୧୦୦ ଦିନରେ ମୋହନ ସରକାର । ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ବଖାଣିଲେ ମୋହନ ମାଝୀ….

ବାସ୍ତବ ବ୍ୟୁରୋ: ରାଜ୍ୟରେ ପ୍ରଥମଥର କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ୧୦୦ ଦିନ ପୂରିଛି । ଏହି ଅବସରରେ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିବାର୍ଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର କେମିତି ପୂରଣ କରିଛି ତାର ଗୋଟି ଗୋଟି ହିସାବ ଦେଇଛନ୍ତି ।

ରାଜ୍ୟରେ ମହିଳାଙ୍କୁ ସଶକ୍ତ କରାଯିବ। ଲୋକଙ୍କ ପାଖରେ ସରକାରଙ୍କ ଉପଲବ୍ଧି ପହଞ୍ଚାଇବା କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଶହେ ଦିନ ପୂର୍ତ୍ତିରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଦଣ୍ଡ ଦେଉଥିଲେ । ଆମ ସରକାର ଲାଞ୍ଚ ଓ ଦୁର୍ନୀତି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୫୮ ଜଣ ଦୁର୍ନୀତିଖୋର ଅଫିସରଙ୍କୁ ଗିରଫ କରାଯାଇଛି।

ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା । ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କଲେ । ହେଲେ ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ। ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ। ପୂର୍ବ ସରକାର ଅଭିଯୋଗ ଶୁଣୁନଥିଲେ, ବରଂ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ । ଭୁବନେଶ୍ବରରେ ଅଭିଯୋଗ ଶୁଣୁଛି, ହେଲେ ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ ।

ଏଥିସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ଏହି ୫ ବର୍ଷରେ ପଡିବ। ବିକଶିତ ଭାରତରେ ଓଡ଼ିଶା ବିକାଶ ରେଳଗାଡିରେ ପ୍ରଥମ ବଗି ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଶହେ ଦିନର ସଫଳତା ବଖାଣିଛନ୍ତି । ଶହେ ଦିନରେ ସମ୍ପୂର୍ଣ୍ଣ ବିକାଶ ହୋଇନଥିଲେ ବି ବିକାଶର ଭିତ୍ତିଭୂମି ପଡିଛି ବୋଲି ଦୃଢ଼ତାର ସହ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେୟାର କରନ୍ତୁ

Next Post

ନବନିର୍ମାଣ ବିକାଶମଞ୍ଚର କେନ୍ଦ୍ରୀୟ ସଭାପତିପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ସମ୍ବର୍ଦ୍ଧିତ....

Sat Sep 21 , 2024
କଟକ(ସଂଜୟ ଶତପଥୀ):୨୧/୯-ବିକଶିତ ଓଡିଶାର ସ୍ବପ୍ନ ଦେଖୁଥିବା ଓଡିଶା ନବନିର୍ମାଣ ବିକାଶମଞ୍ଚର କେନ୍ଦ୍ରୀୟ ସଭାପତି ତଥା ରେଭେନ୍ସା କଲେଜର ପୂର୍ବତନ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସଙ୍କୁ ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପବିତ୍ର ଅନନ୍ତବ୍ରତ ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ ପ୍ରଫେସର ଡକ୍ଟର ଦାସଙ୍କୁ ଉପାୟନ, ପୁଷ୍ପଗୁଚ୍ଛ […]

You May Like

Pin It on Pinterest