ବାସ୍ତବବ୍ୟୁରୋ: ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି କରିବେ। ଏହା ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହାହେଲେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନାହିଁ। ୨ ବର୍ଷ ବିଦ୍ୟୁତ […]
Odia
ନବୀନ ଦାଶ(ବରଗଡ଼)୧୩/୨:ଆଜି ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନ ଠାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କୋଇଲା ଖଣି ଅଞ୍ଚଳ ବ୍ରଜରାଜନଗର ଅଞ୍ଚଳକୁ ଏମସିଏଲ ଜରିଆରେ କିଭଲି ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ଯ କରାଯାଇ ପାରିବ ତାର ଉପରେ ବିଶଦ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିବା ସାଂସଦ ପୁରୋହିତ ସୂଚନା ଦେଇଛନ୍ତି। ଏତଦ […]
ସଂଜୟ ଶତପଥୀ(କଟକ):୧୩/୨ – ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବାଦାମବାଡି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ସମ୍ମଖରେ ବିକ୍ଷୋଭ କରାଯାଇଛି। ଶତାଧିକ ଉପଭୋକ୍ତା ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଥିଲେ। ଏହି ଗଣ ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ଦିପକ ଦାସ, ଅକ୍ଷୟ ରାଉଳ, ସୁକାନ୍ତ ନାୟକ, ଉଦୟ ଟୁଡୁ, ଲକ୍ଷ୍ମୀ ସିଂ, ଶିବ ବେହେରା, ଟୁନି ମହାକୁଡ଼, […]
ସଂଜୟ ଶତପଥୀ(କଟକ): ଐତିହାସିକ ସହର କଟକର ବହୁ ପୁରାତନ ରାଣୀହାଟ ହାଇସ୍କୁଲର ଶତ ବାର୍ଷିକୀ ଉତ୍ସବ କଟକ ଜୱାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦିନେ ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସୃଷ୍ଟି କରିଥିବା ରାଣୀହାଟ ହାଇସ୍କୁଲ ଆଜି ଅବହେଳିତ ଅବସ୍ଥାରେ ଅଛି। ୧୯୨୬ମସିହାରେ ମାତ୍ର ୬ଜଣ ପିଲାଙ୍କୁ ନେଇ ଆରମ୍ଭ କରାଯାଇଥିବା ଏହି ସ୍କୁଲରେ ଆଜି ବି ୮୦୦ରୁ ଉର୍ଦ୍ଧ ପିଲା ଅଧ୍ୟୟନ […]
ଗୌତମ ମିଶ୍ର(ଭୁବନେଶ୍ୱର):- ପଦ୍ମଶ୍ରୀ କାହାର ହାଇକୋର୍ଟରେ ପହଁଚିଲା ପଦ୍ମଶ୍ରୀ ବିବାଦ। ଅନ୍ତର୍ଯାମୀ ମିଶ୍ର ନାମ ଥିବା ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବିଦାର। ସାହିତ୍ୟିକ ଅନ୍ତର୍ଜାମୀ ମିଶ୍ର ଅଭିଯୋଗ କରିଛନ୍ତି ସେ ଅସଲି ଅନ୍ତର୍ଯାମୀ ମିଶ୍ର କିନ୍ତୁ ଅନ୍ୟ ଜଣେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ହାତେଇଛନ୍ତି।ସାହିତ୍ୟିକ ମିଶ୍ର ବାଷ୍ପ ରୁଦ୍ଧ କଣ୍ଠ ରେ କହିଲେ ଗୃହ ମନ୍ତ୍ରାଣାଳୟ ପକ୍ଷରୁ ତାଙ୍କୁ ଫୋନ୍ ଆସିଥିଲା। ୨୦୨୩ ପାଇଁ ତାଙ୍କୁ […]
