ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ…

କାକଟପୁର(ମାନସ ସାମଲ): କାକଟପୁର-ଅସ୍ତରଙ୍ଗ ମୁଖ୍ୟରାସ୍ତାସ୍ଥିତ ଜିଉନ୍ତିଠାରେ ‘ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କାକଟପୁର, ଅସ୍ତରଙ୍ଗ, ଗୋପ ବ୍ଲକ ଏବଂ କୋଣାର୍କ ଏନ୍‌ଏସି ଅଞ୍ଚଳରୁ ୨୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ଆଗାମୀ ଦିନର ସମାଜସେବା କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାକେଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଟ୍ରଷ୍ଟ ସଭାପତି ସତ୍ୟପ୍ରିୟ ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ ଏବଂ ବିଜେପି ନେତା ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସମାଜସେବା କାର୍ଯ୍ୟକୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ଏହି ଆଲୋଚନାରେ କାର୍ତ୍ତିକ ପରିଡ଼ା, ପୀତବାସ ସ୍ୱାଇଁ, ପ୍ରିୟବ୍ରତ ସ୍ୱାଇଁ, ଭାଗୀରଥି ଦଲେଇ, ବିଶ୍ୱରଂଜନ ମହାପାତ୍ର, ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା, ଜିତେନ୍ଦ୍ର ବେହେରା, ମଙ୍ଗଳା ସାମନ୍ତରାୟ, ଉପେନ୍ଦ୍ର ସୁବୁଦ୍ଧି, ଗଜରାଜ ଜେନା ଏବଂ ଭ୍ରମରବର ଓଝା ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଆଗାମୀ ଦିନରେ ଅସ୍ତରଙ୍ଗ ଅଞ୍ଚଳରେ କୃଷକ, ମହିଳା ଏବଂ ଆର୍ଥିକ ଅନାଗ୍ରସର ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ ପାଇଁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସେୟାର କରନ୍ତୁ

Next Post

କଳିଙ୍ଗ ଯୁବସେନା କୁ ମିଳିଲା "ପଦାରବିନ୍ଦ ସେବା ସମ୍ମାନ -୨୦୨୬"

Mon Jul 20 , 2026
କଳିଙ୍ଗ ଯୁବସେନା କୁ ମିଳିଲା “ପଦାରବିନ୍ଦ ସେବା ସମ୍ମାନ -୨୦୨୬”…. କଟକ(ସଞ୍ଜୟ ଶତପଥୀ): ସେବା ଓ ସମର୍ପଣ ହିଁ ଶ୍ରେଷ୍ଠ ସେବକର ପରିଚୟ,ପଦାରବିନ୍ଦ ସ୍ମୃତି ସମର୍ପିତ ଆଲୋଚନାରେ ବକ୍ତାଙ୍କ ମତ‌।ପରିବେଶ ଆଜି ସମାଜର ସର୍ବଶ୍ରେଷ୍ଠ ଆହ୍ୱାନ ଓ ପ୍ରତ୍ୟେକ ନାଗରିକ ଏଥିପାଇଁ ଜାଗ୍ରତ ନହେଲେ ପରପିଢ଼ି ଭୟଙ୍କର ଦୁର୍ଦଶା ଭୋଗିବେ ତେଣୁ ଜଳ, ଭୁମି, ବାୟୁ ଓ ଆକାଶକୁ ନିର୍ମଳ ରଖିବାର ସମସ୍ତଙ୍କର ଦାୟିତ୍ୱ। ଲୋକସେବକ ଯୁବମଣ୍ଡଳ ପକ୍ଷରୁ ଆଜି […]

You May Like

Pin It on Pinterest