ବାସ୍ତବ ବ୍ୟୁରୋ: ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର। ଅନୁଷ୍ଠାନ ଗୁଡ଼ିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି […]
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, “ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ତାଙ୍କ ଗଦ୍ୟ ମାନବ ଜୀବନର […]
ବାସ୍ତବ ବ୍ୟୁରୋ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ […]
ବାସ୍ତବ ବ୍ୟୁରୋ: ୨୦୨୪ ବର୍ଷ ପାଇଁ ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର । ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ। ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି। […]
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ପାଇଁ ଆଜି ମେଡିସିନ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ। ଉଭୟଙ୍କୁ ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ପୁରଷ୍କାର ଘୋଷଣା ସମୟରେ ନୋବେଲ ଆସେମ୍ବଲି […]
ବାସ୍ତବ ବ୍ୟୁରୋ: ଗୁଜରାଟର ଦନ୍ତା ନିକଟସ୍ତ ତ୍ରିଶୁଳିଆ ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବା ଫଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଏକ ଘରୋଇ ବସ୍ ବଣାସକଣ୍ଠ ଅଞ୍ଚଳର କିଛି ଯାତ୍ରୀଙ୍କୁ ନେଇ ଅମ୍ବାଜୀ ମନ୍ଦିର ପରିଦର୍ଶନ ପାଇଁ ଯାଉଥିଲେ। ମାତ୍ର ଦନ୍ତା ନିକଟରେ ବସଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟିଥିବା ରାସ୍ତା ଘାଟି ଅଞ୍ଚଳର। ମାତ୍ର […]
ବାସ୍ତବ ବ୍ୟୁରୋ: : ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗେଡିୟର୍ (ଡ.) ବିଡି ମିଶ୍ର (ଅବସରପ୍ରାପ୍ତ)ଙ୍କୁ ଏହି ଜିଆଇ ଟ୍ୟାଗ୍ ପ୍ରମାଣପତ୍ରି ଦେଇଥିଲେ I ଲେଫ୍ଟନାଣ୍ଟ ଗଭର୍ଣ୍ଣର ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୟନ ମନ୍ତ୍ରଣାଳୟର ଅଧିକାରୀ, କେନ୍ଦ୍ରୀୟ ପଶମ ବିକାଶ ବୋର୍ଡ ଏବଂ ସ୍ଥାନୀୟ ପ୍ରଶାସନ, କାରିଗର, ମହିଳା ନେତୃତ୍ୱାଧୀନ ସ୍ୱୟଂ […]
ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିନ। ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭେଡନଗରରେ ଜନ୍ମ ଗ୍ରହଣ କରିଥିଲେ ମୋଦି। ଲଗାତାର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିଛନ୍ତି ମୋଦି। ୨୦୧୪ ମେ ୨୬ ତାରିଖରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାରିଆଡୁ ମିଳିଛି […]
ବାସ୍ତବ ବ୍ୟୁରୋ: ଆଜି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ସେପଟେ କେଜ୍ରିୱାଲ ଇସ୍ତଫା ଦେବାପରେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା। ଆତିଶୀ ମାର୍ଲେନା ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି। ଏଥିସହ ଅର୍ଥ, ପର୍ଯ୍ୟଟନ, କଳା […]


