ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):୦୬/୦୩/୦୨୩-ଭଞ୍ଜନଗର କୋର୍ଟ ପରିସର ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଏକ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ଭଞ୍ଜନଗର ବ୍ଲକର ବିଭିନ୍ନ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଅତିଥିଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, କଂଗ୍ରେସ ପିସିସି ସଭ୍ୟ ଦେବୀ ପ୍ରସାଦ […]
Odishanews
ସଂଜୟ ଶତପଥୀ(କଟକ): ଆଗକୁ ରଙ୍ଗ ଖେଳିବାର ପର୍ବ ହୋଲି ଉତ୍ସବ ଓ ଜନସାଧାରଣଙ୍କର ଉତ୍ସୁକତାକୁ ଦେଖୂ ଚଳଚଞ୍ଚଳ ହୋଇଉଠିଛନ୍ତି କିଛି ନକଲି ରଙ୍ଗ ବେପାରୀ।ଅନୁଶୋଚନା ନାହିଁ କିଛି ଅର୍ଥ ଉପାର୍ଜନ ଲାଗି କେତେ ଦୁର୍ମୂଲ୍ୟ ମନୁଷ୍ୟ ଜୀବନ ସହ ସେମାନେ ଖେଳ ଖେଳିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବା ସହ ଅମୂଲ୍ୟ ମନୁଷ୍ୟ ଜୀବନ କୁ ରକ୍ଷା କରିବାକୁ ଆଜି କଟକ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡି ସଜାଗ ହୋଇଉଠିଛି। […]
ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର, ବୀରପୁତ୍ର, ଇଣ୍ଡୋନେସିଆ ର ଭୂମିପୁତ୍ର, ପ୍ରବାଦ ପୁରୁଷ, ଅପ୍ରତିଦ୍ଵନ୍ଦୀ ରାଜନେତା ତଥା ସଦାସର୍ବଦା ଓଡ଼ିଶାବାସୀଙ୍କ ବିଜୟକୁ ସ୍ବାଗତ କରୁଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ କଟକରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଶତାଧିକ ବିଜୁ ପ୍ରେମୀ ଏକ ସାଇକେଲ ଶୋଭାଯାତ୍ରାରେ ପ୍ରବାଦ ପୁରୁଷଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରୁ ବାହାରି ବିଭିନ୍ନ ସ୍ଲୋଗାନ ସହ ବକ୍ସି […]
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକସ୍ଥ, ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନହଣଶାସନ ଠାରେ, ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କ କୃପା ଅବଲମ୍ବନ କରି ଶ୍ରୀ ଲକ୍ଷେଶ୍ୱର କୃପାପରିଷଦ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ଣ୍ଣ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଫ୍ରେବୁଆରି ୨୧ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟସୂଚୀ ଅନୁଯାୟୀ […]
ବାସ୍ତବବ୍ୟୁରୋ(କୋରାପୁଟ):ଶୁକ୍ରବାର ଭୋର ୫.୫ ମିନିଟରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଝରକା ଓ ଆସବାବପତ୍ର ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା […]
ସଂଜୟ ଶତପଥୀ(କଟକ) :ପୁଣି ଓଲିଉଡ ପାଇଁ ଏକ ଦୁଃଖଦ ଖବର,ଓଡିଆ କଳାଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଲୋକପ୍ରିୟ ଯୁବ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ସେ ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପିଣ୍ଟୁଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର […]
ମନୋଜ ମହାନ୍ତି(ଭୁବନେଶ୍ୱର): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା। ବହୁତଳ କାର୍ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛାଡ଼ି ଦେବାକୁ ଚକ୍ରାନ୍ତ ଚାଲିଛି । ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ […]
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର): ଦିର୍ଘ ୬ବର୍ଷ ପରେ ପୁଣିଥରେ ଭଞ୍ଜନଗର ସହରରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।କରୋନା କଟକଣା ସକାଶେ ଗତ ଥର ଯାତ୍ରା ବନ୍ଦ ରହିଥିଲା। ହେଲେ ଏହି ବର୍ଷ ଯାତ୍ରାକୁ ଶାନ୍ତି ଶୃଙ୍ଖଳା, ଅଧିକ ଆକର୍ଷଣୀୟ ଓ ଧୂମ୍ ଧାମ ସହକାରେ ପାଳନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ […]
ପ୍ରମୋଦନାୟକ(ଭୁବନେଶ୍ବର): ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ କୁମାର ଜେନା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନା ଆସନ୍ତା ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦାୟିତ୍ବ ତୁଲାଇବେ। ସେପଟେ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। […]
ତ୍ରିନାଥବାରିକ(ସାକ୍ଷୀଗୋପାଳ): ଆଜି (ରବିବାର) ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସାକ୍ଷୀଗୋପାଳ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ଆଗ୍ରହ, ଉତ୍ସାହ ଦ୍ୱାରା ପାଖାପାଖି ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି। ରୋଟାରୀ ଡିଜିଏନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, […]


