ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୨-୧୧-କେନ୍ଦ୍ର ସରକାରଙ୍କ ରନ୍ଦନ ଗ୍ୟାସ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଚାନ୍ଦବାଲିରେ ଆଜି ବିଜୁ ମହିଳା ଦଳ, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ସହ ଧାରଣା ଦିଆଯାଇଥିଲା। ଏଥିନେଇ ମହିଳାଙ୍କ ବିଜେଡ଼ି ଦଳର ଏକ ପ୍ରତିବାଦ ରାଲି ଚାନ୍ଦବାଲି ମା କାଳି ମନ୍ଦିର ନିକଟରୁ ବାହାରି ନାରୀସଭାନେତ୍ରୀ ମାନସୀ ପାଢ଼ୀଙ୍କ ନେତ୍ଵତ୍ବରେ ଶତାଧିକ ମହିଳା କର୍ମୀ ମାନେ […]

ବବିତା ସାମଲ(ଭଦ୍ରକ): ଧାର ଟଙ୍କାକୁ ନେଇ ଧମକ ଚମକ, ଥାନାରେ ଅଭିଯୋଗ କରିବାରୁ ଘରେ ନିଆଁ ଲଗେଇ ଦେଲେ। ଏଭଳି ଘଟଣା ଦେଖି ବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପାଞ୍ଚପଡା ଗାଁରେ। ଏହି ଗାଁ ହରିଶ ରାଓଙ୍କ ଭିନ୍ନକ୍ଷମ ପୁଅ ପାଣିରେ ପଡିଯାଇଥିଲା। ପୁଅର ଅସୁସ୍ଥତା ପାଇଁ ସେହି ଗ୍ରାମର ବିରେନ୍ଦ୍ର ମହାନ୍ତିଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଠିକ ସମୟରେ ପରିଶୋଧ କରି ପାରିନଥିଲେ। […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୨୩୦ ଜଣ ସୁସ୍ଥ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୦-୧୧-ଭଦ୍ରକ ବନଖଣ୍ଡ ବନ ବିଭାଗ ଓ ଚାନ୍ଦବାଲ ବନ ବିଭାଗ ପକ୍ଷରୁ ଏସିଏଫ ସାଧନା ବେହେରାଙ୍କ ନେତୃତ୍ବରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ୩ ଟି କାଠ ଡ଼ିପୋ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ କାଠକୁ ଜବଦ କରିଛି ବନ ବିଭାଗ । ସେହି ୩ ଟି ଡ଼ିପୋରେ ଲାଇସେନ୍ସ ନଥିବା ବେଳେ ସେମାନେ ଚୋରାରେ କାଠ ବ୍ୟବସାୟ କରୁଥିଲେ ,ବନ ବିଭାଗ ଖବର ପାଇ ଅଚାନକ ଚଢ଼ାଉ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ । ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାରଙ୍କ ଅନୁମତି । ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁଅନୁଷ୍ଠାନ ଖୋଲି ସାରିଥିଲା ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି) ପକ୍ଷରୁ ନୂଆ ଗାଇଡଲାଇନ୍‌ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଆଗକୁ ପଂଚାୟତ ନିର୍ବାଚନ ସାଙ୍ଗକୁ ପୌରନିର୍ବାଚନ ପାଇଁ ଜୋରଦାର ସଜ ହେଲେଣି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ବଭିନ୍ନ ଜିଲ୍ଲା ଗସ୍ତ କରି, ସ୍ମାର୍ଟ ହେଲଥ କାର୍ଡ,ସହ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ଥର ସ୍ଥାପନ ତ କିଛି ଉଦ୍ଘାଟନ କରି ଭୋଟରଙ୍କୁ ଆକୃଷ୍ଠ କରିବାରେ,ଶାସକଦଳ ଲାଗିପଡ଼ିଛି । ପଂଚାୟତ ପରେ ପୌରାଞ୍ଚଳ ପାଇଁ ପୌର ନିର୍ବାଚନ | ତେଣୁ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ,ନାଳ […]

ସୋମ୍ୟ ରଞ୍ଜନ(କୋଣାର୍କ)- ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ।ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ମଧ୍ୟ ଏହାକୁ ପାଳନ କରାଯାଇଛି । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ମନ୍ଦିର କୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକ ମାନେ ବିନା ଟିକେଟ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ।ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିବା ବେଳେ, କୁଆଡେ ଗଲା ଆପଣଙ୍କ ନୈତିକତା ?ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି।ହେଲେ ଆଜି ଏ ନୀରବତା ପଛର କାରଣ କଣ ? ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତିକି, ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା […]

ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ ସମ୍ପନ୍ନ ହେବ କାର୍ତ୍ତିକ ପୂର୍ଣ୍ଣିମା ନୀତି:ମଧ୍ଯାହ୍ନ ୧ଟାରେ ପଞ୍ଚାନନ ବେଶ :ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶ;ପୀଠରେ ୧୪୪ଧାରା ଜାରୀ ; :ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ମନା:_ ଜଳପଥ ଓ ସ୍ଥଳପଥରେ କଡା ସୁରକ୍ଷା ବ୍ଯବସ୍ଥା। ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୯\୧୧-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ। ହେଲେ କୋଭଡ-୧୯ ଭୟଭୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ […]

ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ସରକାରୀ କୃଷି ଫାର୍ମ ପରିସରରେ ଆତ୍ମ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି ଫାର୍ମ ପରିସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସମାନ୍ତରାୟ ସବୁଜ […]

Pin It on Pinterest