ପାଇପ୍‌ ଷ୍ଟକୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ

ବାସ୍ତବ ବ୍ୟୁରୋ: ପାରାଦୀପ ଠାରେ ଥିବା ଟେକ୍ନୋମାଉଣ୍ଟ- ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ୍‌ ଷ୍ଟକୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଜଳିପୋଡ଼ି ନଷ୍ଟ ହୋଇଗଲା ବହୁ ବଡ଼ ବଡ଼ ପାଇପ୍‌ । ଆଜି ଦ୍ବିପ୍ରହରରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୭ରୁ ଉର୍ଦ୍ଧ୍ବ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ, ଜମା ହୋଇରହିଥିବା ସ୍କ୍ରାପ ପାଇପରେ ନିଆଁ ଲାଗିବା କାରଣରୁ ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇଥିଲା କହିଛନ୍ତି ଷ୍ଟକୟାର୍ଡ କର୍ମଚାରୀ। ଅଗ୍ନିକାଣ୍ଡ ଯୋଗୁ ୪ କିଲୋମିଟର ପର୍ଯ୍ୟନ୍ତ ଘନ ଧୂଆଁର ଆସ୍ତରଣ ବ୍ୟାପିଛି ।

ସୂଚନା ଅନୁଯାୟୀ, ଆଇଓସିଏଲର ତୈଳ ପାଇପ୍ ଲାଇନ୍ ବିଛାଇବା କାର୍ଯ୍ୟ ପାଇଁ ପାଇପ୍ ଷ୍ଟକୱାର୍ଡରେ ରହିଥିଲା । ପାଇପ୍ ଉପରେ ପିଚୁ ଓ ପ୍ଲାଷ୍ଟିକ କୋଟିଂ ରହିଥିବାରୁ ପାଇପ୍ ଭୟଙ୍କର ଭାବେ ଜଳିବାକୁ ଲାଗିଥିଲା। 

ସେୟାର କରନ୍ତୁ

Next Post

ସାରା ଭାରତରେ ସ୍ୱଦେଶୀ ଆନ୍ଦୋଳନର ତ୍ରାଣକର୍ତା ଥିଲେ ମଧୁବାବୁ :ମନମୋହନ ସାମଲ...

Mon Apr 28 , 2025
 ମଧୁବାବୁଙ୍କ ଦ୍ୱାରା ଲିଖିତ କବିତା ଓଡ଼ିଆଙ୍କ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଥିଲା: ରବି ନାରାୟଣ ନାୟକ। ପ୍ରତିକୂଳ ପରିସ୍ଥିତି ସତ୍ୱେ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବାରେ ସଫଳ ହୋଇଥିଲେ ମଧୁବାବୁ । ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଶିଳ୍ପ, କୃଷି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଏକ ନମ୍ବର ହେବ ଓଡ଼ିଶା।ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୮/୦୪: ଆଜି ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆତ୍ମବିଶ୍ୱାସର ଦିନ । […]

You May Like

Pin It on Pinterest