
ସଂଜୟ ଶତପଥୀ(କଟକ): କଟକର ତୁଳସୀପୁର ସ୍ଥିତ ପୁରାତନ ତଥା ଖ୍ୟାତନାମା ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭିନିତ୍ ଭରଦ୍ୱାଜ (ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ “ଶିକ୍ଷକ ପୁରସ୍କାର ସମ୍ମାନ” ମହାସମାରୋହରେ କଟକ ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁବାସ ସିଂ, ମାନନୀୟ ମେୟର, କଟକ ମହାନଗର ନିଗମ, ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ମାନନୀୟ ଅଧ୍ୟକ୍ଷ, ଜିଲ୍ଲା ପରିଷଦ, କଟକ, ମୂଖ୍ୟ ବକ୍ତା ରାଜଯୋଗିନୀ ବି.କେ.ଗୀତାଞ୍ଜଳୀ, ବରିଷ୍ଠ ରାଜଯୋଗ ଶିକ୍ଷୟିତ୍ରୀ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, କଟକ, ଡଃ ସନ୍ତୋଷ କୁମାର ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଟକ, ଶ୍ରୀମତୀ ଦୀପ୍ତିମୟୀ ଶୁଭଦର୍ଶୀନି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଟକ ,ଶ୍ରୀମତୀ ସୋନାମିକା ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଟକ ଉପସ୍ଥିତ ଥିଲେ।
ପ୍ରାରମ୍ଭ ରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ପରେ ଶିକ୍ଷକ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅତିଥିମାନଙ୍କ ଦ୍ବାରା କରାଯାଇଥିଲା। ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ରେ ଆମନ୍ତ୍ରିତ ଅତିଥି ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶିକ୍ଷା ସେବା କ୍ଷେତ୍ରରେ ଏହି ଉତ୍ସାହ ଜନକ କାର୍ଯ୍ୟକ୍ରମ ତଥା ସମାଜର ପ୍ରାତଃ ସ୍ମରଣୀୟ ଗୁରୁ ମାନଙ୍କୁ ପ୍ରୋତ୍ସାହନ ଆଳରେ ସମ୍ମାନିତ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ।
ନୂଆ ଓ’ ଏକ ଶିକ୍ଷିତ ପରିବେଶ ସୃଷ୍ଟି କରିବାରେ ଗୁରୁମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ସଦାସର୍ବଦା ପୂଜନୀୟ ଏହି ଗୁରୁମାନଙ୍କର ଅବଦାନ ଲାଗି ସମ୍ମାନ କରିବା ନିତାନ୍ତ ଆବଶ୍ୟକ ଯାହାଦ୍ବାରା କି ଏକ ଶିକ୍ଷିତ ସମାଜ ସୃଷ୍ଟି ହୋଇପାରିବ। ଓଡ଼ିଶା ପୋଲିସ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ବେହେରା ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦିକା ଦାୟିତ୍ଵ ନିର୍ବାହ କରିଥିବା ବେଳେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ। ଅବଶେଷରେ ଶ୍ରୀ ଅକ୍ଷୟ କୁମାର ଷଡଙ୍ଗୀ, ପ୍ରଧାନ ଶିକ୍ଷକ, ଖାନନଗର ହାଇସ୍କୁଲ, କଟକ ଧନ୍ୟବାଦ ଅର୍ପଣ କରିଥିଲେ।



