ବାସ୍ତବ ବ୍ୟୁରୋ: ଆଜି (ସୋମବାର ) ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୪ ଘୋଷଣା କରାଯାଇଛି । ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏନଆଇଆରଏଫ ରାଙ୍କିଙ୍ଗର ଏହା ହେଉଛି ୯ମ ସଂସ୍କରଣ । ଆଇଆଇଟି ମାଡ୍ରାସ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସାମଗ୍ରିକ ଏନଆଇଆରଏଫ ମାନ୍ୟତାରେ ଶୀର୍ଷରେ ରହିଛି। ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ […]
ଦେଶ ଓ ବିଦେଶ
ନୂଆଦିଲ୍ଲୀ: ୧୬ ମାସ ପରେ ଜେଲରୁ ବାହାରିଲେ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନିଷ୍ ସିଶୋଦିଆ।ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ସର୍ତ୍ତ ଅନୁଯାଇ ତାଙ୍କ ପାସପୋର୍ଟ ସମର୍ପଣ କରିବାକୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଥିଲେ, ସେତେବେଳେ ଇଡି ଓକିଲ ଦାବି କରିଥିଲେ ଯେ, ପୂର୍ବତନ ମନ୍ତ୍ରୀଙ୍କୁ ଦିଲ୍ଲୀ […]
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନିଟ୍- ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ବିସ୍ତୃତ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ଏହା ସତ୍ୟର ବିଜୟ ବୋଲି କହିଛନ୍ତି।ସେ କହିଛନ୍ତି ଯେ ପରୀକ୍ଷା ତୃଟିମୁକ୍ତ ଏବଂ ସ୍ୱଚ୍ଛ ଭାବରେ କରିବାକୁ ସରକାର ପ୍ରତିବଦ୍ଧ। ଏ ବାବଦରେ କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ତାହାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବେ। ପରୀକ୍ଷାରେ ଅନିୟମିତତାକୁ ରୋକିବା ଏବଂ NTA […]
ବାସ୍ତବ ବ୍ୟୁରୋ: କୁଡୁମୀ ନେତ୍ରୀ ମମତା ମହାନ୍ତ ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେଇଥିଲେ ଇସ୍ତଫା ଆଉ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, “ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା […]
ନୂଆଦିଲ୍ଲୀ: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ।ଏହି ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ […]
ନୂଆଦିଲ୍ଲୀ -ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ ଆଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ ।ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଏହି ପରୀକ୍ଷା ପୁନଃ ଆୟୋଜିତ ହେବ ନାହିଁ, କାରଣ, ପରୀକ୍ଷାରେ ବଡ଼ ଅନିୟମିତତା ପ୍ରମାଣିତ ହୋଇପାରି ନାହିଁ । ପରୀକ୍ଷାରେ ନିୟମ ଉଲ୍ଲଂଘନ ଦର୍ଶାଇବା ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ ।ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଉଥରେ ପରୀକ୍ଷା କରାଇବା ଠିକ୍ ହେବ ନାହିଁ ଏବଂ ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର […]
୭ ରାଜ୍ୟର ୧୩ ବିଧାନସଭା ଆସନରେ ଭୋଟ ଗଣତି –୧୩ ଆସନରୁ ୫ ଆସନରେ ଆଗୁଆ ଚାଲିଛି କଂଗ୍ରେସ–ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗୁଆ Congress-ପଶ୍ଚିମବଙ୍ଗର ୪ଟି ଆସନରେ ଆଗୁଆ TMC–ମାତ୍ର ଗୋଟିଏ ଆସନରେ ଆଗୁଆ BJP-ପଞ୍ଜାବର ଗୋଟିଏ ଆସନରେ ଜିତିଲା ଆମ୍ ଆଦମୀ ପାର୍ଟି .
ବାସ୍ତବ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍ସଙ୍ଗର ଉଦ୍ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। […]
ନୂଆଦିଲ୍ଲୀ(ନି.ପ୍ର): ସରକାରୀ କର୍ମଚାରୀଙ୍କୁ ନେଇ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟକୁ କଡ଼ା ନିର୍ଦ୍ଦେଶ।କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଠିକ ସମୟରେ ସମୀକ୍ଷା କରିବାକୁ କେନ୍ଦ୍ର ସମସ୍ତ ମନ୍ତ୍ରଣାଳୟକୁ କହିଛନ୍ତି, ଯାହାଫଳରେ ଯେଉଁ କର୍ମଚାରୀମାନେ ଠିକ୍ ଭାବରେ କାମ କରୁନାହାଁନ୍ତି, ସେମାନଙ୍କୁ ସମୟ ପୂର୍ବରୁ ଅବସର ଦିଆଯିବ । ସମସ୍ତ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ପ୍ରଶାସନିକ ମନ୍ତ୍ରଣାଳୟ ଏବଂ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଛି, ସେମାନେ ଏ ବାବଦରେ […]
ବାସ୍ତବ ବ୍ୟୁରୋ: ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା ।ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ଗୃହକାର୍ଯ୍ୟ ଆରମ୍ଭରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ […]


