
ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରବେଶ ବାରଣ, ସହ ପାଣିବୋତଲ,ଭ୍ୟାନିଟ୍ ବି ମନା । ଆଜି କିଛି ଏଭଳି ପରିସ୍ଥିତି ବାଲେଶ୍ୱରରେ ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ହେଲେ ଏହି ସଭା ସ୍ଥଳକୁ ଆସୁଥିବା ବ୍ୟକ୍ତିଙ୍କୁ କଳା କପଡ଼ା ମନା ହୋଇଛି । କଳା ଟୋପି, କଳା ଓଡ଼ଣୀ, ସଲ୍, ଜ୍ୟାକେଟ୍ ଏପରିକି କଳା ହେଲମେଟ୍ ନେଇ ଆସିଥିବା ବ୍ୟକ୍ତିଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି ।ସଭାସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ଏସବୁକୁ ବାହାର କରି ଦେଇଛି ପୋଲିସ୍ ।
ପୋଲିସ୍ ବାଛି ବାଛି କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପାଖରୁ ସବୁ ଜିନିଷ କାଢ଼ି ଦେଇଛି । ଲୋକଙ୍କୁ କଳା ଟୋପି, ଜ୍ୟାକେଟ୍ ବାହାରେ ଖୋଲି ଭିତରକୁ ପ୍ରବେଶ କରିବାକୁ ପଡ଼ିଛି । କିଛି ମହିଳା ଓ ଯୁବତୀ ନିଜ ସହ ଅଆଣିଥିବା ସଲ୍ ଏବଂ ଓଢ଼ଣୀକୁ ବି ବାହାରେ ଛାଡ଼ି ଯାଇଛନ୍ତି ।ହେଲେ ଏଠି ପ୍ରଶ୍ନ ଉଠୁଛି, କଳା ସାମଗ୍ରୀକୁ କାହିଁକି ବାରଣ ? କଳାକୁ ଏତେ ଡର କାହିଁକି? ସେପଟେ ଘଟଣାକୁ ନେଇ ପୋଲିସ୍ର ପ୍ରତିକ୍ରିୟା ମିଳିପାରିନି ।



