ବିଧାୟକଙ୍କ ବ୍ଲାଙ୍କ୍‌ଫାୟାରିଂ ଘଟଣାରେ ବିଧାୟକ ଓ ଏସ୍.ପି ମୁହାଁମୁହିଁ…

ବାସ୍ତବକଥା: ରାମନବମୀରେ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନଙ୍କ ଫାଙ୍କା ଗୁଳି ଫୁଟାଇବାକୁ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ କହିଛନ୍ତି ଯେ ତାହା ଏକ ଖେଳନା ବନ୍ଧୁକ ଥିଲା। ଯଦି ଅସଲି ବୋଲି ଚର୍ଚ୍ଚା ହେଉଛି ତାହାହେଲେ ତଦନ୍ତ ହେଉ। ଅନ୍ୟପକ୍ଷରେ ତଦନ୍ତ ରେ ଏହା ବିଧାୟକ ଶ୍ରୀ ଜୈନଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବୋଲି କହିଛନ୍ତି ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ.ଜି ଏବଂ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ବନ୍ଧୁକକୁ ଜବତ କରି ତଦନ୍ତ କରାଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହା ଏକ
ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଖବର ପାଇ ଉତ୍ତରାଞ୍ଚଳ ଆଇ.ଜି ବଲାଙ୍ଗୀର ରେ ପହଞ୍ଚିଛନ୍ତି।

ଉତ୍ତରାଞ୍ଚଳ ଆଇ.ଜି ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ତଦନ୍ତ ରେ ବିଧାୟକଙ୍କ ନିକଟରେ ସରକାର ଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ଅବ୍ୟାହତି ସହ ନିଲମ୍ବିତ କରାଯାଇଛି।ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଏହି ପଦକ୍ଷେପ କୁ ଜିଲ୍ଲାରେ ପ୍ରଶଂସା କରାଯାଇଛି।

ସେୟାର କରନ୍ତୁ

You May Like

Pin It on Pinterest