ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୮/୦୨/୨୦୨୩-ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଅଧୀନରେ ଥିବା ୬ଟି ଥାନା ଓ ୩ଟିଫାଣ୍ଡି ଏବେ ଚୋରା କୋଇଲା କାରବାର ପେଣ୍ଠ ସ୍ଥଳୀ ପାଲଟିଛି, ପ୍ରତିଦିନ ଧାମରା ରେଳ ପଥରୁ ଚୋରା କୋଇଲା ମାଫିଆ ମାନେ ପିକପ ଭ୍ୟାନ ଓ ଟ୍ରକ ମାଧ୍ୟ୍ୟମରେ ଅବାଧରେ କାରବାର କରୁଛନ୍ତି, ଏକଥା ଯେ ପୋଲିସ ନଜରରେ ନାହିଁ ତା ତାହା କହିବା ନିରର୍ଥକ, ସବୁ ମିଲି ଭଗତରେ ଆରମ୍ଭ ହୋଇଛି l […]

ବାସ୍ତବବ୍ୟୁରୋ(ନୟାଗଡ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି। ଖଣ୍ଡପଡା ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ଇଂ ଦୁଷ୍ମନ୍ତ କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ଡି ଏଫ ଓ କ୍ଷମା ଷଢଙ୍ଗୀ ମୁଖ୍ୟ ଅତିଥି, ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ […]

ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାର ଜଣାଶୁଣା ଘରୋଇ ବିଦ୍ୟାଳୟ, ଫନ୍ ଆଣ୍ଡ ଲର୍ଣ୍ଣ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହା କଟକର କର୍ମବୀର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ପରିସରରେ ସ୍କୁଲର ସଭାପତି ଶ୍ରୀ ଯୋଗେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡ଼ଃ ରମେଶ ଚନ୍ଦ୍ର ଦାସ ଯୋଗଦେଇଥିଲା‌ ବେଳେ ମୂଖ୍ୟ ଅତିଥି ଶ୍ରୀ ବିକାଶ ଦାସ, ସମ୍ମାନିତ ଅତିଥି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୨-୦୨-୨୦୨୩ ରାତ୍ରୀରେ ଜେସିବ ମେସିନ ସାହର୍ଯ୍ୟରେ ହେଉଛି ଲକ୍ଷାଧ୍ୟକ ଟଙ୍କାର ମାଟି ଚୋରୀ , ସେହି ମାଟିକୁ ସରକାରୀ ସ୍ଥାନରୁ ଉଠାଯାଇ ପୁଣି ସରକାରୀ କାର୍ଯ୍ୟଦେଶରେ ବିନିଯୋଗ କରାଯାଉଛି । ଏପଟେ ନାଳ ଖୋଳା ପାଇଁ ମନରେଗା ସାହାଯ୍ଯରେ ପ୍ରଜେକ୍ଟ ପାଇଁ ଆଗୁଆ ନାଳରୁ ମାଟି ଉଠାଯାଉଛି ପୁଣି ସେହି ମାଟିକୁ ୫ ଟି ସ୍କୁଲରେ ମାଟି ଫିଲିଙ୍ଗ କରାଯାଉଛି। ଏପେଟେ ସରକାରଙ୍କ ରାଜସ୍ବ ଫାଙ୍କି ମାଟି ଉଠାଣ […]

ବାସ୍ତବ ବ୍ୟୁରୋ: କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି । କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମ ଦେବ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନନାଥଙ୍କ ୧୦୮ ତମ ଜୟନ୍ତୀ ଉତ୍ସବ ବୁଧବାର,ଅପରାହ୍ଣଘ ୪.୩୦ ମିନିଟ ସମୟରେ ସହୀଦନଗର ବିଷ୍ଣୁମନ୍ଦିର ପରିସରସ୍ଥିତ ସାଂସ୍କୃତିକ ପରିଷଦ ପ୍ରେକ୍ଷାଳୟରେ ପ୍ରାବନ୍ଧିକ ଡ଼ଃ ଏକାଦଶୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lପ୍ରାରମ୍ଭରେ ଶ୍ରୀ ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏଥିରେ କବି ଗୌତମ ଚରଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ […]

ବାସ୍ତବ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ  ବଞ୍ଚାଇ ପାରିନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଆଜି ମଧ୍ୟାହ୍ଣରେ ସେ ଏକ  କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା […]

 ବାସ୍ତବ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ରେ ଗୁରୁତର। ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ସୂଚନା ଅନୁଯାୟୀ, ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି […]

ବାସ୍ତବ ବ୍ୟୁରୋ: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ହୁସେନ ରବି ଗାନ୍ଧୀ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭-୧-୨୦୨୩:ବିକାଶ ପଥେ ଚାନ୍ଦବାଲି ଏନ ଏ ସି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲି ଏନ ଏ ସି ବାଲିଗାଁର ୧୧ ନମ୍ବର ୱାର୍ଡ଼ରେ ଅର୍ଜୁନ ପାର୍କ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟାନ କଲେ ଚାନ୍ଦବାଲି ବିଧାୟକ । ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ, ଏନ ଏ ସି ଅଧ୍ୟକ୍ଷା ଶାନ୍ତଲତାସେଠୀ, ଜିଲ୍ଲା ପରିଷଦ […]

Pin It on Pinterest