ବନ୍ୟା ପାଇଁ ରବିବାର ଛୁଟି ବାତିଲ୍ କଲେ ଜିଲ୍ଲାପାଳ

ବିନା ଅନୁମତିରେ ହେଡକ୍ୱାଟର୍ସ ନଛାଡିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ

କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)/୦୮: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର ରହିଛି । ଆସନ୍ତାକାଲି (ରବିବାର) ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟାର।

ଏବଂ ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ବିନା ଅନୁମତିରେ ଜିଲ୍ଲା ବାହାରକୁ ନଯିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।ବିଭିନ୍ନ ଅଞ୍ଚଳରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟ, ମାଗଣା ରୋଷେଇ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ରିଲିଫ୍ ସାମଗ୍ରୀ ଯୋଗାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ନିରନ୍ତର ଗସ୍ତ କରି ସ୍ଥିତିର ସମୀକ୍ଷା କରୁଛନ୍ତି।

ସେୟାର କରନ୍ତୁ

Next Post

ବାସ୍ତବ କଥା ରେ କଟକର ଜଳବନ୍ଦୀ ସମସ୍ୟାର ଖବର ପରେ,ମେୟରଙ୍କୁ ଘେରିଲା ବିଜେପି ମହିଳା ମୋର୍ଚ୍ଚା....

Sun Aug 2 , 2026
କଟକ(ସଂଜୟ ଶତପଥୀ): କଟକର ଜଳବନ୍ଦୀ ସମସ୍ୟା ସବୁବେଳେ କଟକବାସୀ ଙ୍କ ଲାଗି ଏକ ପ୍ରମୁଖ ସମସ୍ୟା ହୋଇ ପଡ଼ିଥିଲା ବେଳେ, କଟକ ମହାନଗର ନିଗମର ମେୟର, କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନେ ନୀରବ ରହିବା ଏକ ଦୁର୍ଭାଗ୍ୟର ବିଷୟ। ଜଳବନ୍ଦୀ ର ସମସ୍ୟା କୁ ନେଇ “ବାସ୍ତବ କଥା” ଖବରକାଗଜରେ ବାରମ୍ବାର ଖବର ପରେ,ମହାନଗର ନିଗମ ମେୟର ନିଜ ପ୍ରତିକ୍ରିୟାରେ ଏକ ଘରୋଇ ଗୃହ ନିର୍ମାଣ ସଂସ୍ଥା କଟକ ମହାନଗର […]

You May Like

Pin It on Pinterest