ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରାଶ ହେବା ପରେ ବିମାନଟି ବିଜେ ମେଡିକାଲ କଲେଜରେ ପିଟି ହୋଇଛି। ଫଳରେ ୨୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।  ଦୁର୍ଘଟଣାଗ୍ରସ୍ତ ହେବାପରେ ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ୍-୧୯ ସକ୍ରିୟ ମାମଲା ସଂଖ୍ୟା ୫୭୫୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ନୂତନ ମାମଲା ରିପୋର୍ଟ ହୋଇଛି ।  ଏହାସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର। ତେବେ କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ରହିଛି […]

ବାସ୍ତବ ବ୍ୟୁରୋ: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ଆଇପିଏଲ ୨୦୨୫ କପ୍ ଜିତିଛି ଆରସିବି । ଏଥିପାଇଁ ବେଙ୍ଗାଲୁରୁରେ ଉତ୍ସବର ମାହୋଲ। କିନ୍ତୁ ଏହି ଖୁସିର ମାହୋଲ ଦୁଃଖଦ ଘଟଣାରେ ପରିଣତ ହୋଇଛି ।  ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି। ପରିସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଘଟଣାପରେ […]

ବାସ୍ତବ ବ୍ୟୁରୋ: ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା  ହେଉଛି । ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି ।  ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । […]

ବାସ୍ତବ ବ୍ୟୁରୋ: ଦେଶରେ ଧିରେଧିରେ ବଢୁଛି କୋଭିଡ୍‌ ରୋଗୀଙ୍କ ସଂଖ୍ୟା ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୫୮ ରହିଛି । ଗତ ୨୪ ଘଣ୍ଟାରେ ୩୬୩ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୪୦୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]

କୁଏତ୍(ବିଶ୍ବରଞ୍ଜନ):ଗତ ଶୁକ୍ରବାର (୨୩ମଇ)ରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ଯାଇଛି। ଉଦ୍ଘାଟନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର […]

ବାସ୍ତବ ବ୍ୟୁରୋ: ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକରଙ୍କର  ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ବୟସ ୭୮ ବର୍ଷ ହୋଇଥିଲା । ସେ ତାଙ୍କର ସୃଷ୍ଟି ‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ ପାଇଁ ବେଶ୍‌ ଜଣାଶୁଣା। ଯାହାକୁ ସେ ୧୯୬୪ ମସିହାରେ ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏବଂ ପ୍ରଫେସର ଫ୍ରେଡ୍ ହୋଏଲେଙ୍କ ସହ ମିଶି ବିକଶିତ କରିଥିଲେ। ଏହି ଥିଓରି ଜରିଆରେ ୧୯୧୫ ମସିହାରେ […]

ବାସ୍ତବ ବ୍ୟୁରୋ: ଦେଶରେ ପୁଣି ଥରେ ଭୟର ଆତଙ୍କ ଖେଳାଇଲାଣି କୋଭିଡ୍‌ । ସରକାରୀ ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ମେ ମାସ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି। ଏହାସହିତ ମହାରାଷ୍ଟ୍ରରୁ ୪୪,  ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୮, ଗୁଜରାଟରୁ ୬, ଦିଲ୍ଲୀରୁ ୩, ହରିୟାଣା, ରାଜସ୍ଥାନ ଏବଂ ସିକିମରୁ ଗୋଟିଏ […]

ବାସ୍ତବ ବ୍ୟୁରୋ: ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବି.ଆର ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ […]

ବାସ୍ତବ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍‌ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି […]

Pin It on Pinterest