ହିନ୍ଦୋଳ(ବାସ୍ତବକଥା)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାପୁଆ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରର ତଥା ଅନୁସନ୍ଧାନରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ପଂଚାୟତସ୍ଥିତ ପର୍ଯ୍ୟଟନସ୍ଥଳ ସାପୁଆ ଡ୍ୟାମକୁ ରାସୋଳ ଥାନା ଚିତ୍ତଲପୁର ପଂଚାୟତର ବେଡା ଗ୍ରାମର ଦିଲୀପ ବିଶ୍ୱାଳଙ୍କ ପୁଅ ରାଜେନ୍ଦ୍ର ବିଶ୍ୱାଳ(୧୮)ଙ୍କୁ ଓଡାପଡାବ୍ଲକ ମୋଟଙ୍ଗା ଥାନା(ହିନ୍ଦୋଳରୋଡ଼ ଫାଣ୍ଡି) ଅଧୀନ ଗୋଡିଡ଼ିହି ଗ୍ରାମର ବିଶ୍ୱରଂଜନ ମହାରଣା ଓ ଏକଘରିକିଆ ଗ୍ରାମର ତନ୍ମୟ ବେହେରାଙ୍କ ସହ […]
BJP Odisha
କଟକ(ସଞ୍ଜୟ ଶତପଥୀ): କଟକର ରେଳବାଇ ପକ୍ଷରୁ କୌଣସି ଅଧିକାରୀଙ୍କ ଦସ୍ତଖତ ନଥାଇ ଏକ ନୋଟିସ ଗୋର୍ଖା କଲୋନୀ ବସ୍ତିର ଘରମାନଙ୍କରେ ଲଗା ଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଉଛେଦ ପାଇଁ କୁହାଯାଇଛି। ବିନା ଥଇଥାନରେ ଏହି ବେଆଇନ ନୋଟିସ୍ ବିରୁଦ୍ଧରେ ଆଜି କଟକ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର (ଏସ୍. ଏସ୍. ଇ) ୱାର୍କ୍ସ ଅଫିସ୍ ସମ୍ମଖରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଶତାଧିକ ବସ୍ତିବାସିନ୍ଦାଙ୍କୁ […]
ସୁନ୍ଦରଗଡ଼(ବଳିଆ ନାୟକ): ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଓଡ଼ିଶାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଭର୍ଚୁଆଲ୍ ମାଧ୍ୟମରେ ଏହି ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବିକାଶ ଭବନ ସଭାଗୃହରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ […]
ସୁବର୍ଣ୍ଣପୁର(ଭାଷ୍କରବାବୁ)୧୨/୦୬: ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କୁ ସାମିଲ କରାଯାଇ ସେମାନଙ୍କର ମୁଣ୍ଡପିଛା ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ଦିଆଯିବ । ଚାଉଳର ପରିମାଣ ୫ କିଲୋଗ୍ରାମରୁ ୧୦ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି। ମାଗଣାରେ ମୁଣ୍ଡ ପିଛା ୧୦ କେଜି ଚାଉଳ ଦିଆଯିବ ଏବଂ ଏହି […]
ରାଉରକେଲା(ବଳିଆ ନାୟକ):ରଘୁନାଥପାଲି ଥାନା ପୋଲିସ ଚୋରା ଲୁହା ପ୍ୟାଲେଟ୍ ପରିବହନ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୋଲିସ ପ୍ରାୟ ୨୪ ଟନ୍ ଲୁହା ପ୍ୟାଲେଟ୍ ସହ ଏକ ଟ୍ରକ୍ ଓ ଏକ ବୋଲେରୋ ଗାଡ଼ିକୁ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଅଞ୍ଚଳର ଦିଲ୍ଲୀପ ଜୈସୱାଲ (୪୭), ଟିସିଆଇ ଫର୍ସାଟୋଲାର ଶିବଲାଲ ବଡ଼ାଇକ (୩୮) ଏବଂ ଲହୁଣୀପଡା ଥାନା ଅନ୍ତର୍ଗତ […]
କଟକ(ବାସ୍ତବ କଥା)୦୫.୦୬: କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଠଗଡ ଅବକାରୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ନେତୃତ୍ୱରେ କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ଥାନା, ବାଙ୍କୀ ଅବକାରୀ ଥାନା , ନରସିଂହପୁର ଅବକାରୀ ଥାନା, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ସଦର […]
ବରଗଡ଼(ବାସ୍ତବକଥା):୦୫.୦୬.୨୦୨୬ ବରପାଲି ରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ପୌରାଣିକ ତଥା ଓଡ଼ିଆ ଅସ୍ମିତା ର ପ୍ରତିକ ୧୪୯ ତମ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଆସନ୍ତା ରବିବାର ୦୭ ତାରିଖ ସଂଧ୍ୟା ୦୫ ଘଣ୍ଟା ୩୦ ମିନିଟ ସମୟରେ ବରଗଡ଼ ଗଣପତି ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ବରଗଡ଼ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବାକୁ […]
କଟକ(ବାସ୍ତବକଥା): ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦଜୀଙ୍କ ଆହ୍ୱାନରେ “ମା’ ପାଇଁ ଗଛଟିଏ” ଅଭିଯାନ ସମସ୍ତଙ୍କୁ ପ୍ରଭାବିତ କରିଛି।ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୧୦ଟି ଲେଖାଏଁ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ବଡ଼ ଦ୍ରୁମରେ ପରିଣତ କରନ୍ତୁ। ଏହି ସନ୍ଦେଶ କୁ ଆଧାର କରି କଟକ ଜିଲ୍ଲା ବାଙ୍କୀ ବ୍ଲକର ଅଂଶୁପା ହ୍ରଦ ନିକଟରେ କୃଷକ ମୋର୍ଚ୍ଚା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗଛ କଟା, […]
କାକଟପୁର(ମାନସ ସାମଲ)୦୧/୦୬: ସ୍ବଦେଶୀ ଜାଗରଣ ମଞ୍ଚ, ପୁରୀ ପକ୍ଷରୁ,ସ୍ଥାନୀୟ ଦେଉଳି ମଠ ପରିସରରେ ଦୁଇଦିନିଆ ଜିଲ୍ଲା ବିଚାର ଓ ପ୍ରଶିକ୍ଷଣଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସ୍ବଦେଶୀ ଜାଗରଣ ମଂଚର,ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଭୂୟାଁ,ଆର୍ଏସ୍ଏସ୍ ବୌଦ୍ଧିକ ପ୍ରମୁଖ ସୁଶାନ୍ତ କୁମାର ପରିଡ଼ା, ସାମ୍ବାଦିକ ଅକ୍ଷୟ କୁମାର ରାଉତ, ମଂଚର ପୁରୀ ବିଭାଗ ସଂଯୋଜକ ବିଶ୍ବନାଥ ପଣ୍ଡା […]
ପୁରୀ(ଜୟକୃଷ୍ଣ ଦାସ): ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣବସର ଦିବସରେ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁବିଧା, ସୁରକ୍ଷା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ।ପରିଦର୍ଶନ ଅବସରରେ ଶ୍ରୀ ସିଂ ମନ୍ଦିର ପରିସର, ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ପଥ, […]


