ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବାପା-ମାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ବର୍ଷକୁ ୩୦ ଦିନର ସ୍ବତନ୍ତ୍ର ଛୁଟି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଆଜି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଜ୍ୟସଭାରେ କହିଛନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀମାନେ ବୃଦ୍ଧ ପିତାମାତାଙ୍କ ଯତ୍ନ ସମେତ ବ୍ୟକ୍ତିଗତ କାରଣରୁ ୩୦ ଦିନ ପର୍ଯ୍ୟନ୍ତ ଛୁଟି ପାଇପାରିବେ। ଏକ […]
ଦେଶ ଓ ବିଦେଶ
ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ : ମନମୋହନ ସାମଲ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି ନେତୃବୃନ୍ଦ। ଭୁବନେଶ୍ୱର(ନି.ପ୍ର)୦୬/୦୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ରାଜନେତା ଥିଲେ ।ଦେଶର ସାମଗ୍ରିକ ବିକାଶ, ଅର୍ଥନୀତି ବିକାଶ, ସାମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି କିଭଳି […]
ବାସ୍ତବ ବ୍ୟୁରୋ: ଶନିବାର ଦିନ ଜାମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାରେ ପାଞ୍ଚଟି ବସ୍ ମଧ୍ୟରେ ଧକ୍କା ହେବାରୁ ବିଭିନ୍ନ ରାଜ୍ୟରୁ ଆସିଥିବା ଅତି କମରେ ୩୬ ଜଣ ଅମରନାଥ ଯାତ୍ରୀ ଆହତ ହୋଇଛନ୍ତି। ରାମବନ ଡେପୁଟି କମିଶନର ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସକାଳ ପ୍ରାୟ ୮ଟା ସମୟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ କଡ଼ରେ ଚନ୍ଦରକୋଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। […]
କୁୱେତ :- ଶରୀରକୁ ସୁସ୍ଥ ତଥା ମନକୁ ସ୍ଥିର ରଖିବା ନିମନ୍ତେ ଯୋଗ ଏକ ରାମବାଣ ପ୍ରକ୍ରିୟା ଅଟେ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅହିତକର ପରିବେଶ, ପ୍ରଦୂଷଣ ତଥା ବିଗିଡି ଯାଇଥିବା ଦିନଚର୍ଯ୍ୟା ଯୋଗୁଁ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯାହାଦ୍ୱାରା କମ୍ ବୟସରୁ ଚିନ୍ତା, ଅବସାଦ ଓ ଉଦାସୀନତା ନିତି ଦିନିଆ କଥା ହୋଇଗଲାଣି । ଏଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ହିଁ […]
ବେଙ୍ଗାଲୁରୁ,୨୧।୬: ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬E-୬୭୬୪ (ଏୟାରବସ A୩୨୧), ୧୬୮ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଚେନ୍ନାଇ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ପାଇଲଟ ବିମାନକୁ ବୁଲାଇ (ଅଲକଡ ଅବତରଣ) କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ପର୍ଯ୍ୟାପ୍ତ ଇନ୍ଧନ ନ ଥିବାରୁ ଏକ ମେଡେ କଲ ଦେବାରୁ ଏହି ଜରୁରୀକାଳୀନ […]
ବାସ୍ତବ ବ୍ୟୁରୋ: ଆଜି ୬୭ ବର୍ଷରେ ପାଦ ଥାପିଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ କହିଛନ୍ତି, “ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ”। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ। […]
ବାସ୍ତବ ବ୍ୟୁରୋ: ଆଜି ମହାରାଷ୍ଟ୍ରର ପୁଣେରେ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲର ଅଧା ଅଂଶ ଭାଙ୍ଗି ପଡ଼ିବାରୁ ୨୫ରୁ ୩୦ ଜଣ ଲୋକ ନଦୀରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ଯେତେବେଳେ ପୋଲଟି ଭୁଶୁଡ଼ି ପଡ଼ିଥିଲା, ସେହି ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ। ରବିବାର ଥିବାରୁ ସେଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇ ଫଟୋ ଉଠାଇଥିଲେ। […]
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରାଶ ହେବା ପରେ ବିମାନଟି ବିଜେ ମେଡିକାଲ କଲେଜରେ ପିଟି ହୋଇଛି। ଫଳରେ ୨୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ହେବାପରେ ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ […]
ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ୍-୧୯ ସକ୍ରିୟ ମାମଲା ସଂଖ୍ୟା ୫୭୫୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ନୂତନ ମାମଲା ରିପୋର୍ଟ ହୋଇଛି । ଏହାସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର। ତେବେ କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ରହିଛି […]
ବାସ୍ତବ ବ୍ୟୁରୋ: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ଆଇପିଏଲ ୨୦୨୫ କପ୍ ଜିତିଛି ଆରସିବି । ଏଥିପାଇଁ ବେଙ୍ଗାଲୁରୁରେ ଉତ୍ସବର ମାହୋଲ। କିନ୍ତୁ ଏହି ଖୁସିର ମାହୋଲ ଦୁଃଖଦ ଘଟଣାରେ ପରିଣତ ହୋଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି। ପରିସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଘଟଣାପରେ […]


