ବାସ୍ତବ ବ୍ୟୁରୋ: ଦେଶରେ ପୁଣି ଥରେ ଭୟର ଆତଙ୍କ ଖେଳାଇଲାଣି କୋଭିଡ୍‌ । ସରକାରୀ ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ମେ ମାସ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି। ଏହାସହିତ ମହାରାଷ୍ଟ୍ରରୁ ୪୪,  ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୮, ଗୁଜରାଟରୁ ୬, ଦିଲ୍ଲୀରୁ ୩, ହରିୟାଣା, ରାଜସ୍ଥାନ ଏବଂ ସିକିମରୁ ଗୋଟିଏ […]

ବାସ୍ତବ ବ୍ୟୁରୋ: ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବି.ଆର ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ […]

ବାସ୍ତବ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍‌ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି […]

ବାସ୍ତବ ବ୍ୟୁରୋ: କିଛିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଏନେଇ ଭାରତର ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଯୁଦ୍ଧ ବିରାମ ପାଇଁ ପ୍ରଥମେ ଦିନ ୩ଟା ୩୦ ମିନିଟରେ ପାକିସ୍ତାନ ଡିଜିଏମଓ ଅସ୍ତ୍ରବିରତି ପାଇଁ ଭାରତକୁ ଫୋନ କରିଥିଲେ । ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶ ସବୁପଟୁ ଗୁଳିଗୋଳା […]

ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚ ଜମ୍ମୁ ବିମାନବନ୍ଦରରେ ଡ୍ରୋନ୍‌ ମାଡ଼୩ ରାଜ୍ୟର ଏକାଧିକ ସହର ବ୍ଲାକ୍‌ଆଉଟ୍‌ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚବାସ୍ତବବ୍ୟୁରୋ: ଏସ୍ ୪୦୦ ଆମ ରକ୍ଷାକବଚ ସାଜିଛି।ରାଜସ୍ଥାନର ପୋଖରାନ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ର ଧୃଷ୍ଟତା କରିଥିବାବେଳେ,ଭାରତର ସୁରକ୍ଷା ବ୍ୟବସ୍ଥା ତାହାକୁ ଆକାଶମାର୍ଗରେ କଡା ଟକ୍କର ସହ ନଷ୍ଟ ‌କରିବାରେ ସଫଳହୋଇଛି। ରାଜସ୍ଥାନର ଫଲୋଦି ବାୟୁସେନା ଘାଟି ଠାରୁ ୨୦ କିମି ଦୂରରେ ହୋଇଥିବା ଡ୍ରୋନ୍‌ ଆକ୍ରମଣକୁ […]

ବାସ୍ତବ ବ୍ୟୁରୋ : ସାରା ଦେଶରେ ଆରମ୍ଭ ହେବାକୁଥିବା ଜନଗଣନା ସହ ଜାତିଭିତ୍ତିକ ଡାଟା ମଧ୍ୟ ଏକାଠି କରାଯିବ । ଏଥିପାଇଁ ଜନଗଣନା ଫର୍ମରେ ଜାତିର ଏକ ଘର ଦିଆଯିବ । ଏହି ଆଧାରରେ ଦେଶରେ କେଉଁ ଜାତିର କେତେ ଲୋକ ଅଛନ୍ତି ତାର ସୂଚନା ଏକାଠି କରାଯିବ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ବାବଦ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ […]

ବାସ୍ତବ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏହି ଯୁଦ୍ଧ ସମୟର ଭିଡିଓ କିଭଳି ପ୍ରସାରଣ କରାଯିବ ଓ ତାହା ଉପରେ କ’ଣ କଟକଣା ଲଗାଯାଇଛି ସେନେଇ ସୂଚନା ଓ […]

ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୪ର ରେଜଲ୍ଟ। ପରୀକ୍ଷାରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। ଏହି ଫଳାଫଳ ୟୁପିଏସସି ୱେବସାଇଟ୍ upsc.gov.in ରେ ଦେଖିପାରିବେ।  ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ଏହା ବ୍ୟତୀତ ଓବିସି ବର୍ଗର ୩୧୮ ଜଣ, ଏସ୍‌ସି ବର୍ଗର ୧୬୦ ଜଣ, ଇଡବ୍ଲୁଏସର ୧୦୯ ଜଣ, ଏସ୍‌ଟି ବର୍ଗର ୮୭ […]

ବାସ୍ତବ ବ୍ୟୁରୋ: ଆଜି (ରବିବାର)ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲ୍ଲାର କୋଟାଭୁରୁତଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କାରଖାନାରେ କାମ କରୁଥିବା ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ସେଠାରେ ୩୦ରୁ ଅଧିକ ଶ୍ରମିକ କାମ କରୁଥିବାର କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ […]

ବାସ୍ତବ ବ୍ୟୁରୋ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଓ୍ବେଲବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ବ ସନ୍ତୋଷ ରିପୋର୍ଟ ( World Happienss Report) ପ୍ରକାଶ ପାଇଛି। ରିପୋର୍ଟରେ ସାମଗ୍ରୀକ ଭାବେ ମାନବ ସମାଜରେ ଦେଖାଦେଇଥିବା କେତେକ ଚିନ୍ତାଜନକ ଲକ୍ଷଣ ଉପରେ ଆଲୋକପାତ କରାଯାଇଛି । କ୍ରମାଗତ ଅଷ୍ଟମଥର ଫିନଲାଣ୍ଡ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ଡେନମାର୍କ, ଆଇସଲ୍ୟାଣ୍ଡ, ନରୱେ ଏବଂ ସ୍ୱିଡେନ ମଧ୍ୟ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ […]

Pin It on Pinterest