ମାଲକାନଗିରି:ଆଜି ଧୁମଧାମରେ ପାଳନ ହେଉଛି ମହା ଶିବ ରାତ୍ରି

ମାଲକାନଗିରି(ପି.ବାଲାରାଜୁ)୧୫।୨: ମହା ଶିବରାତ୍ରି ଅବସରରେ ସାରା ଦେଶରେ ଶୈବ ପୀଠ ଗୁଡିକ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇପଡିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼। ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ ମଲ୍ଲିକେଶ୍ବର ଶୈବ, ଯଦୁଗୁଡାର ଐତିହାସିକ ଶୈବ ପୀଠ, ହର ଗୌରି ପୀଠ ସହ ବିଭିନ୍ନ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବିଶେଷ କରି ଜିଲ୍ଲାର ପୁରାତନ ଓ ପୁରାଣ ବର୍ଣିତ ଶୈବ ପୀଠ ମଲ୍ଲିକେଶ୍ଵରରେ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଛି। ଏହି ଶୈବ ପୀଠ ପାହାଡ ଉପରେ ଥିବା ବେଳେ ହଜାର ହଜାର ଭକ୍ତ ପୃଭୁଙ୍କ ଦର୍ଶନ ପାଇଁ ଶତାଧିକ ପାହଞ୍ଚ ଚଢି ଏହି ପୀଠରେ ପହଞ୍ଚିଛନ୍ତି। ଦିନ ତମାମ ଏହି ପିଠରେ ଭକ୍ତଙ୍କ ଭିଡ ଲାଗିଥିବା ସହ ପାହାଡ ତଳେ ନାନା ଦୋକାନ, ନାଟକ ଆଦିର ବ୍ୟବସ୍ତା କରାଯାଇଛି। ଚଳିତ ବର୍ଷ ମଲ୍ଲିକେଶ୍ବର ଶୈବପିଠରେ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ଠାକୁରଙ୍କ ଦର୍ଶନ କରିବା ପାଇଁ କମିଟି ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ତା କରାଯାଇଛି। ପ୍ରତିବର୍ଷ ମଲ୍ଲିକେଶ୍ବର ଶୈବ ପୀଠରେ ଏହି ସମୟରେ ଭକ୍ତ ତଥା ମାନସିକ ଧାରି ମାନେ ଏହି ମଲ୍ଲିକେଶ୍ବର ପୀଠରେ ଜାଗର ଦୀପ ଜାଳି ନିଜର ରାତି ତମାମ ପୂଜାର୍ଚନା କରନ୍ତି। ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ମାନେ ମଧ୍ୟ ଖୁସିର ସହ ଏହି ପାହାଡ଼ ଚଢ଼ି ଶୈବ ପୀଠ ଦର୍ଶନ କରିଥାନ୍ତି। ଏଠାରେ ସ୍ବେଛାସେବୀ ସଂଗଠନ ତରଫରୁ ଭକ୍ତ ମାନଙ୍କ ପାଇଁ ପିଇବା ପାଣି ଓ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶ୍ରଦ୍ଧାଳୁ ମାନେ ପୂଜା ଅର୍ଚନା କରିବା ପରେ ପାହାଡ଼ ଉପର ପ୍ରାକୃତିକ ସୌଦାଯ୍ୟ ଉପଭୋଗ କରିବା ସହ ମାଲକାନଗିରି ସହର ଦୃଶ୍ୟର ମଜାନିଅନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ମଲ୍ଲିକେଶ୍ବର ଶୈବ ପୀଠରେ ଜିଲ୍ଲା ତଥା ବାହାର ଜିଲ୍ଲା ଓ ପୋଡ଼ସି ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଛି। ସେହିଭଳି ମାଲକାନଗିରି ସହରର ତଳ ସାହି ଶିବମନ୍ଦିର, ହାଟପଦା, ପୁରୁଣା ମେଡିକାଲ, ଶିବାନନ୍ଦ ଆଶ୍ରମ, ରିକ୍ଳାମେସନ ଭଳି ଶୈବପୀଠ ଗୁଡିକ ମଧ୍ୟ ଆଜି ଶିବରାତ୍ରି ପାଇଁ ବେସ ଲୋକାରଣ୍ୟ ହୋଇଛି। ଆଜି ରାତିରେ ମହାଦୀପ ଉଠିବା ସହ ହାର ହରି ଭେଟର ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ସକାଳୁ ଉପାସ ରହି ଅଖଣ୍ଡ ଦୀପ ଜାଳି ପୂଜା କରୁଥିବା ଦେଖିବାକୁ ମିଳିଛି।

ସେୟାର କରନ୍ତୁ

Next Post

ପପୁଲୁରରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ବିଶାଳ ଜନସମାବେଶ...

Sun Feb 15 , 2026
ମାଲକାନଗିରି(ବାସ୍ତବବ୍ୟୁରୋ)୧୫।୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସଂପ୍ରଦାଯ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି। କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧକ୍ଷତାରେ ଆୟଅଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝି, ସମ୍ମାନିତ ଅତିଥି ଭାବେ ବିଧାୟକ ନରସିଂହ ମାଡକାମି, ଅନାୟତମ ଅତିଥି ଭାବେ ପୂର୍ବତନ ସାଂସଦ ମୁରଲିଧର ଜେନା, ସମାଜର ସମ୍ପାଦକ ପି ଶ୍ରୀଗୁରୁ, ଆଦିବାସୀ ସଂଘ ସଭାପତି […]

You May Like

Pin It on Pinterest