ବରଗଡ଼୧୦/୨(ନବୀନ କୁମାର ଦାଶ):ପୂର୍ବତନ ବରଗଡ଼ ବିଧାୟକ, ପୌରାଧ୍ୟକ୍ଷ ତଥା ବିଶିଷ୍ଟ ନେତା ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ସ୍ମୃତି ଚାରଣ ତଥା ସମ୍ମାନ ରକ୍ଷା ନିମନ୍ତେ ସ୍ଥାନୀୟ କୃଷକ ବଜାର ଠାରେ ନବନିର୍ମିତ ପ୍ରେକ୍ଷାଳୟକୁ ତାଙ୍କ ନାମରେ ଉତ୍ସର୍ଗିକୃତ କରିବା ସହ ଉଦ୍ଘାଟିତ ହୋଇଛି। ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ଅଦିତ୍ୟ ଗୋୟଲଙ୍କ ସମେତ ସଦର ବିଧାୟକ ଅଶ୍ୱିନୀ ଷଡଙ୍ଗୀ,ଅତାବିରା ବିଧାୟକ ନିହାର ମହାନନ୍ଦ,ପୌରାଧ୍ଯକ୍ଷା କଳ୍ପନା ମାଝି,ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ,ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର […]
ସଂଜୟ ଶତପଥୀ(କଟକ): ଆଜି ଭୀମ ଆର୍ମୀ ଭାରତ ଏକତା ମିଶନ୍, କଟକ ଜିଲ୍ଲା ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ସମ୍ବିଧାନ ସୁରକ୍ଷା ସମାବେଶ ର ଆୟୋଜନ କଟକ ଜିଲ୍ଲା ର ସାଲେପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ମିଶନ୍ ର ଶତାଧିକ ସଦସ୍ୟ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ଆସି ସାଲେପୁରସ୍ଥିତ ଆମ୍ବେଦକର ସ୍ମୃତି ପରିଷଦ ପରିସରରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବିଭିନ୍ନ ସ୍ଲୋଗାନ ସହ […]
କୁଏତ(୭-୦୧-୨୦୨୫):ଭାରତୀୟ ଦୂତାବାସ କୁଏତ ଦ୍ଵାରା ପଞ୍ଜୀକୃତ ପ୍ରବାସୀ ପରିଷଦ ସଙ୍ଘ (ବିପିପି) ପକ୍ଷରୁ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଆୟୋଜନ କରି ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ କାର୍ଯ୍ୟ କରୁଛି ଭାରତରେ ଗଣତନ୍ତ୍ର ଦିବସ ଜାନୁଆରୀ ୨୬ ତାରିଖରେ ପାଳନ କରାଯାଏ, ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ଗ୍ରହଣ ହେବା ଦିନ, ଯାହା ଏକତା, ଦେଶପ୍ରେମ ଏବଂ ଜାତିର ସଫଳତାର ପ୍ରତୀକ। କୁଏତରେ, ଗତ ଜାନୁୟାରୀ ୩୦ ତାରିଖ ଗୁରୁବାର […]
ଭୁବନେଶ୍ବର, ୬/୦୨: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଆସନ୍ତାକାଲି ଆୟୋଜିତ ହେବ ନିଯୁକ୍ତି ମେଳା । ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ […]
ବରଗଡ଼:-୪/୨(ନବୀନ କୁମାର ଦାଶ):ଫେବୃୟାରୀ ୪ ତାରିଖ ବିଶ୍ବ କର୍କଟ ଦିବସ ଅବସରରେ ବରଗଡ ଫାଇଟର ଗ୍ରୁଫ ଆୟୋଜନରେ ଓ ଜାବ୍ ଅତାବିରା ଶାଖାର ସହଯୋଗ ରେ ସକାଳ ୯ଟାରୁ କେନସର ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ପଦଯାତ୍ରା ଅଗ୍ରସେନ ଭବନ ରୁ ବାହାରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇ ଥିବାବେଳେ ସଚେତନତା ପଦ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗ ଦେଇ […]


