ସନ୍ତୋଷ ପାତ୍ର(ନର୍ଲା):ପଂଚାୟତ ସମିତି ଯୁକ୍ତ ଦୁଇ କଲେଜ ପରିସରରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅବସର ପ୍ରାପ୍ତ ସମାଜବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ଯୁକ୍ତ ଅମୂଲ୍ୟ କୁମାର ମହାନ୍ତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ଶ୍ରୀଯୁକ୍ତ ମହାନ୍ତି ଜଣେ ଦକ୍ଷ, ସଚ୍ଚୋଟ, ମେଲାପି, କର୍ମବୀର ସହିତ ଦୟାବାନ ବ୍ୟକ୍ତି ର ପରିଚୟ ଦେଇ ଯୁକ୍ତ ଦୁଇ […]
ରାଜ୍ୟ
ବାସ୍ତବ ବ୍ୟୁରୋ:କେନ୍ଦ୍ର ସରକାର ପାନ୍-ଆଧାରକୁ ସଂଯୋଗ କରିବାର ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରିଲିଜ୍ ଅନୁଯାୟୀ, ପାନ୍ କୁ ଆଧାର ସହିତ ସଂଯୋଗ କରିବାର ସମୟ ସୀମା ମାର୍ଚ୍ଚ ୩୧ ରୁ ଜୁନ୍ ୩୦ , ୨୦୨୩ କୁ ବୃଦ୍ଧି କରାଯାଇଛି। ଆଧାର-ପାନ୍ ଲିଙ୍କ୍ ପାଇଁ ସମୟ ସୀମା ଅତୀତରେ ଅନେକ ଥର ବୃଦ୍ଧି କରାଯାଇଛି । ମାର୍ଚ୍ଚ […]
ଭୁବନେଶ୍ୱର/୨୮/୦୩ : ଭୁବନେଶ୍ୱର ଉପଖଣ୍ଡ ଵିକାଶ ମଞ୍ଚ ଆହ୍ଵାନ କ୍ରମେ ରବିବାର ଦିନ ଏକ ଏକତା ସମାବେଶ, ଶୁଭଶ୍ରୀ ଭିଲା ସଭା କକ୍ଷରେ ଆୟୋଜିତ ହୋଇଯାଇଛି। ସୁନ୍ଦରପଦା ଵିଏମସି ସୀମା ଠାରୁ ନେଇ ପଧାନ ସାହି ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଗଢି ଉଠିଥିଵା ଆପାର୍ଟମେଣ୍ଟ ଵାସିନ୍ଦା ମାନେ ଏକଜୁଟ ହୋଇ ଭୁବନେଶ୍ୱର କୁ ସଂଯୋଗ୍ କରୁଥିବା କପିଳପ୍ରସାଦ- ଜଟଣୀ ରୋଡ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନଧରି ଅହେତୁକ ଵିଳମ୍ବ କରା […]
ସଂଜୟଶତପଥୀ(କଟକ): ପୈ।ରାଣିକ ମତବାଦର କାଞ୍ଚି ଅଭିଯାନ ହେଉ ବା ରାଜା ବଳିଙ୍କର ପାତାଳ ଗମନ ହେଉ ଅଥବା ମାଳିକା ବର୍ଣ୍ଣିତ ହେଉ କଟକ ଜିଲ୍ଲାର ଉରାଳୀ ଗ୍ରାମରେ ବିଗତ ୪୦୦ ବର୍ଷ ପୂର୍ବରୁ ସ୍ବୟଂ ବିରାଜମାନ ପ୍ରଭୁ ଶ୍ରୀ ଦଧୂବାମନଜୀଉଙ୍କର ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହେଉଛି। ତ୍ରିଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ପବିତ୍ର କଳସ ଯାତ୍ରା,ଅଧୂବାସ, ହୋମଯଜ୍ଞ ଓ ଉପଚାର ପୂଜା ପ୍ରଭୁ ନୀଳାଦ୍ରିନାଥଙ୍କ […]
ଦେବକିନ୍ତ ମହାନ୍ତି(ଚାନ୍ଦବାଲି)-ସ୍ଥାନୀୟ ମତୋ ହାଇସ୍କୁଲର ୧୯୯୪ ବ୍ଯାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବନ୍ଧୁମୀଳନ ଉତ୍ସବ ସ୍କୁଲ ପରିଶରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୯୯୪ ବ୍ଯାଚର ବିଭିନ୍ନ ଅନୁଷ୍ଠାନରେ ବହୁ ପ୍ରତିଷ୍ଠିତ ପୂର୍ବତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ବାଲ୍ଯ ବନ୍ଧୁ ମାନଙ୍କୁ ଏକାଠି ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ତତ୍କାଳୀନ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଲ୍ଲାଇ, ବିର୍ଷ୍ଣୁମୋହନ ମହାପାତ୍ର,ବୈକୁଣ୍ଠ ରଥ,ସନ୍ଥଚରଣ ନାୟକ,ଅର୍ଜୁନ ସାହୁ,ନନ୍ଦ କିଶୋର ବଳଙ୍କ […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲା ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। ଆଜି (ସୋମବାର) କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା […]
ବାସ୍ତବ ବ୍ୟୁରୋ: ବିଜେଡି ପକ୍ଷରୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ଆଜି ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର […]
ସଂଜୟ ଶତପଥୀ(କଟକ): ସମଗ୍ର ଓଡ଼ିଶାରେ ବିଦ୍ଯୂତ୍ ଶକ୍ତି ଯୋଗାଉଥିବା ତଥା ଏକ ଘରୋଇ କମ୍ପାନୀ ଟାଟା ପାୱାର କମ୍ପାନୀର ମନୋମୁଖୀ ଶାସନ ବିରୁଦ୍ଧରେ କମ୍ପାନୀ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦର ସ୍ବର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଠିକା କର୍ମଚାରୀସଂଘର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ଟାଟା ପାୱାର […]
ନୂଆଦିଲ୍ଲୀ:ଜାତିସଂଘ ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି)ର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଭାରତ ତାପମାତ୍ରା ବୃଦ୍ଧି, ସାମୁଦ୍ରିକ ଜଳପତ୍ତନ ବୃଦ୍ଧି, ଜୀବନ ଓ ଜୀବିକା ଉପରେ ବିପର୍ଯ୍ୟୟକର ପ୍ରଭାବ ଆଦି ବିରାଟ ଆହ୍ବାନର ସମ୍ମୁଖୀନ ହୋଇପାରେ। ଛଅଟି ଭିନ୍ନ ଭିନ୍ନ ରିପୋର୍ଟକୁ ଆଧାର କରି ଉକ୍ତ ସଂଶ୍ଳେଷିତ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାଇ ଆଗାମୀ ଦିନରେ ନାନା ଚରମ ଜଳବାୟୁଗତ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ଭାରତ। […]


