
କୋରାପୁଟ(ନିପ୍ର):ସେମିଳିଗୁଡ଼ା ପୋଲିସ ଦ୍ୱାରା ୮୬.୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବେଆଇନ ଭାବରେ ଗଞ୍ଜେଇଏକ ମହିନ୍ଦ୍ରା ଗାଡିରେ ଚାଲାଣ କରାଯାଉଥିଲା ସମୟରେ ଜବତ କରିଥିବା ସେମିଳିଗୁଡା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ।
ଅଗଷ୍ଟ ୨୧ ତାରିଖରେ ସେମିଳିଗୁଡ଼ା-ନନ୍ଦପୁର ରାସ୍ତାରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ (OR-29-9345) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆଗୁଆ ପୋଲିସକୁ ସୂଚନା ରହିଥିଲା । ଏସ.ଆଇ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଥାଟପଦରଗୁଡ଼ା ଛକ ନିକଟରେ ଜଗି ଗାଡିକୁ ଚଢ଼ଉ କରି ଗାଡ଼ିଟିକୁ ଅଟକାଇଥିଲେ। ପୋଲିସକୁ ଦେଖି ଗାଡ଼ିରେ ଥିବା ୪ ଜଣ ବ୍ୟକ୍ତି ଫେରାର ହେବାକୁ ଚେଷ୍ଟା କରିଥିବା ବେଳେ ଟିମ୍ ଗାଡ଼ି ଚାଳକ ସୋନୁ ବିଶ୍ୱକର୍ମା (୨୫)ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।
ଗାଡ଼ି ଯାଞ୍ଚ ସମୟରେ ୪ଟି ବଡ଼ ପ୍ଲାଷ୍ଟିକ ବ୍ୟାଗ୍ରୁ ୪୩ଟି ଗଞ୍ଜେଇ ପ୍ୟାକେଟ୍ ମୋଟ ୮୬. ୫ କେଜି ଉଦ୍ଧାର କରାଯାଇଥିଲା। ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ଦୁଇ ଜଣ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ NDPS ଆଇନ ଅନୁଯାୟୀ ଓଜନ କରାଯାଇଥିଲା। ପୋଲିସ ଗଞ୍ଜେଇ ସହ ବୋଲେରୋ ଗାଡ଼ି ଓ ଗୋଟିଏ ୱାନ୍ପ୍ଲସ୍ ମୋବାଇଲ୍ ଫୋନ୍ ଜବତ କରିଛି। ଏ ନେଇ ସେମିଳିଗୁଡ଼ା ଥାନାରେ କେସ୍ ନଂ-୧୩୨/୨୬ ରୁଜୁ କରାଯାଇ ଅଭିଯୁକ୍ତ ସୋନୁକୁ କୋର୍ଟଚାଲାଣ କରାଯାଇଛି। ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁର ସୂଚନା ଦେଇଛନ୍ତି


