ବରଗଡ଼/ବିଜେପୁର (ନିରଂଜନ ତ୍ରିପାଠୀ):୨୨/୧୧ ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ଜାଲପାଲି ଠାରେ ସଭାପତି ବିନୋଦ ମେହେର, ସଂପାଦକ ନରେଶ ମେହେର ଓ ଜାଲପାଲି ଗ୍ରାମବାସୀ ଙ୍କ ଦ୍ଵାରା ଚତୁର୍ଥ ମାଁ ପଁରରାପାଟ ଯାତ୍ରା ମହୋତ୍ସବ ଧୂମଧାମରେ ଶାନ୍ତି ଶୃଙ୍ଖଳାରେ ଆଗେଇ ଚାଲିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବରଗଡ ର ଅଗ୍ରଣୀ ସମାଜସେବୀ ସଂଗଠନ ସଂଘମିତ୍ରା ଗୃପ କୁ ସମ୍ମାନିତ କରାଯାଇଥିଲା ।ଗତ ୧୮ ତାରିଖ ରୁ ଆରମ୍ଭ ହେଇଥିବା ଏହି […]
BJP Odisha
କଳାହାଣ୍ଡି ଜିଲ୍ଲା(ସନ୍ତୋଷ ପାତ୍ର)୨୨/୧୧:ନର୍ଲା ବ୍ଳକ୍ ଚପଟ ଖଣ୍ଡା ଠାରେ ଅବସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ସଭାଗୃହ ଠାରେ ବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ପିଏମ ଶ୍ରୀ ମାଧ୍ୟମ ରେ ଗ୍ରାମୀଣୀ ଗ୍ରାମସଭା ବିଷୟରେ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ତ୍ରିସ୍ତରୀୟ ପଞ୍ଚାୟତରାଜ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ଶିକ୍ଷା […]
ବରଗଡ଼(ସୁଜିତ୍ ବେହେରା): ୨୨/୧୧ ଗତକାଲି ସ୍ଥାନୀୟ ହୋଟେଲ୍ ଗଣପତି ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ଲାୟନ୍ସ କ୍ଳବ୍ ପକ୍ଷରୁ ଏକ ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଡିଷ୍ଟ୍ରିକ ଗଭର୍ଣ୍ଣର ମମତା ଗୌତମ ଙ୍କ ଆଗମନ ରେ ଅନୁଷ୍ଠିତ ସମାବେଶ ରେ ସଂପାଦକ ଅଭୟ କୁମାର ଭୋଇ ଙ୍କ ସଂଯୋଜନାରେ ସଭାପତି ଲାୟନ ମନୋଜ ମହାପାତ୍ର,ଲାୟନ ଓମ୍ ପ୍ରକାଶ ଲାଠ,ଲାୟନ ପ୍ରକାଶ ଅଗ୍ରୱାଲ,ଲାୟନ ପ୍ରଦୀପ ଟାୟଲ,ଲାୟନ […]
କଟକ(ସଂଜୟ ଶତପଥୀ): କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ମଣ୍ଡଳ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖୁଣ୍ଟୁଣୀ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି। ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ଚୋରା ମଦ କାରବାର ବିଷୟରେ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ଆଠଗଡ଼ ମଣ୍ଡଳ ଅବକାରୀ ନିରୀକ୍ଷକ […]
କୋଣାର୍କ(ତ୍ରିଭୁବନମହାପାତ୍ର): ୨୧/୧୧ ବାଲିଦୋକାନ ରଇତିସାହି ପଡିଆଠାରେ ଏକ ଅଜଣା ବ୍ୟକ୍ତିର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ଅବସ୍ଥାରୁ ଯଣାଯାଏ, କେହି ଏହି ବେକ୍ତିଙ୍କୁ ନିର୍ମମ ଭାବେ ହତ୍ଯାକରି,ପୋଡିଦେଇ,ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରିଛି।ହେଲେ କିଏ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟ କରିଛି କୋଣାର୍କ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି। ଦିନକୁ ଦିନ ଅସାମାଜିକ ଓ ଖଳ ପ୍ରକୃତିର ଲୋକମାନଙ୍କର ପ୍ରାଦୁର୍ଭାବ […]
