
ସଂଜୟ ଶତପଥୀ: ଗତ ଲୋକସଭାରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମକର୍ତ୍ତା, ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଶାହାଙ୍କ ର ସମ୍ବିଧାନର ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ କୁ ସାରା ଦେଶ ତଥା ସମସ୍ତ ରାଜନୈତିକ ଦଳ ନାପସନ୍ଦ କରୁଥିବା ବେଳେ କେନ୍ଦ୍ର ବାମପନ୍ଥୀ ଦଳ ମଧ୍ୟ ସେହି ନାପସନ୍ଦ ରେ ସାମିଲ୍ ହୋଇଛି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବାମପନ୍ଥୀ ଦଳର ନିର୍ଦ୍ଦେଶକ୍ରମେ ଆଜି କଟକ ଠାରେ ବାମପନ୍ଥୀ ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଶାହାଙ୍କ କଟାକ୍ଷ ବିରୁଦ୍ଧରେ ଏକ ଦାବିପତ୍ର କଟକର ମାନନୀୟ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ବାମପନ୍ଥୀ ଦଳର ବରିଷ୍ଠ ନେତା ଶ୍ରୀ ଅମରେନ୍ଦ୍ର ମହାନ୍ତି ଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବିଭିନ୍ନ ସ୍ଲୋଗାନ ସହ କଟକ ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ସଦସ୍ୟ ଶ୍ରୀ କେଶବ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଙ୍କ ସମ୍ବିଧାନ ପ୍ରଣେତା ଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅପମାନଜନକ ବୋଲି କହିବା ସହ ଶ୍ରୀ ଶାହା କେବଳ ବାବା ସାହେବ ଙ୍କୁ ଆକ୍ଷେପ କରିନାହାନ୍ତି ବରଂ ସମସ୍ତ ଭାରତୀୟ, ସମ୍ବିଧାନ ଏବଂ ସମ୍ବିଧାନ ସହ ଜଡ଼ିତ କେନ୍ଦ୍ର ର ଗୃହ ଓ ସମସ୍ତ ରାଜ୍ୟ ର ଗୃହକୁ ଅପମାନିତ କରିଛନ୍ତି।
ଏହି ସମାଲୋଚନା ଲାଗି ଶ୍ରୀ ଶାହା ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କ ଏକ ଦାବିପତ୍ର କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଙ୍କୁ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଏସ୍.ଇୟୁ.ସି.ଆଇ. ପକ୍ଷରୁ ଜିଲ୍ଲା ମୂଖ୍ୟ ଶ୍ରୀ ଖଗେଶ୍ବର ସେଠୀଙ୍କ ନେତୃତ୍ବରେ ଏକ ପଟୁଆର ସାମିଲ୍ ହୋଇ ଅନୁରୂପ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନନୀୟ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଥୂଲେ। ଶାନ୍ତି ଶୃଙ୍ଖଳା ଲାଗି କଟକ କମିଶନରେଟ୍ ପୋଲିସ୍ ର ଲାଲବାଗ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।