ବାସ୍ତବ ବ୍ୟୁରୋ(ନୂଆ ଦିଲ୍ଲୀ) : ଅଟା ଖୋଲାରେ ଆଣିଲେ ୧ କିଲୋଗ୍ରାମ ପିଛା ୩୮-୪୦ ଟଙ୍କା ଏବଂ ବ୍ରାଣ୍ଡେଡ୍ ପ୍ୟାକେଟ ୪୫-୫୫ ଟଙ୍କା ରେ ବିକ୍ରି ହେଉଛି । ଜାନୁଆରୀ ୨୦୨୨ ର ମୂଲ୍ୟ ତୁଳନାରେ ଏହା ୪୦% ରୁ ଅଧିକ ଅଟେ । ବିଶ୍ଳେଷକମାନଙ୍କ ମତରେ, ଯଦି ସରକାର ଖୋଲା ବଜାରରେ ଗହମର ଷ୍ଟକ୍ ନ ଛାଡନ୍ତି, ତେବେ ଅଟାର ମୂଲ୍ୟ ଆହୁରି ବଢି ପାରେ। ରପ୍ତାନି ଉପରେ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ଓସ୍କାର ୨୦୨୩ ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା କରାଯାଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରିକୁ ମନୋନୟନ ମିଳିଛି । ମନୋନୟନ ପାଇଥିବା ଭାରତୀୟ ଚଳଚ୍ଚିତ୍ର ହେଲେ ଏସଏସ ରାଜମୌଲୀଙ୍କ ଚଳଚ୍ଚିତ୍ର ଆରଆରଆର୍, ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଅଲ ଦାଟ୍ ବ୍ରେଦସ ଓ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦି ଏଲିଫାଣ୍ଟ ହ୍ବିସ୍ପର୍ସ । ଭାରତୀୟ ଚଳଚ୍ଚିତ୍ର RRR ର ନାଟୁ-ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ଗୀତ ବର୍ଗରେ […]
ବାସ୍ତବ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସମେତ ୫ ଟି ରାଜ୍ୟରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ଣ ୨.୩୦ରେ ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ଲୋକମାନେ ୩୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଦିଲ୍ଲୀ-ଏନସିଆର ବ୍ୟତୀତ ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନର କେତେକ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି। ଝଟକା ଅନୁଭବ ହେବାରୁ ଲୋକମାନେ […]
ବାସ୍ତବ ବ୍ୟୁରୋ: ଆଜି ପରାକ୍ରମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମବୀର ଚକ୍ର ସମ୍ମାନିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ବୀପର ନାମକରଣ କରିଛନ୍ତି। ଆଜି(ସୋମବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି- ଆଣ୍ଡାମାନ ମାଟି ରେ ପ୍ରଥମ କରି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଏଠାରେ ସ୍ୱାଧୀନ […]
ବାସ୍ତବ ବ୍ୟୁରୋ : ଗୁଗୁଲ୍, ଆମାଜନ, ଫେସବୁକ୍ ପରି ବଡ କମ୍ପାନୀଗୁଡିକରେ କାହିଁକି ଚାଲିଛି ଛଟେଇ ପର୍ବ? କିଛି ମାସ ମଧ୍ୟରେ ୮୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛନ୍ତି। ଦୁନିଆର ବଡ ଟେକ୍ନୋଲୋଜି କମ୍ପାନୀଗୁଡିକରେ ଛଟେଇ ମଧ୍ୟରେ ଗୁଗୁଲର ମାମଲା ସର୍ବଶେଷ ଅଟେ। ଗତ କିଛି ଦିନ ମଧ୍ୟରେ ମାଇକ୍ରୋସଫ୍ଟ, ଟ୍ୱିଟର, ଫେସବୁକ୍ ପରି […]
ବାସ୍ତବ ବ୍ୟୁରୋ: ଗୁରୁବାର ଦିନ ଇରାକର ଫୁଟବଲ୍ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ୪ ଦଶନ୍ଧି ପରେ ଇରାକରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଯେତେବେଳେ ହଜାର ହଜାର ଲୋକ ବସ୍ରା ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ମ୍ୟାଚ୍ ଦେଖିବା ପାଇଁ ଏକାଠି ହୋଇଥିଲେ ଏହି ଘଟଣା ଘଟିଥିଲା । ଇରାକର […]
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁମ୍ବାଇରେ ପହଞ୍ଚି ୩୮,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ମେଟ୍ରୋ ଲାଇନ ୨ ଏ ଏବଂ ୭ ର ଉଦଘାଟନ କରିଛନ୍ତି। ଏଥିରେ ଆନ୍ଧେରିରୁ ଡାହିସର ପର୍ଯ୍ୟନ୍ତ ବିସ୍ତୃତ ୩୫ କିଲୋମିଟର ଉଚ୍ଚ କରିଡର ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର […]
ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହିତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ୪୦୦ ଦିନ ବାକି ଅଛି। ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ସେ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକର ଦ୍ୱିତୀୟ ଦିନରେ […]
ବାସ୍ତବବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍’ବନି ଗେବ୍ରିଏଲ୍ ‘ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି। ଆମେରିକାର ନିୟୁ ଅର୍ଲିନ୍ସ୍ସ୍ଥିତ ‘ଆର୍ଣ୍ଣେଷ୍ଟ୍ ଏନ୍. ମୋରିଆଲ୍ କନ୍ଭେନ୍ସନ୍ ହଲ୍’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍ ପ୍ରଥମ ଓ ଡୋମିନିକା ରିପବ୍ଳିକ୍ର ଆଣ୍ଡେରିନା ମାର୍ଟିନେଜ୍ ଦ୍ବିତୀୟ ରନର୍ ଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି। ୧୯୯୪ […]
ବାସ୍ତବ ବ୍ୟୁରୋ: ଅଟାର ଅଭାବ ହେତୁ ପାକିସ୍ତାନରେ ହାହାକାର | ସବସିଡିଯୁକ୍ତ ଅଟାର ଷ୍ଟକ୍ ଶେଷ ହୋଇଯାଇଛି | ଏହି କାରଣରୁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ଅଟା ପ୍ୟାକେଟ୍ ଯୋଗାଉଛନ୍ତି। ଅଟାର ଅଭାବ ଏତେ ଭୟଙ୍କର ଯେ ଶସ୍ତା ଅଟା କିଣିବାକୁ ଚେଷ୍ଟା କରି ଏପର୍ଯ୍ୟନ୍ତ ୪ ଜଣ ପ୍ରାଣ ହରାଇଛନ୍ତି। ଶନିବାର ଦିନ ସିନ୍ଧ ରାଜ୍ୟର ମିରପୁର ଖାସ୍ ଜିଲ୍ଲାରେ ଖାଦ୍ୟ ବିଭାଗରୁ […]


