ନୟାଗଡ(ବାସ୍ତବକଥା): ଶରଣକୁଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସ ଏବେ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଖାକି ପଛରେ ଖାକି ଲାଗିଛି।ନୟାଗଡ଼ ଜାମୁସାହି ଗାଁର ଜଣେ ୪୦ ବର୍ଷୀୟା ମହିଳା ଜମି ବିବାଦରେ ସାହାଯ୍ୟ ମାଗିବାକୁ ଥାନାକୁ ଯାଇଥିଲେ। ଅଭିଯୋଗ ଅନୁସାରେ IIC ସୁଜିତ ଦାସ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଅଶ୍ଳୀଳ ଫଟୋ ପଠାଇବା, ଭିଡିଓ କଲରେ ଅସଦାଚରଣ ଏବଂ ପରେ ଜବରଦସ୍ତ ଦୁଷ୍କର୍ମ […]
BJP Odisha
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):ବନ୍ୟା ସମୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଅବହେଳା, ଅନୁଶାସନହୀନତା, ବିନା ଅନୁମତିରେ ଅନୁପସ୍ଥିତି, ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ଅମାନ୍ୟ କରିବା, OAP ଟଙ୍କା ଆତ୍ମସାତ୍ ସମ୍ପର୍କିତ ଅଭିଯୋଗ ଏବଂ ସରକାରୀ କର୍ତ୍ତବ୍ୟ ସମ୍ପାଦନରେ ଗୁରୁତର ଅନିୟମିତତା ଭଳି ଅଭିଯୋଗକୁ ନେଇ ରାଜକନିକା ବ୍ଲକର ୨ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)ଙ୍କୁ ନିଲମ୍ବିତ କରାଯାଇଛି।ନିଲମ୍ବିତ ଅଧିକାରୀମାନେ ହେଲେ ରାଜକନିକା ବ୍ଲକର PEO ଶ୍ରୀ କାଶୀରାୟ ମାଝୀ ଏବଂ ଭରିଗଡ଼ା […]
ବାଲିଗୁଡା୨୮/୦୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ପରେ ବିଦ୍ୟାଳୟ ରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀ ମାନେ ବାରଣ୍ଡା ରେ ବସି […]
ତେନ୍ତୁଳିଖୁଣ୍ଟି(ଖଗେଶ୍ୱର ମହାକୁଡ):୨୭/୮ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ବଢିବାରେ ଲାଗିଛି। ଆଜି ସନ୍ଧ୍ୟା ୬.୩୦ଘଟିକା ସୁଦ୍ଧା ଜଳପତ୍ତନ ୬୩୮.୮୯ ମିଟର ରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨.୫୦ ମିଟର ହୋଇଥିବାରୁ ଜଳ ଭଣ୍ଡାର ଫାଟକ ଖୋଲିବା ସମ୍ଭାବନା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ ବୋଲି ପୋଡ଼ାଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ସୁଶାନ୍ତ କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି। ୨୦୧୯ ମସିହା ଅଗଷ୍ଟ ୧୬ ତାରିଖରେ ତତ୍କାଳୀନ […]
•କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ ‘ପାରିଜାତ’ ବିହନ. ଯୋଗାଣ ଦାବି ବାଲେଶ୍ୱର୨୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା ଏବଂ ସ୍ଥାୟୀ ପ୍ରତିକାର ପାଇଁ ପଞ୍ଚାୟତିରାଜ, ଗ୍ରାମୀଣ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଜିଲ୍ଲା ଗସ୍ତ ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା ଭୋଗରାଇ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବସ୍ତା ଓ ବାଲିଆପାଳ […]
