ବାସ୍ତବ ବ୍ୟୁରୋ: ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଅନଲାଇନ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ସୂଚନାନୁଯାୟୀ, ଜେଇଇ(ମେନ୍) ପରୀକ୍ଷା […]

ବାସ୍ତବ ବ୍ୟୁରୋ : ଦୁଇମାସ ପୂର୍ବେ ପାକିସ୍ତାନର ଅର୍ଥମନ୍ତ୍ରୀ ଥିବା ମିଫତାହ ଇସମାଇଲ କହିଛନ୍ତି ଯେ ପାକିସ୍ତାନକୁ ବର୍ତ୍ତମାନ ଯେକୌଣସି ସମୟରେ ଡିଫଲ୍ଟର ଘୋଷିତ କରାଯାଇପାରେ। ଏକ ଟିଭି ସୋ ରେ ସେ କହିଛନ୍ତି – ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅର୍ଥାତ୍ ଆଇଏମ୍ଏଫ୍ ଆମକୁ ନୂତନ ଋଣର କିସ୍ତି ଦେବାକୁ ପ୍ରସ୍ତୁତ ନୁହେଁ। ଇମ୍ରାନ ଖାନଙ୍କ ସମୟରେ ଆମ ଅର୍ଥନୀତିରେ ଆରମ୍ଭ ହୋଇଥିବା ବିନାଶରୁ ଆମେ ପୁନରୁଦ୍ଧାର ହୋଇପାରି ନାହୁଁ […]

ବାସ୍ତବ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ କେତେକ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସୈନ୍ୟଙ୍କ ପ୍ରତିଜବାରେ […]

ବାସ୍ତବ ବ୍ୟୁରୋ : ଉତ୍ସବର ରୁତୁ ସରିବା ପରେ ମଧ୍ୟ ଦେଶରେ ଯାନବାହନ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନଭେମ୍ବର ମାସରେ, ପ୍ରତି ସେକେଣ୍ଡରେ ଗୋଟିଏ ଗାଡି ବିକ୍ରି ହୋଇଥିଲା ଏବଂ ମୋଟ ବିକ୍ରି ୨୩.୮୦ ଲକ୍ଷର ଏକ ଐତିହାସିକ ଉଚ୍ଚରେ ପହଞ୍ଚିଥିଲା । ଗତ ବର୍ଷ ନଭେମ୍ବର ତୁଳନାରେ ଏହା ୨୬% ଅଧିକ । ଦୁଇ ଚକିଆ ବିକ୍ରି ୨୩.୬୧% ଏବଂ ଗତ ମାସରେ […]

ବାସ୍ତବ ବ୍ୟୁରୋ : ଆଜି ରାତିରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ’ । ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍‌ ତାମିଲନାଡୁର ମହାବଲିପୁରମ୍‌ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନାନୁଯାୟୀ, ସାମୁଦ୍ରିକ ଝଡ଼ ‘ମାଣ୍ଡୋସ’ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର କାରାଇକାଲ ଠାରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ତାମିଲନାଡୁରୁ ପଶ୍ଚିମ ଉତ୍ତର-ପଶ୍ଚିମ ଆଡକୁ ଅଗ୍ରସର ହେଉଥିବା ବେଳେ ପୁଡୁଚେରୀ […]

 ବାସ୍ତବ ବ୍ୟୁରୋ :ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ହାରି ସିରିଜ୍‌ ହରାଇଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମେହଦି ହାସାନ ମିରାଜ୍ ଲଢୁଆ […]

ବାସ୍ତବ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ତେବେ ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି, ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ । ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଯାହାର ନାମ “କ୍ଲାଇମେଟ୍ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ ଇଣ୍ଡିଆସ କୁଲିଂ ସେକ୍ଟର”ରେ କୁହାଯାଇଛି, ବିଗତ ଏକ ଦଶନ୍ଧି ମଧ୍ୟରେ ହିଟ୍ ୱେଭ୍ […]

ବାସ୍ତବ ବ୍ୟୁରୋ : ଚଳିତ ବର୍ଷ ପଞ୍ଚମ ଥର ପାଇଁ ପୁଣି ବଢ଼ିଲା ରେପୋରେଟ୍ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ହେବ ଋଣ। ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି।  ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି।  ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା […]

ବାସ୍ତବ ବ୍ୟୁରୋ: ଦାନା ବାନ୍ଧୁଛି ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସମ୍ଭାବ୍ୟ […]

ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ସୋମବାର ଶେଷ ହୋଇଛି। ବର୍ତ୍ତମାନ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ୮ ଡିସେମ୍ବରକୁ ଅପେକ୍ଷା କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏଥର ବିଜେପି ଉଭୟ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବ ନା କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଜିତିବ ତାହା ସ୍ଥିର ହେବ। ତେବେ ସୋମବାର ଆସିଥିବା ଏକଜିଟ୍ ସର୍ଭେରେ ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାରେ […]

Pin It on Pinterest