ବାସ୍ତବ କଥା ରେ କଟକର ଜଳବନ୍ଦୀ ସମସ୍ୟାର ଖବର ପରେ,ମେୟରଙ୍କୁ ଘେରିଲା ବିଜେପି ମହିଳା ମୋର୍ଚ୍ଚା….

କଟକ(ସଂଜୟ ଶତପଥୀ): କଟକର ଜଳବନ୍ଦୀ ସମସ୍ୟା ସବୁବେଳେ କଟକବାସୀ ଙ୍କ ଲାଗି ଏକ ପ୍ରମୁଖ ସମସ୍ୟା ହୋଇ ପଡ଼ିଥିଲା ବେଳେ, କଟକ ମହାନଗର ନିଗମର ମେୟର, କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନେ ନୀରବ ରହିବା ଏକ ଦୁର୍ଭାଗ୍ୟର ବିଷୟ। ଜଳବନ୍ଦୀ ର ସମସ୍ୟା କୁ ନେଇ “ବାସ୍ତବ କଥା” ଖବରକାଗଜରେ ବାରମ୍ବାର ଖବର ପରେ,ମହାନଗର ନିଗମ ମେୟର ନିଜ ପ୍ରତିକ୍ରିୟାରେ ଏକ ଘରୋଇ ଗୃହ ନିର୍ମାଣ ସଂସ୍ଥା କଟକ ମହାନଗର ନିଗମ ଅଧୀନରେ ଥିବା ଏକାଧିକ ପୋଖରୀକୁ ବେଆଇନ ଭାବେ ଦଖଲ କରି ପୋଖରୀ କୁ ପୋତିବା ସହ ବାସୋପଯୋଗୀ ଗୃହ ନିର୍ମାଣ କରିଛନ୍ତି ଏବଂ କିଛି ପୋଖରୀ କୁ ସମ୍ପୂର୍ଣ୍ଣ ପୋତିବା କାରଣରୁ କଟକ ସହର ମଧ୍ୟରୁ ଜଳ ନିଷ୍କାସନ ହେବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି କହିଥୁଲେ।

ମେୟର ଙ୍କ ଏହି ସ୍ପଷ୍ଟୀକରଣ କୁ ନେଇ ଆଜି କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ର ଉପ-ସଭାପତି ଶ୍ରୀମତୀ ଶର୍ମିଷ୍ଠା ପ୍ରିୟଦର୍ଶିନୀ ଅସନ୍ତୋଷ ପ୍ରକାଶ କରିବା ସହ ମେୟର ଙ୍କ ମତକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଯେ, ଯଦି ଘରୋଇ ଗୃହ ନିର୍ମାଣ ସଂସ୍ଥା ବେଆଇନ ଭାବେ ପୋଖରୀ ଜବରଦଖଲ ସହ ପୋତିଛି ତେବେ ସେହି ସଂସ୍ଥା ବିରୋଧରେ ମହାନଗର ନିଗମ କି ପ୍ରକାର ପଦକ୍ଷେପ ନେଇଛି ?ଏବଂ ସେହି ସଂସ୍ଥା ର ନାମ ସାର୍ବଜନୀନ ମହାନଗର ନିଗମ କରିବା ଆବଶ୍ୟକ। ଏହି ବିଷୟରେ ମହିଳା ମୋର୍ଚ୍ଚା ପକ୍ଷରୁ; ଜିଲ୍ଲା ବିଜେପି ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଦଳ ମାନନୀୟ ମେୟର ଙ୍କୁ ଭେଟିବା ସହ ଅନୁରୋଧ କରାଯିବ। ଯଦି ମାନନୀୟ ମେୟର ଏହି ଦାବି ଓ ଅନୁରୋଧ କୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟକ ମହାନଗର ନିଗମ ସମ୍ମୁଖରେ ଆନ୍ଦୋଳନ କରାଯିବ।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତି: ପ୍ରଶାସନର ତ୍ୱରିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରୀ...

Sun Aug 2 , 2026
କେନ୍ଦ୍ରାପଡା(ଚତୁର୍ଭୁଜ ଦାଶ)୨ ଅଗଷ୍ଟ: କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ୯ଟି ବ୍ଲକ୍- ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡା, ମାର୍ଶାଘାଇ, ମହାକାଳପଡା ଓ ଡେରାବିଶର ୮୫ଟି ଗ୍ରାମ ପଞ୍ଚାୟତର ୧୭୦ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ବନ୍ୟା ପ୍ରଭାବରେ […]

You May Like

Pin It on Pinterest