ପ୍ରକାଶ ପାଇଲା ‘ସିବିଏସ୍‌ଇ’ ୧୦ମ ପରୀକ୍ଷା ଫଳ: ପାସ୍‌ ହାର ୯୩.୧୨%

ବାସ୍ତବ ବ୍ୟୁରୋ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି।

ଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, “ଅନେକ ବନ୍ଧୁ ଆଶାନୁସାରେ ଫଳ ପାଇ ନ ଥିବେ। ମନଊଣା ନ କରିବା ପାଇଁ ସେମାନଙ୍କୁ ମୋର ନିବେଦନ। ଗୋଟିଏ ପରୀକ୍ଷା ଜଣେ ବ୍ୟକ୍ତିର ଦକ୍ଷତା ପ୍ରତିପାଦିତ କରିପାରେ ନାହିଁ। କଠୋର ଶ୍ରମ କରିବା ସହିତ ଅଭିଳାଷର ଅନୁଧାବନ କର। ପ୍ରଚେଷ୍ଟା ପରିତ୍ୟାଗ ନ କରୁଥିବା ଲୋକଙ୍କ ପାଖକୁ ସଫଳତା ଆସେ।”

୧୦ମ ଶ୍ରେଣୀ‌ ପାସ୍‌ କରିଥିବା ଶିକ୍ଷାର୍ଥୀମାନଙ୍କୁ ‘ସିବିଏସ୍‌ଇ’ ତା’ର ‘ପରିଣାମ ମଞ୍ଜୁଷା’ ଜରିଆରେ ଡିଜିଟାଲ୍‌ ଏକାଡେମିକ୍‌ ଡକ୍ୟୁମେଣ୍ଟ’ ଯଥା:- ‘ମାର୍କସିଟ୍‌-କମ୍-ସାର୍ଟିଫିକେଟ୍‌ସ୍’, ‘ମାଇଗ୍ରେସନ୍‌ ସାର୍ଟିଫିକେଟ୍‌’, ଏବଂ ଆବଶ୍ୟକ କ୍ଷେତ୍ରରେ ‘ସ୍କିଲ୍‌ ସାର୍ଟିଫିକେଟ୍‌’ ଯୋଗାଇଦେବ।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ‘ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ: ପାସ୍‌ ହାର ୮୭.୩୩%

Fri May 12 , 2023
ବାସ୍ତବ ବ୍ୟୁରୋ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର (ସିବିଏସ୍‌ଇ) ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ କହିଛି। ଚଳିତ ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ  ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍‌ […]

You May Like

Pin It on Pinterest