ସୁଲେଖିକା ଅମୃତା ମିତ୍ର ଙ୍କ ଇଂରାଜୀ ପୁସ୍ତକ ଉନ୍ମୋଚିତ

କଟକ(ସଞ୍ଜୟ ଶତପଥୀ):ରବିବାର ସନ୍ଧ୍ୟାରେ ସୁଲେଖିକା ଅମୃତା ମିତ୍ର ଙ୍କ ଦ୍ୱାରା ଶିଶୁ ମାନଙ୍କ ଉପଯୋଗୀ ଇଂରାଜୀ ପୁସ୍ତକ ‘ଦି ଆଡ଼ଭେନଚଆରସ ଅଫ ରୋକସା’ର ଉନ୍ମୋଚନ ଉତ୍ସବ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ରେ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଷ୍ଟାଫ ସିଲେକ୍ସନ କମିଶନର ସଦସ୍ୟା ଡ଼ଃ ସୃତି ଦାସ କହିଲେଯେ ପୁସ୍ତକ ଟି କିଶୋର କିଶୋରୀ ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିବ।ଗଳ୍ପ ପୁସ୍ତକ ଟିର ମୁଖ୍ୟ ଚରିତ୍ର ରୋକସା ର ଦୁଃସାହାସିକ ଅଭିଯାନକୁ ଏଥିରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ।ଅନ୍ଯତମ ଅତିଥି ତଥା ମୂଖ୍ୟ ବକ୍ତା ଅଧ୍ୟାପିକା ଡ଼ଃ ମଞ୍ଜୁଶ୍ରୀ ପଟ୍ଟନାୟକ ଲେଖିକା ଅମୃତା ମିତ୍ର ଙ୍କର ସରଳ ଓ ବୋଧ୍ୟଗମ ଭାଷା ର ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ସତ୍ୟ ରାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲା ମାନଙ୍କର ପଠାନାଭ୍ୟାସ ବୃଦ୍ଧି କରିବାରେ ସମସ୍ତେ ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ। ଅତିଥି ଶ୍ରୀସପନ କୁମାର ଦେ ମଧ୍ୟ ପୁସ୍ତକ ସଂପର୍କ ରେ ସମୀକ୍ଷା କରିଥିଲେ। ଅବଶେଷରେ ଆଇନଜୀବୀ ଆରୋଲିନା ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

You May Like

Pin It on Pinterest