ଭୁବନେଶ୍ୱର(ବର୍ଷା ଦାସ)୨୪/୮ : ଚଞ୍ଚକତା କରି ଜାଗା ଦଖଲ , ଫରଜି ପଦ୍ଧତିରେ ଦାଖଲ ଖାରଜ କେଶ ,ଏବଂ ଶେଷରେ ଚଢା ଦରରେ ଅନ୍ୟକୁ ଜାଗା ବିକ୍ରୀ।ରାଜଧାନୀ ଘାଟିକିଆ ରାଜସ୍ବ ସର୍କଲ ଆଇଗିଣିଆ ଗ୍ରାମର ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର । ସୂଚନା ଅନୁଯାୟୀ ଆଇଗିଣିଆ ଗ୍ରାମର ହରିହର ମହାରଣା କିଣିଥିବା ଜାଗାକୁ କ୍ଷମତା ପତ୍ର ବଳରେ […]
ବାସେଳିସାହି,ପୁରୀ(ଜୟକୃଷ୍ଣ ଦାସ): ଅସାମାଜିକଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନକୁ ଜୋରଦାର କରିଛି ବାସେଳିସାହି ଥାନା ପୁଲିସ। ଗତ ୨୪ ଅଗଷ୍ଟ ୨୦୨୬ ରାତିରେ ମଙ୍ଗଳାଘାଟସ୍ଥିତ ଫ୍ଲୋରିସ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଦୋକାୟତି କରିବା ଉଦ୍ଦେଶ୍ୟରେ କିଛି ଯୁବକ ଏକାଠି ହୋଇଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ୫ ଜଣଙ୍କୁ ଧରି ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ—ସତ୍ୟ ନାୟକ (୨୮), କୈଳାଶ ନାୟକ (୨୯), ସନ୍ତୋଷ […]
ପୁରୀ(ଜୟକୃଷ୍ଣ ଦାସ):ଶ୍ରୀମନ୍ଦିର ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ!ପୁରୀ ବଡ଼ଦାଣ୍ଡ ଅଞ୍ଚଳରେ, ବଲବଣ୍ଡି ଛକ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ଚାଲିଥିବା ର ସାମ୍ନାକୁ ଆସିଛି। ପୁରୀ ସଦର ତହସିଲ ଅଧୀନ ପୁରୀ ମୁନିସିପାଲିଟି ଅଞ୍ଚଳର ୱାର୍ଡ ନମ୍ବର ୨୧, ଖାତା ନମ୍ବର ୨୪୫ ଓ ପ୍ଲଟ ନମ୍ବର ୩୬୦ର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। […]
କୋରାପୁଟ(ନିପ୍ର):ସେମିଳିଗୁଡ଼ା ପୋଲିସ ଦ୍ୱାରା ୮୬.୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବେଆଇନ ଭାବରେ ଗଞ୍ଜେଇଏକ ମହିନ୍ଦ୍ରା ଗାଡିରେ ଚାଲାଣ କରାଯାଉଥିଲା ସମୟରେ ଜବତ କରିଥିବା ସେମିଳିଗୁଡା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ। ଅଗଷ୍ଟ ୨୧ ତାରିଖରେ ସେମିଳିଗୁଡ଼ା-ନନ୍ଦପୁର ରାସ୍ତାରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ (OR-29-9345) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆଗୁଆ ପୋଲିସକୁ ସୂଚନା ରହିଥିଲା […]
ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):୨୨/୮-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବରଡ଼ାଜୋଡ଼ି ଗ୍ରାମରେ ପୁଣିଥରେ ରାସ୍ତା ଅଭାବର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ଅସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ନପାରିବାରୁ ପରିବାର ସଦସ୍ୟ ଓ ଗ୍ରାମର ଯୁବକମାନେ ତାଙ୍କୁ ଖଟିଆରେ ବୋହି ପ୍ରାୟ ଦୁଇ କିଲୋମିଟର ଦୂରକୁ ନେବାକୁ ବାଧ୍ୟ ହୋଇଥିଲେ।ସୂଚନା ଅନୁସାରେ, ବରଡ଼ାଜୋଡ଼ି ଗ୍ରାମର ପୁରୁନ ଜାନିଙ୍କ ପତ୍ନୀ ମଇନା ଜାନି ଅସୁସ୍ଥ […]


