ମୂଖ୍ୟମନ୍ତ୍ରୀ ଙ୍କ ଭାଷଣକୁ ନେଇ ପ୍ରତାପ ଦେବଙ୍କ ବିଷୋଦ୍ଗାର…

ବାସ୍ତବବ୍ୟୁରୋ(ଭୁବନେଶ୍ୱର) :କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦୁର୍ଭାଗ୍ଯଜନକ । ଖଣି ଦୁର୍ନୀତି ହୋଇଥିଲା । ଏଥିରେ କାହାରିକୁ ଛଡାଯିବନି । ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରିପଦ ଓ ଅନ୍ଯାନ୍ଯ ପ୍ରଲୋଭନ ଦିଆଯାଇଥିଲା ତାହା ଅତ୍ଯନ୍ତ ଦୁର୍ଭାଗ୍ଯପୂର୍ଣ୍ଣ । ସାମ୍ବାଦିକ ସମ୍ମିଳନୀ କରି ଏପରି କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ମୁଖ୍ଯମନ୍ତ୍ରୀ ଏବେ ବିରୋଧୀ ଦଳରେ ନାହାଁନ୍ତି । ସେ ଏବେ ରାଜ୍ଯର ମୁଖ୍ଯମନ୍ତ୍ରୀ । ସେ ଏପରି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା । ତାଙ୍କ ପଦ ମର୍ଯ୍ୟାଦା ବଂଚାଇ ରଖିବା ତାଙ୍କର କର୍ତ୍ତବ୍ଯ । ଯେଉଁଭଳି ସେ ଉକ୍ତି ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହଁ । ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛନ୍ତି ଯେକୌଣସି ପରିସ୍ଥିତି ଓ ଯେକୈାଣସି କଥାର ଜବାବ ଦେବାକୁ । ସେତେବେଳେ ଏହାକୁ ଗଣମାଧ୍ଯମରେ କାହିଁକି କହିଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ଚାହିଁଥିଲେ ସେ ସେତେବେଳେ କେସ କରିପାରିଥାନ୍ତେ । ଏକଥା ନକରିକି ଏବେ ମୁଖ୍ଯମମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ଯ ଦେବେ କେତେ ଦୂର ସମୀଚିନ ତାହା ସେ ତର୍ଜମା କରନ୍ତୁ । ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାରରେ ଆଗୁଆ ଅଛି । ସଂସଦରେ ତାଙ୍କ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି । ଏହାକୁ କେମିତି ମୁଖ୍ଯମନ୍ତ୍ରୀ ଭୁଲିଯାଉଛନ୍ତି । ସଂଘୀୟ ବ୍ଯବସ୍ଥାରେ କିପରି ଶାସନ କରିବାକୁ ହୁଏ ତାହା ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ । କ୍ଷମତାକୁ ଆସିକି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡନ୍ତୁ । ରାଜ୍ଯବାସୀ ବିଜେପିକୁ ଜନମତ ଦେଇଛନ୍ତି । ତେଣୁ ସେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବା ଉଚିତ । ଏଭଳି ଉକ୍ତି ଯଦି ଗଣମାଧ୍ଯମରେ ରଖିବେ ତେବେ ତାହା ଶୋଭନୀୟ ନୁହେଁ

ସେୟାର କରନ୍ତୁ

Next Post

ଜାପାନୀ ଏସ୍‌ସେଫାଲାଇଟସ୍‌ ନାଁରେ ଗୁଜବ ସୃଷ୍ଟିକାରୀ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ....

Tue Jun 25 , 2024
ଭୁବନେଶ୍ୱର,୨୫/୦୬(ଗୌତମ ମିଶ୍ର ):ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍‌ସେଫାଲାଇଟ୍‌ସ, ଡିପ୍‌ଥେରିଆ ଓ ଜଣ୍ଡିସ୍‌ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍‌ ମାସ ୧୭ ତାରିଖରେ ପ୍ରଥମ ଡିପ୍‌ଥେରିଆ କେସ୍‌ ଠାବ ହୋଇଥିଲା । ଏହି ଘଟଣା […]

You May Like

Pin It on Pinterest