ହୋଇ ପାରୁନି ଅଙ୍ଗନବାଡି ଗୃହ ନିର୍ମାଣ, ଘର ପିଣ୍ଡାରେ ପଡୁଛି ଶିକ୍ଷାଦାନର ମୁଳୁଦୁଆ

ମାଲକାନଗିରି(ପି.ବାଲୁରାଜୁ)୮।୨: ଆମ ଦେଶ ସ୍ୱାଧୀନ ହୋଇ ସାତ ଦଶନ୍ଧି ଅତିକ୍ରମ କରି ଆଠ ଦଶନ୍ଧିକୁ ଛୁଇଁବାକୁ ଯାଉଛି। ହେଲେ ଆଜି ମଧ୍ୟ ମାଲକାନଗିରି ଜିଲ୍ଲାରେ ବିକାଶ ଅନେକ ସ୍ଥାନରେ ବାଟ ହୁଡିଛି।

ବିକାଶର ଡିଣ୍ଡିମ ପିଟୁଥିବା ଓ ରାଜ୍ୟରେ ପଛୁଆ ଅଞ୍ଚଳରେ ବିକାଶ ଏବଂ ଓଡିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର କାଗଜ କଲମରେ ଅନେକ କିଛି ବିକାଶ କରୁଥିବା କହୁଥିବା ବେଳେ ଆଜି ଯାଏଁ ଜିଲ୍ଲାର ଗୋନ୍ଧିଗୁଡା ଗ୍ରାମରେ ନିର୍ମାଣ ହୋଇ ପାରୁନି ଅଙ୍ଗନବାଡି ଗୃହ। ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋନ୍ଧିଗୁଡା ଗ୍ରାମରେ ଆଜି ଯାଏଁ ଏକ ଅଙ୍ଗନବାଡି ଗୃହ ନିର୍ମାଣ ହୋଇ ପାରିନି। ଫଳରେ ଖରା ବର୍ଷା ଏଠାକାର କୋମଳମତି ପିଲାଏ ଘର ବାରଣ୍ଡାରେ ବସି ପ୍ରାକ ଶିକ୍ଷା ଲାଭ କରୁଛନ୍ତି।

ତେବେ ସରକାର ଓ ପ୍ରଶାସନର ଅବହେଳା ଯୋଗୁ ଆଜି ଯାଏଁ ଏଠାରେ ଅଙ୍ଗନବାଡି ଗୃହ ନିର୍ମାଣ ହେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ଅନେକ ଡିଡାଇ ଜନଜାତିର ଲୋକେ ରହୁଥିବା ବେଳେ ଅଞ୍ଚଳରେ ଶିକ୍ଷାର ଭୂମିକା ବେସ ଗୁରୁତ୍ଵପୂର୍ଣ। ଯେଉଁଥି ପାଇଁ ଗ୍ରାମବାସୀ ନିଜ ପିଲାଙ୍କୁ ପାଠ ପଢାଇବାକୁ ଇଚ୍ଛୁକ, ହେଲେ କୁନି କୁନି ପିଲାଙ୍କ ପାଇଁ ଅଙ୍ଗନବାଡି ଘର ଖଣ୍ଡିଏ ନଥିବାରୁ ପିଲାଏ ବର୍ଷ ତମାମ ଏପରି ଘର ବାରଣ୍ଡାରେ ପ୍ରାକ ଶିକ୍ଷା ଗ୍ରହଣ କରୁଛନ୍ତି।

ଏଠାରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଥିବା ବେଳେ ସେ ନିଜ ଦାଇତ୍ଵକୁ ସୂଚାରୁ ରୂପେ ତୁଲାଉଛନ୍ତି ସତ, କିନ୍ତୁ ଘର ବାରଣ୍ଡାରେ ପିଲାଙ୍କୁ ପଢାଇବା ଓ ସୁଷମ ଖାଦ୍ୟ ପ୍ରଦାନ କରିବାରେ ନାନା ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଛି। ତେବେ ଅଞ୍ଚଳରେ ଏକ ଅଙ୍ଗନବାଡି ଗୃହ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ ଏନେଇ ଆମ ଜିଲ୍ଲା ପ୍ରତିନିଧି,କୋରୁକୋଣ୍ଡା ସିଡିପିଓ ରେଖାରାଣୀ ବାରିକଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, କେଉଁ କାରଣରୁ ଅଙ୍ଗନ୍ବାଡିଘାର ନିର୍ମାଣ ହୋଇନି ଓ ପ୍ରକୃତ ସମସ୍ୟା କଣ ତାହାର ତଦାରଖ କରି ପଦକ୍ଷେପ ନେବେ।

ସେୟାର କରନ୍ତୁ

Next Post

ସିଂହପୁର ରେ କିପରି ଥିଲା ଧର୍ମଘଟର ପ୍ରଭାବ

Fri Feb 13 , 2026
ବିଞ୍ଝାରପୁର(ଗୋପାଳ ସୁତାର): ଶ୍ରମିକ,କୃଷକ -କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବା, ସରକାରୀ ସମ୍ପତ୍ତିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେବା, ସମସ୍ତ ସରକାରୀ ସଂସ୍ଥାକୁ ଘରୋଇକରଣ କରିବା, ପ୍ରତ୍ୟେକ କ୍ଷେତ୍ରରେ ବିଦେଶୀ ପୁଞ୍ଜିର ପ୍ରବେଶକୁ ଅନୁମତି ଦେବା, ଶ୍ରମ ଦିବସକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବା, କୃଷକ ବିରୋଧୀ ନୀତିରେ ଆମେରିକା ସହ ଚୁକ୍ତି କରିବା ସହ ଅନ୍ୟାନ୍ୟ ଦାବିରେ ୧୦ଟି କେନ୍ଦ୍ରିୟ ଟ୍ରେଡ୍ ୟୁନିୟନ […]

You May Like

Pin It on Pinterest