋହନ ନାୟକ, ପ୍ରଫେସର ସୂର୍ଯ୍ୟେନ୍ଦୁ ଦେ ଏବଂ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ପ୍ରମୁଖ ସଂଯୋଜକ ଭାବେ ନିଜ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ସୁପାରିଶ ରଖିଥିଲେ। ଏହି ବିବରଣୀଗୁଡ଼ିକୁ ବିଶ୍ୱବିଦ୍ୟାଳୟର ମିଶନ୍ ଓ ଦୀର୍ଘମିଆଦୀ ନୀତିରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି ପରାମର୍ଶ ବୈଠକରେ ସ୍ନାତକୋତ୍ତର ଓ ଗବେଷକ ଛାତ୍ରଛାତ୍ରୀ, ଅନୁବନ୍ଧିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ପ୍ରାକ୍ତନ ଛାତ୍ର, ଅଭିଭାବକ, ଶିଳ୍ପପତି, ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାରସ୍ଵତ ବର୍ଗର ପ୍ରତିନିଧିଙ୍କ ମଧ୍ୟରେ ଅଜୟ ନାୟକ, ଡକ୍ଟର ବିଶ୍ବରଂଜନ ଦାସ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଡକ୍ଟର ଅଭୟ କୁମାର ଦାସ, ଆଡଭୋକେଟ୍ ମନୋରଞ୍ଜନ ଦାସ, ପ୍ରଫେସର ରାଜ କିଶୋର ସାହୁ, କବି କାଳିପଦ ପଣ୍ଡା, କବି ଅଭୟ ଦାସ, କ୍ଷୀତେଶ୍ଵର ଦାସ, ସମ୍ପାଦିକା ମମତା ମହାପାତ୍ର, ସୁବାସ ଚନ୍ଦ୍ର ପାତ୍ର, ସାହିତ୍ୟିକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ସମ୍ପାଦିକା ସୈରିନ୍ଧ୍ରୀ ସାହୁ, ସୃଷ୍ଟିଧର ପରିଡ଼ା, ଅର୍ଚ୍ଚନା ନନ୍ଦୀ, ଅଞ୍ଜଳି ପଣ୍ଡା, କେଶୁ ଦାସ, ବ୍ରହ୍ମ ରଥ ପ୍ରମୁଖ ଯୋଗ ଦେଇଥିଲେ। ସମୁଦାୟ ୬୦୦ରୁ ଅଧିକ ଅଂଶୀଦାର ଯୋଗ ଦେଇଥିଲେ।

ଆଲୋଚନାରେ ଶିକ୍ଷାର ଗୁଣାତ୍ମକ ଉନ୍ନୟନ, ଗବେଷଣା ଓ ନବସୃଜନ, ଶିଳ୍ପ ସହ ସହଭାଗିତା, ଦକ୍ଷତା ବିକାଶ, ନିଯୁକ୍ତିଯୋଗ୍ୟତା, ଡିଜିଟାଲ୍ ପ୍ରଶାସନ, ଗୁଣବତ୍ତା ସୁନିଶ୍ଚିତକରଣ, ଆନ୍ତର୍ଜାତିକୀକରଣ ଏବଂ ସ୍ଥାୟୀ ବିକାଶ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଉଦ୍‌ଯାପନୀ ଭାଷଣରେ କୁଳପତି ପ୍ରଫେସର ତ୍ରିପାଠୀ କହିଲେ, “ରିଭିଜିଟ୍ ମିଶନ୍ ଏଫ୍‌.ଏମ୍‌.ୟୁ.-୨୦୨୬ କେବଳ ଏକ ଦୃଷ୍ଟିପତ୍ର ନୁହେଁ। ଏହା ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଛାତ୍ରକୈନ୍ଦ୍ରିକ, ଭବିଷ୍ୟତମୁଖୀ ଓ ବିଶ୍ୱମାନର ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତଙ୍କର ସାମୂହିକ ଅଙ୍ଗୀକାର।” ଏହି କ୍ରମରେ ଅଂଶୀଦାରଙ୍କ ପରାମର୍ଶକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ପରିଶେଷରେ ଅଂଶୀଦାର-ଭିତ୍ତିକ ପ୍ରଶାସନକୁ ସୁଦୃଢ଼ କରିବା ଏବଂ ବିଶ୍ୱବିଦ୍ୟାଳୟକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରେ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ସଂକଳ୍ପ ପ୍ରକାଶ କରିଥିଲେ।

ସେୟାର କରନ୍ତୁ

Next Post

ପୁରୀରେ ଆଇନ-ଶୃଙ୍ଖଳାକୁ ନେଇ ବଢ଼ୁଛି ପ୍ରଶ୍ନ! ଚନ୍ଦନପୁରର ଚାଞ୍ଚଲ୍ୟକର ହତ୍ୟା ପରେ କାହିଁକି ଚର୍ଚ୍ଚାରେ ପୋଲିସ କାର୍ଯ୍ୟାନୁଷ୍ଠାନ?

Sat Aug 1 , 2026
ପୁରୀ(ଜୟକୃଷ୍ଣ ଦାସ):ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ପୁରୀର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଏହାରି ମଧ୍ୟରେ ଚନ୍ଦନପୁର ପୋଲିସ ବାଇକ୍ ଚୋରି ମାମଲାରେ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ତେବେ କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି ଯେ, […]

You May Like

Pin It on Pinterest