ସବୁ ଓଡ଼ିଆ ପରିବାରଙ୍କ ପାଖରେ ପହଞ୍ଚିବ ‘ଆୟୁଷ୍ମାନ ଭାରତ’ କାର୍ଡ….

ବାସ୍ତବ ବ୍ୟୁରୋ: ରାଜ୍ୟରେ ବହୁ ପ୍ରତୀକ୍ଷିତ ’ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଯାଇଛି। ଏହି ସ୍ବାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଏହା ପୁଣି ନିଃଶୁଳ୍କ ମାଧ୍ୟମରେ। ଏହି କାର୍ଡଗୁଡ଼ିକ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କର ପାଖରେ। 

କଟକ ବାଲିଯାତ୍ରା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ଏହି କାର୍ଡ ପରିବାରର ଜଣେ ବ୍ୟକ୍ତିଙ୍କୁ ଦିଆଯାଉନାହିଁ। ବରଂ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି କାର୍ଡ ଦିଆଯାଉଛି। ରାଜ୍ୟରେ ଆଗାମୀ ଦିନରେ ଭଦ୍ରକ, ଜଗତସିଂହପୁର, ନବରଂଗପୁର ଓ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ସେହିପରି ଅନ୍ୟ ୪ଟି ଜିଲ୍ଲରେ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବ। ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବପୂର୍ଣ୍ଣ ମନେ କରୁଛନ୍ତି। ଏଥି ପାଇଁ ଏକ ସୁସ୍ଥ ବଜେଟ୍ ବ୍ୟବସ୍ଥା କରିଛନ୍ତି।  

ସେ ଆହୁରି କହିଛନ୍ତି, ଗତ ୧୦ ମାସ ମଧ୍ୟରେ ୪୦୦୦ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ  ଆହୁରି ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ମିଳିବ। ସ୍ବାସ୍ଥ୍ୟ ହିଁ ସଂପଦ। ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆୟୁଷ୍ମାନ ଭାରତ ଯୋଜନା’ର ଶୁଭାରମ୍ଭ କରିଥିଲେ। ଗରିବ ଲୋକଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ, ତାହା ହିଁ ଲକ୍ଷ୍ୟ ରଖାଯାଇଥିଲା। 

ସେହିପରି, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗତବର୍ଷ ଆମେ ନିର୍ବାଚନ ପ୍ରଚାର ସମୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ଲାଗୁ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ଆମ ପ୍ରତିଶ୍ରୁତିକୁ ଗୋଟିଏ ବର୍ଷ ପୂରା ହୋଇ ନଥିବା ବେଳେ ଏହାକୁ ପୂରଣ କରିପାରିଛୁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କମ୍‌ ଦିନର ଅନୁଭବ ମଧ୍ୟରେ ଏହି ଯୋଜନା ଲାଗୁ ହୋଇପାରିଛି। 

ସମାରୋହରେ ମୁଖ୍ୟ ଅତିଥି  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

କେନ୍ଦ୍ର ସରକାରଙ୍କ ପେନସନର ମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ବିରୁଦ୍ଧରେ୨୨ ଏପ୍ରିଲ ଦେଶବ୍ୟାପି ପ୍ରତିବାଦ...

Sun Apr 13 , 2025
ସଂଜୟ ଶତପଥୀ(କଟକ):ଓଡ଼ିଶାର ୩.୫ଲକ୍ଷ ପେନସନର ମାନଙ୍କୁ ପ୍ରନିଧିତ୍ୱ କରୁଥିବା “ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରି ମହାଙ୍ଘର” ୬ଷ୍ଠରାଜ୍ୟ ସମ୍ମିଳନୀରେ ୧୨ ଏପ୍ରିଲ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ସଂଗଠିତ କରି ସଫଳ କରିବାକୁ ମହାସଂଘର ଅଧ୍ଯକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ ମିଳିତ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ୬ଷ୍ଠ ରାଜ୍ୟ ସମ୍ମିଳନୀ କଟକ ତୁଳସୀପୁର ସ୍ତିତ ସାରଳାଭାବନ […]

You May Like

Pin It on Pinterest