ବାସ୍ତବ ବ୍ୟୁରୋ : ଆଜି (ବୁଧବାର) ସି.ଭି. ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲ୍‌କାତା ସ୍ଥିତ ରାଜଭବନରେ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ […]

ସଞ୍ଜୟ ଶତପଥୀ(କଟକ): ବହୁ ବ୍ୟବଧାନ ପରେ ମୁହଁ ଖୋଲିଲେ ଓପିଏସ୍‌ସି ର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଗ୍ରୁପ୍ ବିର ୭୯୬ ଏଏସ୍‌ଓ (ଆସିଷ୍ଟାଣ୍ଟ୍ ସେକ୍‌ସନ ଅଫିସର) ଚୟନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଉଠିଥିବା ଅଭିଯୋଗକୁ ସେ,ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହିତ ଏଏସ୍‌ଓ ପରୀକ୍ଷାର ସ୍ବଚ୍ଛତା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, […]

ପ୍ରମୋଦ ନାୟକ(ଭୁବନେଶ୍ୱର): ନଭେମ୍ବର ୨୪ ଅର୍ଥାତ ଗୁରୁବାର ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧  ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।  ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ […]

ବାସ୍ତବ ବ୍ୟୁରୋ : ରାଜ୍ୟର ଶୀତ ପ୍ରବାହ ସାମାନ୍ୟ କମିଛି। ଗତକାଲି (ସୋମବାର) ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା। ଗତ ରାତି‌ରେ ଏହା ଓଡ଼ିଶାର ଥଣ୍ଡା ସହର ପାଲଟିଥିଲା। ଏହା ପଛକୁ ଫୁଲବାଣୀରେ ୧୨.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିବା ଅନୁଯାୟୀ, ଗତକାଲି(ସୋମବାର) କଟକର ରାତି […]

ବାସ୍ତବବ୍ୟୁରୋ:ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦୀ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏହାପୂର୍ବରୁ ଦିୱାଲୀରେ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ବାସ୍ତବରେ, ଚଳିତ ବର୍ଷ ଜୁନ୍ ମାସରେ, ୨୦୨୩ ଶେଷ ସୁଦ୍ଧା କେନ୍ଦ୍ରରେ ଥିବା ସମସ୍ତ ଖାଲି ପଦବୀ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବାସ୍ତବ ବ୍ୟୁରୋ: ଆଜି (ସୋମବାର) ଅପରାହ୍ନରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ମୁଖ୍ୟ ସହର ଜାଭା ଦ୍ୱୀପରେ ଏହି କମ୍ପନ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଛି। ଏଥିରେ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଆହତ ହୋଛନ୍ତି। ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ରାସ୍ତାଘାଟ ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ […]

ପ୍ରମୋଦନାୟକ(ଭୁବନେଶ୍ବର): ଆଉ ୧ ଘଣ୍ଟା ବୃଦ୍ଧି ପାଇଲା ବିଧାନସଭା ଅବଧି । ସନ୍ଧ୍ୟା ୬ ପରିବର୍ତ୍ତେ ସନ୍ଧ୍ୟା ୭ଟା ଯାଏ ଗୃହକାର୍ଯ୍ୟ ଚାଲିବ। ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ଵାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଥିବା କୋଭିଡ କଟକଣା ହଟିଥିବା ହେତୁ ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି […]

ସଂଜୟ ଶତପଥୀ(କଟକ): ୨୦/୧୧-ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆଜି (ରବିବାର) ଦିନ ନେହେରୁ ନୋଡାଲ ବିଦ୍ୟାଳୟ, ନୂଆ ବଜାର, କଟକ ଠାରେ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୨୭ ତାରିଖ ଠାରୁ ଭୁବନେଶ୍ଵରର PMG ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ସଭାପତି […]

ବାସ୍ତବବ୍ୟୁରୋ:ରବିବାର ଦିନ କତାରରେ ଆରମ୍ଭ ହେବାକୁ ଯାଉଛି ଫିଫା ଫୁଟବଲ ବିଶ୍ୱକପ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହାର ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ସେ ସେଠାରେ ଭାରତର ପ୍ରତିନିଧିତ୍ୱ କରିବେ। କୁହାଯାଉଛି ଯେ ଉପରାଷ୍ଟ୍ରପତି ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ମଧ୍ୟ ଭେଟିବେ। ଫିଫା ବିଶ୍ୱକପରେ ବିଶ୍ଵ ର ୩୨ଟି ଦଳ ଅଂଶଗ୍ରହଣ କରିବେ | ନଭେମ୍ବର-ଡିସେମ୍ବରରେ ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବ ଏହା ପ୍ରଥମ ଥର ପାଇଁ ଘଟୁଛି […]

ବାସ୍ତବବ୍ୟୁରୋ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧ ନଭେମ୍ବରରୁ ବଜେଟ୍ ପୂର୍ବ-ବୈଠକ ଆରମ୍ଭ କରିବେ | ପାରମ୍ପାରିକ ଭାବରେ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ବୈଠକ କରନ୍ତି। ଶିଳ୍ପାଞ୍ଚଳ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ସୀତାରମଣ ସୋମବାର ତିନୋଟି ଗୋଷ୍ଠୀ ଙ୍କ ସହ ବୈଠକ କରିବେ। ଏଥିରେ ସାଧାରଣ ବଜେଟ୍ ପାଇଁ ପରାମର୍ଶ ନିଆଯିବ। ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସହ ଜଡିତ ପ୍ରସଙ୍ଗ […]

Pin It on Pinterest