ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏ ନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌ ମାଧ୍ୟମରେ ଏ କଥାବି ସ୍ପଷ୍ଠ କରିଛନ୍ତି ଯେ, ପୁରା ବ୍ୟତିର ଓଡିଶା ଅନ୍ୟ କୌଣସି ସ୍ଥାନରେ ଏ ବର୍ଷ ରଥ ଯାତ୍ରା ହେବ ନାହିଁ । କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି । ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ । କେବଳ ସେବାୟତ ଓ ସୁରକ୍ଷାକର୍ମାମାନେ ରଥ ଟାଣିବେ । ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଯଦି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ, ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ । ନଚେତ ଦୁଇ ଡୋଜ୍‌ ଟିକା ନେଇଥିବେ। ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶ ମନା ।

ରଥଯାତ୍ରାର ସିଧା ପ୍ରସାରଣ ପାଇଁ କେବଳ ଡିଡି ଚ୍ୟାନେଲ୍‌କୁ ଅନୁମତି ଦିଆଯିବ । ଅନ୍ୟ କୌଣସି ଚ୍ୟାନେଲ୍‌କୁ ସିଧାପ୍ରସାରଣ ପାଇଁ ଅନୁମତି ମନା । ଦୂରଦର୍ଶନର ଫିଡ୍‌କୁ ନେଇ ଅନ୍ୟ ଟିଭି ଚ୍ୟାନେଲ୍‌ ପ୍ରସାରଣ କରିପାରିବେ \

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତ୍ଯା ୟସ କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ଦାବି'ରେ ସିପିଆଇଏମ ପକ୍ଷରୁ ଧାରଣା

Thu Jun 10 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ବାତ୍ୟା ୟସ ଚାନ୍ଦବାଲି ବ୍ଲକ ର ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ମାଟି ଘର ଭାଙ୍ଗିଦେଇଥିବା ବେଳେ ପ୍ରାୟ ୧୨୦୦ଏକର ଚାଷ ଜମି ରେ ଲୁଣା ପାଣି ମାଡି ଯାଇ ଏହି ବର୍ଷ ଚାଷ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ପ୍ରାୟ ୬୦ ଟି ଚିଙ୍ଗୁଡି ପୋଖରୀ ଲୁଣା ପାଣି ରେ ବୁଡି ଯାଇ ପ୍ରାୟ୨୫ କୋଟି ଟଙ୍କା ର […]

You May Like

Pin It on Pinterest