ବାସ୍ତବ ବ୍ୟୁରୋ: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଓ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ […]
ରାଜ୍ୟ
ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ୨୦୦ରେ ପହଞ୍ଚିଲାଣି ପଜିଟିଭ ସଂଖ୍ୟା । ଆଜି ପୁଣି ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୭ ଆକ୍ରାନ୍ତ ।୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି ୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା […]
ବାସ୍ତବ ବ୍ୟୁରୋ: କୃଷି ସଂସ୍କୃତି ଓ ଅନନ୍ୟ ପରମ୍ପରାର ପର୍ବ ହେଉଛି ନୂଆଁଖାଇ। ପ୍ରକୃତି ମାତାଙ୍କୁ ପ୍ରଥମ ଶସ୍ୟ ଅର୍ପଣର ପର୍ବ ହେଉଛି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ। ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି। ଏହାପରେ ଘରେ ଘରେ ନୂଆ ଖାଉଛନ୍ତି ଲୋକ। ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ […]
ବାସ୍ତବ ବ୍ୟୁରୋ: ଆଜି ଗଣେଶ ପୂଜା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା […]
ପୁଷ୍ପକ ମହାନ୍ତି(କଟକ.ସ.)କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କଟକ ସେବା ଫାଉଣ୍ଡେସନ” ପକ୍ଷରୁ କଟକ ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଥୂବା ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଗୀ ତଥା ସେମାନଙ୍କର ସମ୍ପର୍କୀୟମାନଙ୍କୁ ସକାଳ ର ଜଳଖିଆ ବଣ୍ଟନ କରାଯାଇଥୂଲା। ଅନୁଷ୍ଠାନର ସଭାପତି ଶ୍ରୀ ପପୁ ପାତ୍ର ଙ୍କ ନେତୃତ୍ବରେ ହୋଇଥୂବା ଏହି […]
ବାସ୍ତବ ବ୍ୟୁରୋ: ଆଜି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଖବରକାଗଜ ‘ସମ୍ୱାଦ’ ଭବନରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(EOW)। ତାହା ପୁଣି ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଚଢ଼ଉ ହୋଇଥିବା କୁହାଯାଉଛି । ଆଜି ଅପରାହ୍ନ ପ୍ରାୟ ୧ଟା ହେବ। EOWର ୩ଟି ଟିମ୍ ଓ କମିଶନରେଟ୍ ପୁଲିସ୍ ମିଳିତ ଭାବେ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାଗଜପତ୍ର, ବ୍ୟାଙ୍କ ପାସ୍ବୁକ୍ ଓ […]
ବାସ୍ତବ ବ୍ୟୁରୋ : ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଉଛି । ଅର୍ଥାତ ଗଣେଷ ପୂଜାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢିବ । ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ […]
ବାସ୍ତବ ବ୍ୟୁରୋ: ବିଶ୍ବକର୍ମା ପୂଜା ଅବସରରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ସରକାର। ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା। ଏଥିପାଇଁ ୫ ବର୍ଷରେ ୧୩ ହଜାର […]
ବାସ୍ତବ ବ୍ୟୁରୋ: ଆନ୍ତର୍ଜାତୀୟ ଲେଖିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଯୋଜିକା ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନୂଆଦିଲ୍ଲୀସ୍ଥିତ ବାସଭବନରେ ଗତକାଲି(ଶନିବାର) ସନ୍ଧ୍ୟାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଗୀତା ମେହେଟ୍ଟା ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା। ଗୀତା ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। […]
ବାସ୍ତବ ବ୍ୟୁରୋ: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀର ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ଼୍ୟାମରୁ ନିଷ୍କାସିତ ହେଉଥିବା ଜଳ ମନ୍ଦିର ଭିତରେ ପ୍ରବେଶ କରିଛି । ତେଣୁ ମା’ଙ୍କ ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ମା’ ଭଟ୍ଟାରିକାଙ୍କର ପୂଜାର୍ଚ୍ଚନା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରର ଲାଗିଥିବା […]


