
ସଂଜୟ ଶତପଥୀ(କଟକ): ଚଳିତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ଅଟୋରିକ୍ସା ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରୁପାଲୀ ଲେଙ୍କା ନିର୍ବାଚନ ମଣ୍ଡଳୀରେ ବୁଲିବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି।
ବିଜେଡି ଦଳରୁ ଟିକେଟ ଆଶାୟୀ ଥିବା ରୁପାଲୀ ଟିକେଟ ନପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକର ଭୋଟରଙ୍କୁ ଭେଟି ଭୋଟଭିକ୍ଷା କରୁଥିବା ବେଳେ ସାଙ୍ଗରେ ତାଙ୍କର ସ୍ଵାମୀ ତଥା ଯୁବନେତା ଲୋକନାଥ ଲେଙ୍କା ଧର୍ମପତ୍ନୀଙ୍କୁ ଅଟୋରିକ୍ସା ଚିହ୍ନରେ ଭୋଟଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି।
ଆଜି ସକାଳେ ରୁପାଲୀ ଲେଙ୍କା ନିଜ ସମର୍ଥକଙ୍କ ସହ ସମ୍ରାଟ ହଲ ,ଓଏମପି ଛକ ଓ ମହାନଦୀ ବିହାର ଅଞ୍ଚଳ ବୁଲିବୁଲି ଭୋଟ ଦେବା ପାଇଁ ପ୍ରଚାର କରିବା ସହ ଜଷ୍ଟିସ ଛକରେ ରୁପାଲୀଙ୍କ ସମର୍ଥକ ସହ ଶତାଧିକ ଶ୍ରମିକ, ଭୋଟରଙ୍କୁ ଭେଟି ଉତ୍ତରୀୟ ଦେଇ ସମ୍ଭର୍ଦ୍ଧନା କରିବା ସହ ଜଳଖିଆ ଖଟିରେ ସାମିଲ ହୋଇ ଜଳଖିଆ ବଣ୍ଟନ କରିଥିଲେ ।
ସଂଧ୍ୟାରେ କଟକ ବଳଭଦ୍ରପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ସମର୍ଥକଙ୍କ ସହ ୩୬ ଓ ୩୭ନଂ ଓ୍ଵାର୍ଡରେ ଘରଘର ବୁଲି ଭୋଟଭିକ୍ଷା କରିଥିଲେ।ଆଜି କାର୍ଯ୍ୟକ୍ରମରେ ଅଞ୍ଜନା ବେହେରା,ପିଙ୍କି ବାରିକ,ଲିନା ରାଉତ,ଅନିତା ରାଉତ,ସାଲିଆ ନାଏକ,କବିତା ବେହେରା, ପୁଷ୍ପଲତା ସ୍ଵାଇଁ, ଗୋଲ୍ଡି ରାଉତ, ପିଙ୍କି ବେହେରା, ସୁକାନ୍ତି ଜେନା,ଅମର ବାରିକ,ସୁମିତ୍ରା ଲେଙ୍କା, ରଞ୍ଜିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।ଚୌଦ୍ଵାର-କଟକରୁ ଅନ୍ୟାୟ,ଅନୀତି, ଦୁର୍ନୀତି ଓ ପରିବାରବାଦରୁ ମୁକ୍ତ କରିବାପାଇଁ ଘରେଘରେ ପହଞ୍ଚିବେ ସ୍ଵାଧୀନ ପ୍ରାର୍ଥୀ ରୁପାଲୀ ଲେଙ୍କା ବୋଲି ପ୍ରକାଶ କରିଛନ୍ତି ।