ବ୍ରହ୍ମପୁର(ନି.ପ୍ର): ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ରାମଗିରି ଠାରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ।କାହାର ଲଜ୍ୟା ନିବାରଣ ପାଇଁ ବସ୍ତ୍ର ପ୍ରଦାନ ର ପ୍ରୟାସ ଜାରି ରଖିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l ପ୍ରତି ବର୍ଷ ପରି ଏ ବର୍ଷ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତ ର ଗୌଡ଼ ସାହି ରେ ଆରମ୍ଭ ହୋଇଛି l ଗ୍ରାମର ଥିବା […]
ଅତାବିରା,୧୫/୧୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଶିକ୍ଷା ଅଧୀନସ୍ଥ ଟାମ୍ପରସରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉପେନ୍ଦ୍ର କର୍ଣ୍ଣଙ୍କ(୫୪) ଛନ୍ଦପାଲି ସ୍ଥିତ ବାସଭବନରେ ଅକାଳ ବିଯୋଗ ଘଟିଅଛି। ସେ ଜଣେ ଆଦର୍ଶ ଶିକ୍ଷକ,ମିଷ୍ଟଭାଷୀ,ଛାତ୍ର ବତ୍ସଳ ଓ ସାହିତ୍ୟପ୍ରେମୀ ଥିଲେ। ଶିକ୍ଷକତା ଜୀବନରେ ବେସର କାରୀ ଭାବରେ ଲରମ୍ଭା,ଟାମ୍ପର ସରା ଓ ପରେ ସରକାରୀ ଭାବ ରେ ସୋର୍ଣ୍ଣା,ବରାହମୁଣ୍ଡା ଓ ଟାମ୍ପରସରାରେ କାର୍ଯ୍ୟରତ ଥିଲେ।ଛାତ୍ର ଜୀବନରେ ଟାମ୍ପର […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):ଓଡ଼ିଶା ରାଜ୍ୟ ମତ୍ସ୍ୟ ସମବାୟ ନିଗମ (ଫିସ୍ଫେଡ୍) ପକ୍ଷରୁ ନଭେମ୍ବର ୧୪ ତାରିଖ, ୨୦୨୫ ଠାରୁ ୭୨ତମ ସମବାୟ ସପ୍ତାହ ପାଳନ ଆରମ୍ଭ କରାଯାଇଛି। ନିଗମର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ସମବାୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମବାୟ ସପ୍ତାହ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।ସମବାୟ ପତାକା ଉତ୍ତୋଳନ ଓ କାର୍ଯ୍ୟକ୍ରମକାର୍ଯ୍ୟକ୍ରମର ଶୁଭାରମ୍ଭରେ ସମବାୟ ପତାକା ଉତ୍ତୋଳନ କରାଯିବା ସହ ଫିସ୍ଫେଡ୍ କର୍ମଚାରୀମାନଙ୍କ […]
ବରଗଡ଼ ହଲିଆ ଦୁଆରେ ଅନ୍ନଦାତାଙ୍କ ମଗୁଶିର ଗୁରୁବାରବରଗଡ଼୧୩/୧୧(ନବୀନ କୁମାର ଦାଶ):ଓଡ଼ିଶାର ଭାତ ହାଣ୍ଡି ଭାବେ ବେଶ୍ ପରିଚିତ ବରଗଡ଼।ଜିଲ୍ଲା ରେ ପ୍ରଚୁର ପରିମାଣରେ ଧାନଚାଷ ହୋଇ ଥାଏ।ହୀରାକୁଦ କମାଣ୍ଡ ଅଞ୍ଚଳ ରେ ଚାଷୀ ଓ ଚାଷ ପାଇଁ ସ୍ବତନ୍ତ୍ର ଭାବେ କେନାଲ ଠାରୁ ଆରମ୍ଭ କରି ଛୋଟ ରୁ ବଡ ବିଭିନ୍ନ ସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ଖଞ୍ଜି ଦେଇଛନ୍ତି ସରକାର।ହେଲେ ସରକାରୀ ଖଞ୍ଜା କେବଳ କାଗଜ କଲମ ରେ […]
ଭୁବନେଶ୍ୱର(ନି.ପ୍ର): ଖୋର୍ଦ୍ଧା ପିତାପଲ୍ଲୀ ସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ରେ ଏକ ସ୍ବାଗତ ସମାରୋହ “ଆବାହନ -୨୦୨୫” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ମହାବିଦ୍ୟାଳୟ ର ମୂଖ୍ୟ ଶ୍ରୀ ଏସ୍.କେ.ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁଧାଂଶୁ ଶେଖର ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନ୍ଦୁଶ୍ରୀ […]


